ବନ୍ଧୁଗଣ କଟକ ବିରିବାଟି ନାଭଙ୍ଗରେ ଜଣଙ୍କ ଘରୁ ୧୩ଟି ପିତଳର ଠାକୁରଙ୍କ ମୂର୍ତ୍ତି ବାହାରିଛି ସେହି ଘରର ନିଅଁ ଖୋଳା ହେବା ବେଳେ । ଘର ମାଲିକଙ୍କ ପୁଅ ଶମ୍ବୁନାଥ ବେହେରାଙ୍କୁ ସ୍ଵପ୍ନାଦେଶ ହୋଇଥିଲା । ପରେ ଦୁଇଟି ବଖରା ଖୋଲିବା ପରେ ଦୁଇଟି ମୂର୍ତ୍ତି ବାହାରିଛନ୍ତି । ତେବେ ଏହି ବାବଦରେ ଶମ୍ବୁନାଥ କହିଛନ୍ତି ଗତ ଗୁରୁବାର ଦିନ ତାଙ୍କୁ ରାତି ୩ଟା ସମୟରେ ସ୍ଵପାଦେଶ ହୋଇଥିଲା ମୁଁ ଘରେ ଅଛି ମୋତେ ଉଦ୍ଧର କର । ଯାହାକୁ ଶୁଣିବା ପରେ ଶମ୍ବୁନାଥ ପଚାରିଥିଲେ କେଉଁ ମା ଅଛ । ଉତ୍ତରରେ ମା କହିଥିଲେ ମୁଁ ଆଦିଶକ୍ତି, ଅଷ୍ଟଭୁଜ ମୋତେ ଉଧାର କରି ମୋତେ ପୂଜା କର ।
ଏତିକି କହିବା ସମୟରେ ଯେଉଁ ଜାଗାରେ ମୂର୍ତ୍ତି ରହିଥିଲା ସେଠାରେ ଭୂମିକମ୍ପ ହେବା ଭଲ ଶବ୍ଦ ଶୁଣାଗଲା । ତା ପରେ ମା କହିଲେ ଆଖି ଖୋଲିକୁ ତଳକୁ ଅନା । ଆଖି ଖୋଲିଲା ବେଳକୁ ବ୍ୟକ୍ତି ଜଣକ ଦେଖିଲେ ତଳ ମାର୍ବଲ ଫାଟି ଯାଇଛି ଯାହାକୁ ଦେଖି ସେ ଭୟ କରିଲେ । ତା ପରେ ଶମ୍ବୁନାଥ ପଚାରିଲେ ମା ମୋତେ କାହିଁକି ଡରଉଛ କଣ କହିବାର ଅଛି କୁହ ମୋତେ ରକ୍ଷା କର ।
ଶମ୍ବୁନାଥ ବାହାରେ ଆସିଲେ ଦେଖିଲେ ବର୍ଷା ନାହି କିନ୍ତୁ ଘର ଭିତରେ ଲାଗୁଥିଲା ବର୍ଷା ହେଉଛି । ତେବେ ଦିନ ୩ଟା ରେ ଖୋଳିବା ପରେ ମା ଆଦିଶକ୍ତି, ଅଷ୍ଟଭୁଜ ଆଗ ବାହାରିବା ପରେ ଗରୁଡ ଦେବତା, ତା ପରେ ବ୍ରମହା, ବିଶୁଣୁ, ମହେଶ୍ଵର ୩ଟି ମୂର୍ତ୍ତି ବାହାରିଲେ । ତା ପରେ ଦିନ ଅନେକ ଦେବାଦେବୀ ବାହାରିଲେ ବୋଲି ଶମ୍ବୁନାଥ କହିଛନ୍ତି ।
ଏମିତିକି ଘର ଭିତରେ ଏକ ସୁଡଙ୍ଗ ରହିଛି ଯାହା ୯ରୁ ୧୦ ଫୁଟ ଯାଏଁ ଖୋଲା ଯାଇଛି ସେଥିରେ ମଧ୍ୟ ଅନେକ ଦେବାଦେବୀଙ୍କ ମୂର୍ତ୍ତି ରହିଛି ଯାହା ସ୍ଵପ୍ନାଦେଶ ହୋଇଛି । ସେହି ସୁଡଙ୍ଗରେ ମହାପ୍ରଭୁ ଶିବଙ୍କର ଶିବଲିଙ୍ଗ ଓ ତାଙ୍କର କିଛି ସରଞ୍ଜାମ ରହିଛି ବୋଲି ସ୍ଵପ୍ନାଦେଶ ରହିଛି । ଲୋକମାନେ ଏହି ମୂର୍ତ୍ତିଙ୍କୁ ଦେଖିବା ପାଇଁ ଲୋକ ମାନଙ୍କର ଗହଳି ଲାଗିଛି ଯାହା ଅଲୌକିକ ଘଟଣା ଅଟେ ।
ଉଧାର ହୋଇଥିବା ମୂର୍ତ୍ତି ଗୁଡିକୁ ପୂଜା କରିବା ଆରମ୍ଭ କରାଯାଇଛି । ଏମିତିକି ସେହି ଘରର ଲୋକମାନେ ମନ୍ଦିର କରି ପୂଜା କରିବାକୁ ସ୍ଥିର କରିଛନ୍ତି । ଯେଉଁ ମୂର୍ତ୍ତି ଗୁଡିକ ସୁଡଙ୍ଗରୁ ଖୋଳା ହୋଇ ବାହାରିଛି ସେଗୁଡିକ ପରିବାର ଲୋକେ ଓ ଆଖପାଖର ଲୋକେ ଦେଖିବା ସହ ସେହି ମୂର୍ତ୍ତି ଗୁଡିକୁ ପୂଜା ମଧ୍ୟ କରାଯାଉଛି ।
ତେବେ ଏହା ଭଗବାନଙ୍କ ମହିଳା କହିଲେ କିଛି ଭୁଲ ହେବ ନାହି । ପରିବାର ଲୋକେ କହିଛନ୍ତି ଯେଉଁ ସୁଡଙ୍ଗ ଖୋଲା ଯାଇଛି ତାହା ପୋଟା ଯିବ । ଆଉ ଯେଉଁଠାରେ ମୂର୍ତ୍ତି ରହିବାର ସ୍ଵପ୍ନାଦେସ ରହିଛି ସେଠାରେ ଆଗାମି ସମୟରେ ଖୋଲାଯିବା ବୋଲି ପରିବାର ଲୋକେ କହିଛନ୍ତି । ତେବେ ଏଭଳି ଘଟଣା ପୁରା ନିଆରା ଆଉ ଚକିତ କରି ଦେଲା ଭଳି କହିଲେ କିଛି ଭୁଲ ହେବ ନାହି ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।