ସଫଳ ହେଲା ‘ଅପରେସନ ରାହୁଲ’! ତେବେ କେମିତି ଥିଲା 105 ଘଣ୍ଟାର ଏହି ରେସ୍କ୍ଯୁ ଅପରେସନର…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଦୀର୍ଘ ଦୁଇ ନ୍ତିନୀ ହେବ ଛତିଶଗଡର ନାବାଳକ ରାହୁଲ ସାହୁ ଙ୍କୁ ବୋରୱେଲରୁ ବାହାର କରିବା ପାଇଁ ଅପରେସନ ଆରମ୍ଭ ହୋଇଥିଲା । ଯାହା ସଂପୂର୍ଣ୍ଣ ଭାବେ ସଫଳ ହୋଇଛି । ତେବେ ସୂଚନା ଯୋଗ୍ୟ କି ଛତିଶଗଡର ଯାଞ୍ଜଗିରି ଚମ୍ପା ଜିଲ୍ଲା ଫିରିଡି ଗାଁ ର ୧୧ ବର୍ଷର ନାବାଳକ ହେଉଛନ୍ତି ରାହୁଲ ସାହୁ । ସେ ତାଙ୍କ ଘର ପଛ ପଟେ ଖେଳୁଥିବା ସମୟରେ ଗାତ ଭିତରେ ପଡି ଯାଇଥିଲେ । ନଜହ ଫଳରେ ସେ ୮୦ ଫୁଟ ତଳର ବୋରୱେଲ ଭିତରକୁ ଖସି ପଡିଥିଲେ ।

ଦୀର୍ଘ ୩ ଦିନ ହେବ ରାହୁଲ ବୋରୱେଲ ଭିତରେ ଫାଶୀ ରହିଥିଲେ । ତାଙ୍କୁ ଉଧାର କରିବା ପାଇଁ NDRF, SDRF ଟିମ ଓ ଭାରତୀୟ ସେନା ବାହୀନୀ ମାନେ ନିଜର ଉଦ୍ୟମ ଫଳରେ ରାହୁଲ ଙ୍କୁ ଉଧାର କରି ପାରିଛନ୍ତି ଯାହା ପାଇଁ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ତେବେ ରାହୁଲ ଗାତ ଭିତରେ ଥିବା ଅବସ୍ଥାରେ ତାଙ୍କୁ ଫଳ ଖାଇବାକୁ ଦିଆ ଯାଉଥିଲା ।

ଏମିତି ବି ହୋଇଛି ରାହୁଲ ଅଚେତ ହୋଇ ପଡିଥିଲେ ଗତ ଭିତରେ କୌଣସି ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଉ ନ ଥିଲେ । କିନ୍ତୁ ଏସଡିଆରଫ ଟିମ ଓ ଭାରତୀୟ ସେନା ବାହିନୀ ମାନେ ଅନେକ ଚେଷ୍ଟା କରି ପଥର ଖୋଲିବାରେ ଲାଗିଥିଲେ । ଯାହାର ପରିଣାମ ସ୍ୱରୂପ ରାହୁଲ ଆଜି ଗାତ ବାହାରକୁ ଆସି ପାରିଛନ୍ତି ।

ବର୍ତ୍ତମାନ ତାଙ୍କୁ ହସପିଟାଲ ରେ ଭର୍ତ୍ତି କରା ଯାଇଛି ଓ ତାଙ୍କର ଚିକିତ୍ସା ପାଇଁ ସବୁ ପ୍ରକାରର ଆୟୋଜନ କରା ଯାଇଛି । ତେବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଏହି ମିସନରେ ସହାୟତାର ହାତ ବଢାଇ ଥିଲେ ଯାହା ପାଇଁ ତାଙ୍କୁ ପ୍ରଶଂସା କରା ଯାଉଛି । ଡାକ୍ତରଙ୍କ କହିବା ଅନୁଯାୟୀ ବିଶେଷଜ୍ଞ ଡାକ୍ତରଙ୍କୁ ରାହୁଲଙ୍କ ଚିକିତ୍ସା ପାଇଁ କାମରେ ଲଗା ଯାଇଛି ।

ବର୍ତ୍ତମାନ ରାହୁଲ ସୁସ୍ଥ ଅଛନ୍ତି ଓ ତାଙ୍କର କିପରି ବେଟର ଚିକିତ୍ସା ହୋଇପାରିବ ତାହା ପ୍ରତି ମଧ୍ୟ ଧ୍ୟାନ ଦିଆ ଯାଉଛି । ତେବେ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କିପରି ଭାବରେ ଭାରତୀୟ ସେନା ବାହିନି ମାନେ ରାହୁଲଙ୍କୁ ଉଧାର କରିବା ପାଇଁ ଖୋଲିବା ଠାରୁ ଆରମ୍ଭ କରି ସବୁ କିଛି ପ୍ରଚେଷ୍ଟା କରିଛନ୍ତି ।

ଗୋଟେ ଗୋଟେ ଫୁଟ କାଟିବା ପାଇଁ ଦୀର୍ଘ ୩ ଘଣ୍ଟା ଲାଗି ଯାଉଥିଲା । ଗୋଟେ ଗୋଟେ ପଥରକୁ ଭାଙ୍ଗିବା ପାଇଁ ଦୁଇ ତିନି ଦିନ ଲାଗି ଯାଇଥିଲା ଯାହା ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା । ୨୫ ଜଣ ସେନା ଅଧିକାରି ମାନେ ଏହି ଅପରେସନରେ ଲାଗିଥିଲେ । ଦୀର୍ଘ ୪ଦିନ ଲାଗି ଯାଇଥିଲା ରାହୁଲଙ୍କୁ ଉଧାର କରିବା ପାଇଁ ।

ଅପରେସନ ସହଜ ହେବ ବୋଲି ଭାରତୀୟ ସେନା ଅଧିକାରୀମାନେ ଭାବୁଥିଲେ କିନ୍ତୁ ଏହା ସେମିତି କିଛି ନ ଥିଲା । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *