ବନ୍ଧୁଗଣ ଚଳଚିତ୍ର ଆଉ ଟିଭି ସିରିଏଲରେ ଅଭିନୟ ଦୁନିଆରୁ ଯାତ୍ରା ମଞ୍ଚକୁ ଆସିଛନ୍ତି ଜଣେ ଅଭିନେତା ଯାହାଙ୍କର ନାମ ହେଉଛି ବିଶ୍ଵଦୀପ ଦାସ । ସେ ଅନେକ ସାରା ସିରିଏଲ ଅଭିନୟ କରି ସାରିଛନ୍ତି ଟିଭି ପରଦାରେ ଦୀର୍ଘ ୧୫ ବର୍ଷ ହେବ । ବର୍ତ୍ତମାନ ତାଙ୍କର ମଞ୍ଜରି ଚ୍ୟାନେଲରେ ନଣନ୍ଦ ପୁଟୁଳି ସିରିଏଲରେ ଅଭିନୟ ସରିଛି । ସେ ପ୍ରାୟତ ୧୧ଟି ସିରିଏଲର ଅଭିନୟ କରିସାରିଛନ୍ତି । ବିଶ୍ଵଦୀପ MBA କରିଛନ୍ତି ଆଉ ଅନେକ ପୋଷ୍ଟରେ ଚାକିରି ମଧ୍ୟ କରିଥିଲେ । କିନ୍ତୁ ଅନେକ ଭଲ ଭଲ ପୋଷ୍ଟ ସେ ଛାଡି ଦେଇଛନ୍ତି ।
ବିଶ୍ବଦୀପ କହିଛନ୍ତି ତାଙ୍କୁ ସିରିଏଲ ଆରମ୍ଭରୁ ସାଟିସଫାଏ ମିଳିଥାଏ କିନ୍ତୁ ୩ ମାସ ବିତିବା ପରେ ଆଉ ସେ ସବୁ ସିରିଏଲରୁ ମିଳେ ନାହି । ଯାହାକୁ ସେମାନେ ଅଭିଯୋଗ କରୁଥିଲେ ମଧ୍ୟ ଚରିତ୍ରରେ ତାଙ୍କୁ ସନ୍ତୁଷ୍ଟି ମିଳେ ନାହି । ସେ ଗତ ବର୍ଷ ନିସ୍ପତି ନେଇଥିଲେ ଯାତ୍ରା ଦୁନିଆରେ ଆସିବା ପାଇଁ କିନ୍ତୁ ହୋଇପାରି ନ ଥିଲା । କିନ୍ତୁ ଏବେ ସେ ଯାତ୍ରା ଦୁନିଆରେ ପାଦ ଦେଇଛନ୍ତି ଯାହା ତାଙ୍କର ସ୍ଵପ୍ନ ରହଥିଲା ।
ସେ ବାଘାଜାତିନ ଯାତ୍ରା ମଞ୍ଚରେ ଆସିଛନ୍ତି ଯାହା ପାଇଁ ସେ ଖୁସି ଅନୁଭବ କରୁଛନ୍ତି । ତାଙ୍କର ପ୍ରଥମ ନାଟକ ହେଉଛି ଦେଇ ଦେଲେ ସରିଯିବ । ଆପଣମାନେ ଦେଖିପାରିବେ କି ଅଭିନେତା ବିଶ୍ଵଦୀପ କିଭଳି ତାଙ୍କ ଭାଇଙ୍କ ପାଇଁ ଡାଇଲାଗ କହୁଛନ୍ତି ଯାହା ଖୁବ ସୁନ୍ଦର ଲାଗୁଛି । କାରଣ ତାଙ୍କ ଭାଇ ତାଙ୍କୁ ଆଣି ପାଳନ କରିଛନ୍ତି । ଏହି ଡାଇଲଗ କହିବା ସମୟରେ ସେ କାନ୍ଦି ପକାଉଛନ୍ତି ।
ସିରିଏଲରେ ଅଡିଏନ୍ସ ଦେବା ସମୟରେ ସେ ଟିକେ ନରଭାସ ଥିଲେ । ଯାତ୍ରା ଓ ସିରିଏଲ ଦିନିଆରେ ଆକାଶ ପାତାଳର ଫରକ ରହିଛି ବୋଲି ବିଶ୍ଵଦୀପ କହିଛନ୍ତି । ସେ ପୂର୍ବରୁ HDFC ବ୍ୟାଙ୍କରେ ଚାକିରି କରିଥିଲେ । ତାଙ୍କର ପାଢ ପଢା ସବୁ ହାଇଦ୍ରାବାଦରେ ସାରିଛି ଆଉ ସେ MBA କରିଛନ୍ତି ।
କିନ୍ତୁ ତାଙ୍କର କଳା ପ୍ରତି ବହୁତ ଆଗ୍ରହ ରହିଥିଲା । ବର୍ତ୍ତମାନ ତାଙ୍କର ପରିବାର ହାଇଦ୍ରାବାଦରେ ଅଛନ୍ତି । ସେ ଲେଖାଲେଖି କରିବାକୁ ବହୁତ ପସନ୍ଦ କରିଥାନ୍ତି । ଯାତ୍ରା ଦୁନିଆରେ ସବୁ କଳାକାର ମାନେ ତାଙ୍କୁ ସହଯୋଗ କରୁଛନ୍ତି । ତାଙ୍କର ଯାତ୍ରା ଦୁନିଆକୁ ଆସିବାର ୧୯ ଦିନ ବୀତି ଗଲାଣି ।
ସେ ନିଜକୁ ଯାତ୍ରା ଦୁନିଆରେ ଆଡଜେଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି ଆଉ ବହୁତ ଜଲ୍ଦି ଏହା ସମ୍ଭବ ମଧ୍ୟ ହୋଇଯିବ ବୋଲି ବିଶ୍ଵଦୀପ କହିଛନ୍ତି । ବାଘାଜାତିନ ଲୋକନାଟ୍ୟର ପ୍ରଡ୍ୟୁସର ରବୀନ୍ଦ୍ର ସାର ଯିଏ କି ନୂଆ ନୂଆ ଉବକ ମାନଙ୍କୁ ସୁଯୋଗ ଦେଉଛନ୍ତି ଯାତ୍ରାରେ ଅଭିନୟ କରିବା ପାଇଁ ।
ଏମିତି ବିଶ୍ଵଦୀପଙ୍କୁ ସୁଯୋଗ ଦେଇଛନ୍ତି ରବୀନ୍ଦ୍ର ସାରା । ଆଗରୁ କୁହାଯାଉଥିଲା କି ଅଧିକ ପାଠ ପଢୁଥିବା ପିଲା ଯାତ୍ରାକୁ ଯାଆନ୍ତି ନାହି । କିନ୍ତୁ ବିଶ୍ଵଦୀପ MBA କରିବା ସହ ବ୍ଯାଙ୍କ ଚାକିରିକୁ ଆଡେଇ ଦେଇ ମଞ୍ଚକୁ ଧାଇଁ ଆସିଛନ୍ତି କାରଣ ତାଙ୍କ ଭିତରେ ସେ କଳା ରହିଛି । ଏହା ଥିଲା ବିଶ୍ବଦୀପଙ୍କ ଅଭିନୟର କାହାଣୀ । ବନ୍ଧୁଗଣ ଆପଣଙ୍କର ବିଶ୍ଵଦୀପଙ୍କ ଅଭିନୟର ଯାତ୍ରା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।