ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲା ପରେ ଆପଣଙ୍କର ଛାତି ଥଋ ଉଠିବ । ମାତ୍ର ୧୦ ମାସର ଶିଶୁ ଯାହାର ନାମ ହେଉଛି ଶିବାନ୍ସ ଯିଏ ଶିବଙ୍କର ଅଂସ ଅଟନ୍ତି ତାଙ୍କ ବାପା ତାଙ୍କୁ ଗୋଶାଳାରେ ଛାଡି ଚାଲିଯାଇଛି । ବାପା ଭାବି ନ ଥିଲା ପିଲାର ଆଗକୁ କଣ ହେବ ବରଂ ନିଜର ପିଅଳକୁ ହତାଦର କରିଲା ବାପା । ତେବେ ଏହି ଘଟଣାଟି ଏହୁଛି ଗୁଜୁରାଟର ଯାହା ଆପଣଙ୍କୁ ଅନେକ କିଛି ଶିକ୍ଷା ଦେବ ।
ଗୁଜୁରାଟ ଗାନ୍ଧୀ ନଗର ପିଠାପୂର ସ୍ଵାମୀ ନାରାୟଣ ଗୋଶାଳା ଗେଟ ପାଖରୁ ଯେତେବେଳେ ଶିଶୁର କାନ୍ଦ ଶୁଭିଲା ସେତେବେଳେ ୧୦ମାସର ପିଲାଟି ରାହା ଧରି କାନ୍ଦିବାର କର୍ମଚାରିମାନେ ଦେଖିଲେ । ପିଲାର ବାପା ମା କିଏ ତାହା ଖୋଜିବାକୁ ଲୋକ ଲାଗିଲେ କିନ୍ତୁ ଫଳ ନ ମିଳିବାରୁ ପୋଲିସରେ ମାମଲା ରୁଜୁ କରାଗଲା । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁଯାୟୀ ଶିବାନ୍ସର ବାପାକୁ ଖୋଜୁ ଖୋଜୁ ଏକ ବ୍ୟାଗ ପାଖରେ ପହଞ୍ଚିଥିଲା ପୋଲିସ । ସହରର ସିସିଟିଭି ଦେଖିବା ପରେ ଖେଳି ଯାଇଥିଲା ସବୁ ସତ ଆଉ ମିଳିଥିଲା ବାପାର ଠିକଣା । ଅହମଦାବାଦର ସଚିନ ଦୀକ୍ଷିତ ପର୍ଯ୍ଯନ୍ତ ଯେତେବେଳେ ପହଞ୍ଚିଥିଲା ପୋଲିସ ସେତେବେଳେ ସବୁ ସତ ବଖାଣିଥିଲା ସଚିନ ।
ରାଜସ୍ଥାନର କୋଟାରେ ଲୁଚି ରହିଥିଲା ସଚିନରର ପ୍ରଥମ ସ୍ତ୍ରୀ ଓ ୪ ବର୍ଷର ପୁଅ ବାବଦ ଗୁଜୁରାଟରେ ନିଜର ପରିବାରର ଗଢିଛି ବୋଲି ଜାଣିବା ପରେ ଆବକ ରହିଯାଇଥିଲେ ସଚିନର ପରିବାର ଓ ପୋଲିସ ମଧ୍ୟ । ତେବେ ପଚରାଉଚୁରାରୁ ଜଣା ପଡିଲା ସଚିନ ତାର ପ୍ରେମିକାକୁ ମାରି ବ୍ଯାଗରେ ଭର୍ତ୍ତି କରି ତାର ପିଲାକୁ ଛାଡିଥିଲା ଗୋଶାଳାରେ ।
ଗତ ୩ ବର୍ଷ ପୂର୍ବରୁ ପ୍ରେମିକା ମେହେନ୍ଦି ସହ ଗୁଜୁରାଟରେ ରହୁଥିଲା ସଚିନ । ଘର ଲୋକ ଯାଇଥିଲେ ସଚିନ ଗୁଜୁରାଟରେ ଚାକିରି କରି ଘରଭଡା ନେଇ ରୁହେ । କିନ୍ତୁ କେହି ବି ଜାଣିନ ଥିଲେ ଆଉ ଜଣେ ଝିଅଙ୍କ ସହ ପ୍ରେମ ନାଟକ କରି ରହିଛି । ଦୁହେଁ ଲିଭିଙ୍ଗରେ ରହିବା ପରେ ମେହେନ୍ଦି ୧୦ ମାସତଳେ ଗର୍ଭବତୀ ହୋଇଥିଲେ ।
ତେବେ ୩ବର୍ଷ ଲିଭିଙ୍ଗରେ ରହିବା ପରେ ସ୍ତ୍ରୀର ଅଧିକାର ଓ ପିଲାର ମା ହେବା ପରେ ଅଧିକାର ଚାହୁଁଥିଲା ମେହେନ୍ଦି କିନ୍ତୁ ସଚିନ ନିଜ ପ୍ରଥମ ସ୍ତ୍ରୀକୁ କହିବାକୁ ଭୟ କରୁଥିଲା । ଦିନେ ସେହି କଥାକୁ ନେଇ ଝଗଡା ହୋଇଥିଲା ଆଉ ନିଜ ଭୁଲ ଲୁଚାଇବା ପାଇଁ ମେହେନ୍ଦିର ହତ୍ୟା କରିଥିଲା ସଚିନ ।
କିନ୍ତୁ ପୁଅକୁ ଗୋଶାଳାରେ ଛାଡି ସବୁଦିନ ପାଇଁ ଖସି ଯିବାକୁ ପ୍ଳାନ କରିଥିଲା । ଆଉ ନିଜ ପରିବାର ସହ ଦୀପାବଳି ପ୍ଳାନ କରି ଫେରିବ କର୍ମ କ୍ଷେତ୍ରକୁ । ସୀବନସର ମା ଦୁନିଆରେ ନାହି ଆଉ ବାପା ଜେଲରେ । ତେବେ ମଣିଷପଣିଆ ଉପରକୁ ଭରସା ଉଠିଯାଇଛି ଏହି ଘଟଣା ସାମନାକୁ ଆସିବା ପରେ ।
ଲୋକେ ଶିବାନ୍ସକୁ ପୋଷ୍ୟପୁତ୍ର କରିବାକୁ ମଧ୍ୟ ଆଗ୍ରହୀ ଅଛନ୍ତି ।ବନ୍ଧୁଗଣ ଆପଣଙ୍କର ସଚିନଙ୍କର ଏଭଳି କାର୍ଯ୍ୟକଳାପ ଓ ଶିବାନ୍ସଙ୍କ ଅଧିକାର ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।