500 ଉଠାଇଲେ ATMରୁ ବାହାରୁଛି 2500 ଟଙ୍କା, ATM ଆଗରେ ଲୋକଙ୍କ ଲମ୍ବା ଲାଇନ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆମ ଦେଶରେ ସବୁ ସ୍ଥାନ ଗୁଡିକରେ ଏଟିଏମ ରହିଛି । ଯେଉ ନଥି ଟଙ୍କା ଉଠାଣ କରିବାର ବ୍ୟବସ୍ଥା ମଧ୍ୟ ରହିଛି । ତେବେ କଣ ଆପଣ ମାନେ କେବେ ଦେଖିଛନ୍ତି ବା ଶୁଣିଛନ୍ତି କି ଏଟିଏମ ରୁ ଟଙ୍କା ଉଠାଇବା ସମୟରେ ତାର ଦୁଇ ଡବଲ ଟଙ୍କା ବାହାରିବା କଥା । ତେବେ ଏହି କଥା ଟି ଆପଣଙ୍କୁଙ୍କଉ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ୍ୟ ଘଟଣା ଅଟେ । ସୂଚନା ଅନୁଯାୟୀ ପଶୁଛି ଗୋଟେ ଆଉ ଗୋଟେ ବାହାରୁଛି । ୫୦୦ ଟଙ୍କା ଉଇଡ୍ର କରିଲେ ବାହାରୁଛି ୫ ଗୁଣା ।

ଏଟିଏମ ରେ ୫୦୦ ଟଙ୍କା ବଦଳରେ ବାହାରୁଛି ୨୫୦୦ ଟଙ୍କା । କଥା ଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣା ଟି ସତ ଅଟେ । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ନାଗପୁର ଜିଲ୍ଲା ରେ । ଖପରଖେଦା ଟାଉନ ରେ ଥିବା ଏକ ପ୍ରାଇଭେଟ ବ୍ୟାଙ୍କର ଏଟିଏମ ରେ ଟଙ୍କା ଉଠାଇବା ବେଳେ ଏଭଳି ସମସ୍ଯା ଦେଖିବାକୁ ମିଳିଥିଲା ।

ଖବର ପ୍ରଚାର ହେବା ପରେ ନିଆଁ ଭଳି ଏହା ସଙ୍ଗେ ସାଙ୍ଗେ ଚାରି ଆଡେ ବ୍ୟାପୀ ଯାଇଥିଲା । ଏହା ପରେ ଏଟିଏମ ରୁ ଟଙ୍କା ଉଠାଇବା ଲାଗି ଲୋକ ମାନଙ୍କର ଭିଡ ଜମିଥିଳା । ବୁଧବାର ଦିନ ଜେଣ ବ୍ୟକ୍ତି ଏଟିଏମ ରୁ ୫୦୦ ଟଙ୍କା ଉଠାଇବା ବେଳେ ଏଟିଏମ ରୁ ୨୫୦୦ ଟଙ୍କା ବାହାରି ଥିଲା । ଏହା ପରେ ସେ ପୁଣି ଥରେ ୫୦୦ ଟଙ୍କା ଉଠଦ୍ର କରିଲେ । ଉର୍ବ ଭଳି ପୁଣି ଥରେ ୨୫୦୦ ଟଙ୍କା ବାହାରି ଥିଲା ।

ଯାନକର ଜଣେ ଗ୍ରାହକ ଏ ସମ୍ପର୍କରେ ସ୍ଥାନୀୟ ପୋଲିସ କୁ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । ଏହା ପରେ ତତକ୍ଷଣାତ ଏଟିଏମ ବନ୍ଦ କରିବାକୁ ବ୍ଯାଙ୍କ କୁ ଖବର ଦିଆ ଯାଇଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଟିଏମ ରୁ ଅଧିକ ଟଙ୍କା ବାହାରୁଥିବା ପୋଲିସ ସୂଚନା ଦେଇଛି । ୧୦୦ ଟଙ୍କା ବଦଳରେ ଭୁଲ ବଶତା ଏଟିଏମ ଟ୍ରେ ରେ ୫୦୦ ଟଙ୍କା ରଖା ଯାଇଥିଲା ବୋଲି ସୂଚନା ମିଳିଛି ।

ତେବେ ପୋଲିସ ର ଏହି ସୂଚନା ପାଇବା ପରେ ଲୋକ ମାନଙ୍କ ମଧ୍ୟରେ ଯେଉଁ ଆଶଙ୍କା ରହିଥିଲା ତାହା ଦୂର ହୋଇ ପାରିଛି । ତେବେ ବ୍ଯାଙ୍କ ମହଦୀ ଏହା ପ୍ରତି ଅଧିକ ଗୁରୁତର ହେବ ସହ ଅଟିଏମ ମେସିନ ରେ ଥିବା ଯାନ୍ତ୍ରିକ ତ୍ରୁଟି କି ସଜାଡିବା ପାଇଁ ସୂଚନା ଦେଇଛି । ତେବେ ଏହି ଘଟଣା ରୁ ଏହା ସ୍ପଷ୍ଟ ହେଉଛି କି ବ୍ୟାଙ୍କ ଗୁଡିକ ଏଭଳି ଘଟଣା ଉପରେ ଅଧିକ ଧ୍ୟାନ ଦେବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *