ବନ୍ଧୁଗଣ ଆପଣ ମାନେ ନୃତ୍ୟ ଶିଳ୍ପୀ ଶାଶ୍ଵତ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଜବରଦସ୍ତ ଓ ସୁନ୍ଦର ଡ୍ୟାନ୍ସ ପାଇଁ ସାରା ଓଡିଶାରେ ଜଣେ ସୁନାମଧନ୍ୟ ଡ୍ୟାନ୍ସର ଭାବେ ପରିଚିତ ଅଟନ୍ତି । ତାଙ୍କର ଡ୍ୟାନ୍ସ କୁ ସବୁ କଳାକାର ମାନଙ୍କ ଠାରୁ ଆରମ୍ଭ କରି ଓଡିଶା ବାସି ମାନେ ଖୁବ ପସନ୍ଦ କରିଥାନ୍ତି । ତେବେ ସୁପର ଡ୍ୟାନ୍ସର ଶାଶ୍ଵତ ଯୋଶୀ ନିଜର ଲିଙ୍ଗ କୁ ନେଇ କିଛି ଏମିତି ମନ୍ତବ୍ୟ ଦେଇଛନ୍ତି । ଶାଶ୍ଵତ କହିଛନ୍ତି କି ସେ ପ୍ରମାଣ କରି ସାରିଛନ୍ତି ସେ କଣ କାରଣ ସେ ବିବାହିତା ଅଟନ୍ତି । ତାଙ୍କର ଗୋଟେ ଝିଅ ମଧ୍ୟ ଅଛି ।
ସେ ସମାଜ ଆଗରେ ଯଥା ସମ୍ଭବ ପ୍ରମାଣ କରି ସାରିଛନ୍ତି କି ସେ କଣ ବୋଲି ଶାଶ୍ଵତ କହିଛନ୍ତି । ଯଦି ସମାଜ ଆଗରେ ତାଙ୍କର ବେଶ ଭୁଷାକୁ ନେଇ ପ୍ରଶ୍ନ ଉଠୁଛି ଏବେ ଯେଉଁ ମାନେ ଏହି ପ୍ରାଣ ଉଠାଉଛନ୍ତି ସେମାନଙ୍କର ସମସ୍ଯା ତାଙ୍କର ନୁହେଁ ବୋଲି ଶାଶ୍ଵତ ମତ ଦେଇଛନ୍ତି । ଆହୁରି ମଧ୍ୟ ଶାଶ୍ଵତ କହିଛନ୍ତି କି କାରଣ ସେ ଜଣେ କଳାକାର ହୋଇ ଥିବାରୁ କଳାକାର ମାନଙ୍କର କୌଣସି ଲିଙ୍ଗ ନ ଥାଏ ।
କେତେକ କଳାକାର ଝିଅ ବେଶରେ ଡ୍ୟାନ୍ସ କରିଥାନ୍ତି ତ ଆଉ କିଛି କଳାକାର ପୁଅ ବେଶରେ ଡ୍ୟାନ୍ସ କରିଥାନ୍ତି । ତ ସେଥିରେ ଳିଙ୍ଗ ରେ ପ୍ରଶ୍ନ ଉଠୁଛି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ମାଷ୍ଟର ଶାଶ୍ଵତ । ମୋର ବେଶ ଭୁସା ଏଇଟା ମୋର ସ୍ଵତନ୍ତ୍ର ପରିଚୟ, ଓର ନିଜସ୍ଵ ଇଚ୍ଛା ବୋଲି ନୃତ୍ୟ ଶିଳ୍ପୀ ଶାଶ୍ଵତ କହିଛନ୍ତି ।
ଯଦି ସେ ଲୋକ ମାନଙ୍କୁ ଉତ୍ତର ଦେବା ଆରମ୍ଭ କରିବେ ତେବେ ତାଙ୍କର ଅସ୍ତିତ୍ଵ କେଉଁଠି ରହିବ ବୋଲି କହିଛନ୍ତି ମାଷ୍ଟର ଶାଶ୍ଵତ । ମୋତେ କାହିଁକି ଲାଗୁ ନାହି କି ମୁଁ କାହାକୁ ଉତ୍ତର ଦେବି ବୋଲି ସେ କହିଛନ୍ତି । ସବୁଠାରୁ ବଡ କଥା ହେଉଛି ସବୁଠାରୁ ହାଇଏଷ୍ଟ ସେଲିବ୍ରେଟି ଓ ବିଜି ପର୍ଶନ ଭାବେ ଲୋକ ମାନେ ତାଙ୍କୁ କାଉଣ୍ଟ କରୁଛନ୍ତି ।
ଏଥିପାଇଁ ଲୋକ ମାନେ ତାଙ୍କୁ କାଉଣ୍ଟ କରୁଛନ୍ତି କି ତାଙ୍କର କ୍ରୀଏଟିଭିଟି ପାଇଁ । କାରଣ ସେ ନିଜେ ଓଡ଼ିଶାକୁ ଦେଖାଇବାକୁ ଚାହୁଁଛନ୍ତି କି ସେ ନମ୍ବର ୱାନା ବୋଲି । ଓଡିଶାର ହ୍ୟାଣ୍ଡଲୁମ ଯେଉଁ ଆର୍ଟ କଲଚର ଅଛି ତାହକୁ ନେଇ ଆଗକୁ ବଢିବାକୁ ଚାହୁଁଛନ୍ତି ବୋଲି ନିଜେ ମାଷ୍ଟର ଶାଶ୍ଵତ ମତଦାନ ଦେଇଛନ୍ତି ।
ସେ ପଇସା ପାଇଲେ ତାଙ୍କ ସହ ଯେଉଁ ମାନେ କାମ କରୁଛନ୍ତି ସେମାନେ ମଧ୍ୟ ଚଳିବେ କାରଣ ତାଙ୍କ ସହ ୭୦ରୁ ୮୦ ଟା ପରିବାର ଚଳୁଛନ୍ତି । ସେଥିପାଇଁ ସେ ମାଗଣାରେ ବା ଫ୍ରୀ ରେ କୌଣସି କାମ କରନ୍ତି ନାହି । କାରଣ ଯିଏ ପରିଶ୍ରମ କରିଛି ତାକୁ ତାର ପ୍ରାପ୍ୟ ମିଳିବ ଜରୁରୀ ଅଟେ ବୋଲି ମାଷ୍ଟର ଶାଶ୍ଵତ କହିଛନ୍ତି ।
ଏଭଳି ମନ୍ତବ୍ୟ ଦେଇଛନ୍ତି ଶାଶ୍ଵତ ନିଜର ବେଶ ଭୂଷାକୁ ନେଇ । ବନ୍ଧୁଗଣ ଆପଣ ମାନଙ୍କୁ ମାଷ୍ଟର ଶାଶ୍ଵତଙ୍କ ଡ୍ୟାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।