ଓଲିଉଡର ଚକଲେଟ ବଏ Sabyasachi Mishraଙ୍କର ଏ କି ଅବସ୍ଥା ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସୁନ୍ଦର ଓ ଜବରଦସ୍ତ ଅଭିନୟ ଦ୍ଵାରା ଖୁବ ଚର୍ଚ୍ଚାରେ ରହିଛନ୍ତି । ଏମିତି ତାଙ୍କର ନୂଆ ଲୁକ ମଧ୍ୟ ଅନେକ ସମୟରେ ବେଶ ଚର୍ଚ୍ଚାରେ ରହିଥାଏ । ସେହି ଲୁକ ସେମାନଙ୍କର ବ୍ୟକ୍ତିଗତ ଜୀବନୀକୁ ନେଇ ହେଉ ବା ଫିଲ୍ମ ସୁଟିଙ୍ଗ କରିବାର ଦୃଶ୍ୟ ହେଉ ପ୍ରାୟତଃ କଳାକାର ମାନେ ଏଥିପାଇଁ ଲୋକଲୋଚନକୁ ଆସିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ସବ୍ୟସାଚୀ ମିଶ୍ର ଙ୍କ ନୂଆ ଲୁକ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ତଥା ଜଣାଶୁଣା ଅଭିନେତା ସବ୍ୟସଚୀ ମିଶ୍ର ଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେ ନିଜର ସୁନ୍ଦର ଓ ଚମତ୍କାର ଅଭିନୟ ଦ୍ଵାରା ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଦର୍ଶକ ମାନେ ତାଙ୍କର ଅଭିନୟକୁ ପସନ୍ଦ କରିବା ସହ ଖୁବ ସାରା ଭଲ ପାଇବା ମଧ୍ୟ ଦେଇଥାନ୍ତି । ତେବେ ସବ୍ୟ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ମ୍ୟାରେଜ କରିବା ପରେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ରେ ରହିଥିଲେ ଏହି ଦୁଇ ଯୋଡି ।

ଏମିତିକି ଦୁହିଙ୍କର ଅନେକ ଭିଡିଓ ଓ ଫୋଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା ଯାହାକୁ ନେଇ ଏହି ଦୁଇ ଯୋଡି ଖୁବ ଲୋକପ୍ରିୟତା ସାଉଁଟି ଥିଲେ । ତେବେ ବର୍ତ୍ତମାନ ସମୟରେ ସବ୍ୟଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହି ଭିଡିଓ ରେ ବେଳାଭୂମିର କୋଳ ରେ ଠିଆ ହୋଇଛି ଭଙ୍ଗା ଦଦରା ଟିଣ ଛପର ଘରଟିଏ ।

ଆଉ ତାରି ଛାଇ ତଳେ ନିଘୋଡ ନିଦ ରେ ସୋଇଛନ୍ତି ଜଣେ ଯୁବକ । ଯୁବକଙ୍କର ରୂପ ଦେଖିଲେ ସେ ପାଗଳ ବୋଧେ ହୋଇଥିବେ । ନାଁ ସେମିତି ଭାବିବା ଭୁଲ ହେବ ବନ୍ଧୁଗଣ । ସେ କୌଣସି ପାଗଳ ନୁହନ୍ତି ବରଂ ସେ ହେଉଛନ୍ତି ପାଗଳ ପ୍ରେମୀ । ଓଲିଉଡ ଜଗତର ଚକଲେଟ ବଏ ସବ୍ୟସାଚି ମିଶ୍ର ।

ତେବେ ବର୍ତ୍ତମାନ ସୁଟିଙ୍ଗ ଚାଲିଥିବା ଓଡିଆ ଫିଲ୍ମ ରେ ସେ ଗେଟଅପରେ ଆସୁଛନ୍ତି । ସବ୍ୟସାଚି ଏ ନେଇ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି । ଓଡିଶରା ଲୋକପ୍ରିୟ ଉପନ୍ୟାସିକ ଶଙ୍କର ତ୍ରିପାଠୀ ଙ୍କ ପୁସ୍ତକ ନାଗବିନ୍ଦୁ ଉପନ୍ୟାସ କୁ ନେଇ ଓଡିଆ ଫିଲ୍ମ ତିଆରି ହେଉଛି । ଫିଲ୍ମର ନାଁ ରହିଛି “ପୁସ୍କରା” ।

ଏଥିରେ ନୀଳକଣ୍ଠକାନ୍ତର ଅଭିନୟ କରୁଛନ୍ତି ସବ୍ୟ । ତେବେ ଫିଲ୍ମ ର ପ୍ରଥମ ଭାଗ ସୁଟିଙ୍ଗ ହୋଇଛି । ଅଗଷ୍ଟ ମାସରେ ଦ୍ଵିତୀୟ ପର୍ଯ୍ୟାୟ ସୁଟିଙ୍ଗ ଆରମ୍ଭ ହେବ ବୋଲି ସବ୍ୟ ଟ୍ବିଟ ରେ ଲେଖିଛନ୍ତି । ଏଥିପାଇଁ ସମସ୍ତଙ୍କ ଆଶୀର୍ବାଦ ମାଗିଛନ୍ତି ସବ୍ୟସାଚି । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ସବ୍ୟଙ୍କ ଏହି ନୂଆ ଗେଟଅପ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *