Cameraରେ କଏଦ ହେଲା କିଛି ଏଭଳି କାରନାମା କି ଦେଖି ଆପଣଙ୍କ ମୁଣ୍ଡ ଘୁରେଇବ… ଦେଖନ୍ତୁ Video

ବନ୍ଧୁଗଣ ଆମ ଦେଶରେ ଲୋକ ମାନଙ୍କୁ ବୋକା ବନେଇବା ଆଜିକାଲି ବହୁତ ସହଜ ହୋଇ ଗଲାଣି । କିଛି ଲୋକ ଅନେକ ତ୍ରିକ ମାଧ୍ୟମରେ ଲୋକ ମାନଙ୍କୁ ବୋକା ବନାଉଛନ୍ତି ତ ଆଉ କିଛି ଲୋକ ଜାଣିଶୁଣି ଲୋକ ମାନଙ୍କୁ ବୋକା ବନାଉଛନ୍ତି ଯାହା ବିଷୟରେ କେହି କିଛି ଜାଣିପାରନ୍ତି ନାହି । ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଘଟଣା ନେଇ ଆସିଛୁ । ଆମ ଦେଶରେ ପେଟ୍ରୋଲ ଦର ଏତେ ମାତ୍ରା ରେ ବୃଦ୍ଧି ପାଇଛି ଯାହା ସାଧାରଣ ଲୋକଙ୍କ ପାଇଁ ଚିନ୍ତା ର ବିଷୟ ହୋଇ ପଡିଛି । କିନ୍ତୁ ପେଟ୍ରୋଲ ପମ୍ପ ରେ ଏମିତି କିଛି ହରକତ ହେଉଛି ଯାହାକୁ ଶୁଣିଲେ ବନ୍ଧୁଗଣ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ଦିଲ୍ଲୀ ରେ ଏକ ପେଟ୍ରୋଲ ପମ୍ପ ରେ ଧଳା କ୍ଷୀର ଭଳି ପେଟ୍ରୋଲ ବଦଳରେ ପାଣି ଦିଆ ଯାଉଛି ଯାହାକୁ ଜଣେ ପୋଲିସ କର୍ମଚାରୀ ଧରିଥିଲେ । ତେବେ ପେଟ୍ରୋଲ ପମ୍ପ ରେ ପେଟ୍ରୋଲ ବଦଳରେ କ୍ଷୀର ମିଳୁଥିଲା । ତେବେ ପେଟ୍ରୋଲ ପମ୍ପରେ କାମ କରୁଥିବା ଲୋକ ମାନେ କେତେ ଯେ ଲୋକଙ୍କୁ ଏମିତି ଲୁଠିଥିବେ ତାହା କହିବା ସମ୍ଭବ ହେଉ ନାହି ।

୨୦୧୯ରେ ଚଣ୍ଡିଗଡ ର ସେକ୍ଟର-୯ ରେ ରେଷ୍ଟୁରାଣ୍ଟର ଏକ ଚିତ୍ର ସାମନାକୁ ଆସିଥିଲା । ସେହି ରେଷ୍ଟୁରାଣ୍ଟ ର ବାସନ ତଳେ ଜମା ରହିଥିବା ପାଣିରେ ଧୁଆ ଯାଉଛି । ସେହି ପ୍ଳେଟ ରେ ପୁଣି ଗ୍ରାହକ ମାନଙ୍କୁ ଖାଇବା ପରଷା ଯାଉଛି । ସତରେ ଲୋକ ମାନଙ୍କୁ ବୋକା ବନାଇବା ପାଇଁ ରେଷ୍ଟୁରାଣ୍ଟ ବାଲା କେମିତି ହରକତ କରୁଛନ୍ତି ତାହା ଏହି ଘଟଣା ରୁ ସ୍ପଷ୍ଟ ହେଉଛି ।

ଅନ୍ୟ ଏକ ଚିତ୍ର ସାମନାକୁ ଆସିଛି ଜଣେ ବୃଦ୍ଧ ବ୍ୟକ୍ତି ମଇଳା ପାଣି ନେଇ ରସତା ପାରା ହୋଇ ନିଜ ଦୋକାନ ଆଡକୁ ଯାଉଛନ୍ତି । ବୃଦ୍ଧ ବ୍ୟକ୍ତି ଦୋକାନର ପ୍ଳେଟ ଢୋଇବା ପାଇଁ ମଇଳା ପାଣିର ବ୍ୟବହାର କରୁଛନ୍ତି ଯାହା ଦେଖିଲେ ଆପଣଙ୍କୁ ମଧ୍ୟ ବନ୍ଧୁଗଣ ବାନ୍ତି ଆସିଯିବ । ସତରେ ଲୋକ ମାନଙ୍କୁ ଖାଇବା ଦେବା ବାହାନାରେ ଏଭଳି ଦୋକାନୀ ମାନେ ରୋଗକୁ ଡାକି ଆଣୁଛନ୍ତି ।

ଠିକ ସେହିପରି ଅହମଦାବାଦ ର ଲେମ୍ବୁ ପାଣି ବିକ୍ରି କରିଥିବା ଲୋକ ସୁଲଭ ସୌଚାଳୟ ରୁ ପାଣି ଭର୍ତ୍ତି କରିବାର ଚିତ୍ର ସାମନାକୁ ଆସିଥିଲା । ଲେମ୍ବୁ ପାଣି ବାଲା କାହାକୁ ନ ଭୟ କରି ଏମିତି ପାଣି ଭରୁଥିଲା ଯେମିତି କେହି ତା ବିଷୟରେ ଜାଣି ପାରିବେ ନାହି । ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଲେମ୍ବୁ ପାଣି ପିଇବାକୁ ମନ କରିବେ ନାହି ।

ବିଶ୍ଵଦୀପ ମହାନ୍ତି ନାମକ ୟୁଟ୍ଯୁବର ଝାଡଖଣ୍ଡର ଏକ KFC ର ପରଦା ଫାର୍ଶ କରି ଦେଲେ । ଏଠାରେ ଲୋକ ମାନଙ୍କୁ ନ ପଚାରି ଯାଇ ୫ ଟଙ୍କା ତାଙ୍କ ବିଲ ରେ ଆଡ କରି ଦେଉଥିଲେ ଯାହାର ଭିଡିଓ ଭାଇରାଲ ହୋଇଥିଲା । ସତରେ ଲୋକ ମାନଙ୍କୁ ବୋକା ବନେଇବା କେତେ ସହଜ ତାହା ଏହି ଘଟଣା ରୁ ଜଣା ପଡୁଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ସବୁ ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *