ଲାଗୁହେବ ନୂଆ ଶ୍ରମ ଆଇନ! ସପ୍ତାହକୁ 4ଦିନ କାମ 3 ଦିନ ଛୁଟି, ଜାଣନ୍ତୁ କେବେଠୁ ଲାଗୁ ହେବ ଏହି ନିୟମ ଓ କଣ ରହିଛି ଏଥିରେ ସର୍ତ୍ତ

ବନ୍ଧୁଗଣ ଜୁଲାଇ ମାସରୁ ଦେଶରେ ନୂଆ ଶ୍ରମ କୋର୍ଟ କାର୍ଯ୍ୟକାରୀ ହୋଇପାରେ ଦେଶରେ ପ୍ରଚଳିତ ଶ୍ରମ ଆଇନରେ । ସଂସ୍କାର ଆଣିବା ପାଇଁ ସରକାର ଯୋଜନା ଅକରିଛନ୍ତି । ଜୁଲାଇ ୧ରୁ କାର୍ଯ୍ୟକାରୀ କରିବା ପାଇଁ ଧାର୍ଯ୍ୟ କରାଯାଇଛି । ସରକାର ୨୯ଟି କେନ୍ଦ୍ରୀୟ ଶ୍ରମ ନିୟମକୁ ପରିବର୍ତ୍ତନ କରି ୪ଟି କୋଡରେ ପରିଣତ କରିଛନ୍ତି । ନୂଆ ଶ୍ରମ କୋର୍ଡ କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ଉପରେ କେଉଁ କେଉଁ ପ୍ରଭାବ ପଡିବ ଆସନ୍ତୁ ଜାଣିବା । ନୂଆ ଶ୍ରମ ଆଇନ କାର୍ଯ୍ୟକ୍ରମ ହେଲେ ଅଫିସର କର୍ମଚାରୀ ମାନଙ୍କ କାମ କରିବାର ସମୟ ପରିବର୍ତ୍ତନ ପାଇଁ ସୁଯୋଗ ମିଳିବ । ହେଲେ ଅଧିକ ସମୟ କାମ କରିବାକୁ ହେବ ।

୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରିବାକୁ ପଡିବ । ସରକାର ୪ ଦିନ କାମ ୩ ଦିନ ଛୁଟି ବୋଲି କହୁଥିବା ବେଳେ ଏହାକୁ ଅସୁଲ କରିବାର ବାଟ ମଧ୍ୟ କରିଛନ୍ତି । କାରଣ ଏଣିକି ୮ ଘଣ୍ଟା ବଦଳରେ ଦିନକୁ ୧୨ ଘଣ୍ଟା କାମ କରିବାକୁ ପଡିବ । ଦରମାର ନଗଦ ରାଶି ଓ ଭବିଷ୍ୟ ନିଧୁ ପାଣ୍ଠିକୁ କର୍ମଚାରୀଙ୍କ ଦରମାରୁ କାଟି ଜମା କରାଯାଉଥିବା ଅର୍ଥର ପରିମାଣ ବଢିବ ।

ମୂଳ ଦରମାକୁ ମୋଟ ଦରମାର ୫୦%ରେ ସୀମିତ ରଖାଯିବ । କିନ୍ତୁ ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ଦରମା କମିଯିବ । ଅବସର ପରେ ମିଳୁଥିବା ଗ୍ରାଜ୍ୟୁଇଟି ଅର୍ଥ ପରିମାଣ ମଧ୍ୟ ବଢିବ । ଫଳରେ କର୍ମଚାରୀମାନେ ଅବସର ପରେ ଭଲରେ ଜୀବନ କାଟିପାରିବେ ବୋଲି ସରକାର କହୁଛନ୍ତି ।

ନିଯୁକ୍ତି ସମୟରେ ଜଣେ କର୍ମଚାରୀ ଗୋଟିଏ ବର୍ଷ ଅବଧି ମଧ୍ୟରେ ବଜେୟା ଛୁଟିକୁ ପରବର୍ତ୍ତୀ ବର୍ଷରେ ନେଇପାରିବେ । ଯଦି କେହି କର୍ମଚାରୀ ଛୁଟି ନ ନିଅନ୍ତି ତେବେ ତାଙ୍କୁ ଛୁଟି ବାବଦରେ ଅଧିକ ପାଉଣା ମିଳିବ । ପୂର୍ବ ନିୟମ ଅନୁଯାୟୀ ବର୍ଷକୁ ୨୪୦ ଦିନ କାମ କରୁଥିବା ବେଳେ ଛୁଟି ମିଳୁଥିଲା । ଏଣିକି ୧୮୦ ଦିନ କାମ କଲେ ଛୁଟି ଲାଗୁ ହେବ ।

ଦେଶରେ ପ୍ରଚଳିତ ଶ୍ରମ ଆଇନ ରେ ସଂସ୍କାର ଆଣିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଜୁଲାଇ ପହିଲାରୁ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଧାର୍ଯ୍ୟ କରା ଯାଇଛି । ନୂଆ ଶ୍ରମ ଆଇନ ଲାଗୁ ହେଲେ ଅଫିସରେ କାମ କରିବାର ସମୟ, କର୍ମଚାରୀର ଭବିଷ୍ୟ ନିଧି ପାଣ୍ଠି ଓ ଦରମା କ୍ଷେତ୍ରରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । କିନ୍ତୁ ଦରମା କମିଯିବା ଆଶଙ୍କା କରାଯାଉଛି ।

ଏହି ନୂଆ ନିୟମ ଦେଶରେ ପୁଞ୍ଜି ନିବେଶ ବଢାଇବାକୁ ସରକାର କହୁଥିବା ବେଳେ ଏହି ନିୟମ ଲାଗୁ ହେଲେ ଶ୍ରମିକମାନେ ବ୍ୟାପକ କ୍ଷତି ସହିବେ ବୋଲି ବିଭିନ୍ନ ଶ୍ରମ ସଂଘଠନ ପକ୍ଷରୁ ବିରୋଧ ହୋଇଛି । ଏହି ଆଇନ କେବଳ ବଡ ବଡ ଶିଳ୍ପପତିଙ୍କ ସ୍ଵାର୍ଥ ପାଇଁ ବୋଲି ଅଭିଯୋଗ ହୋଇଛି । କିଛି ରାଜ୍ୟ ଏ ଯାଏଁ ୪ଟି ଶ୍ରମ କୋର୍ଡର ଚିଠା ପ୍ରସ୍ତୁତ କରି ନାହାନ୍ତି । କେବଳ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଚିଠା ନିୟମ ଜାରି କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଆଇନକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *