ବାପା ମୁଁ ଆଉ ସହିପାରୁ ନାହି ତେଣୁ ସବୁଦିନ ପାଇଁ ମୁଁ… ମରିବା ପୂର୍ବରୁ ଶେଷ ଚିଠିରେ ଯାହା ଲେଖିଛି ପଢି ଆପଣଙ୍କ ଆଖିରେ ଆସିଯିବ ଲୁହ, ଦେଖନ୍ତୁ Video

ବାପା ମୁଁ ଆଉ ଏ ଦୁନିଆରେ ରହିବାକୁ ଚାହୁଁ ନାହି । ଏଠି କେବଳ ବିଶ୍ଵାଘାତ ହିଁ ମିଳେ । ମୋ ପାଇଁ ତୁମେ ଆଜି ସମାଜର କଟୁ କଥାର ଶିକାର ହୋଇଛ । କିନ୍ତୁ ମୁଁ ଆଉ କଣ କରିପାରିବି । ରାଜେଶ ମୋତେ ଆଉ ରଖେଇ ଦେଉ ନାହି । ବାରମ୍ବାର ମୋ ଅଶ୍ଳୀଳ ଫୋଟୋକୁ ନେଇ ମୋତେ ବ୍ଳାକମେଲ କରୁଛି । ସେ ସେହି ଫୋଟୋକୁ ସବୁ କେମତି ଆଣିଛି ମୁଁ ନିଜେ ବି ଜାଣିନୀ । ହେଲେ ବାପା ଏମିତି କେତେ ଦିନ ମୁଁ ବଞ୍ଚିଥାନ୍ତି ସେଥିପାଇଁ ବାପା ଏ ଦୁନିଆ ଛାଡି ଯିବାକୁ ବାଧ୍ୟ ହେଲି । ଭାବିଲି କାଳେ ଦୁନିଆ ଛାଡି ପଳେଇଲେ ରାଜେଶକୁ ଦଣ୍ଡ ମିଳିପାରିବ ।

ସେ ମୋତେ ଆଉ ହଇରାଣ କରିପାରିବ ନାହି । ବାପା ମା ତୁମକୁ ମୁଁ ବହୁତ ଭଲ ପାଏ । ମାୟାର ଯତ୍ନ ନେବ ବାପା ମୁଁ ଯାଉଛି । ଏମିତି କିଛି ଭାବନାର ସହ ସବୁ ଦିନ ଦୁନିଆ ଛାଡି ଚାଲି ଯାଇଛି ଘରର ଗେଲହା ଝିଅ । ଆଉ ଶୁଭିବାନୀ ପାଉଁଜି ର ଶବ୍ଦ । ଆଉ ଘରେ ଶୁଭିବ ନାହି ମା ମା ଡାକ । କାରଣ ଝିଅ ଆଜି ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଛି ।

ପ୍ରଥମେ ଏକ ତରଫା ପ୍ରେମ ଆଉ ପରେ ଦୁର୍ବଳ ମୁହୁର୍ତ୍ତର ଫୋଟୋକୁ ଭାଇରାଲ କରିବାର ଧମକ । ଆଉ ସମସ୍ତଙ୍କୁ ଛାଡି ଏବେ ସବୁ ଦିନ ପାଇଁ ଆଖି ବୁଜି ଦେଇଛି ଗେଲହା ଝିଅ । ଏଭଳି ଏକ ଦୁଖଦ ଖବର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଦଳମୁଣ୍ଡ ପଞ୍ଚାୟତ ହସାନପୁର ଗାଁ ରେ ।

ଅଶୋକ ଜେନାଙ୍କ ଝିଅ ପାୟଲ ଜେନା ଘରେ କେହି ନ ଥିବା ବେଳେ ଗତ ୧୭ ତାରିଖ ଦିନ ଏମିତି ପଦକ୍ଷେପ ନେଇ ଯାଇଛନ୍ତି । ଗାଁ ଲୋକେ ପ୍ରଥମେ ପାୟଲ ଙ୍କୁ ଉଦ୍ଧାର କରି ତାଙ୍କୁ ଭଦ୍ରକ ମେଡିକାଲ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁଯାୟୀ ଉକ୍ତ ପଞ୍ଚାୟତର ମଙ୍ଗୁଳିଆ ସାହିର ରାଜେଶ ସେନା । ପାୟଲଙ୍କୁ ଏକ ତରଫା ପ୍ରେମ କରୁଥିଲେ ରାଜେଶ ।

କିନ୍ତୁ ପାୟଲ ଏଥିରେ ରାଜି ହୋଇ ନ ଥିଲେ । ହେଲେ ରାଜେଶ ପାୟଲଙ୍କର କିଛି ଅଶ୍ଳୀଳ ଫୋଟୋକୁ ଭାଇରାଲ କରି ଦେବାକୁ ସବୁ ଦିନ ଧମକ ଦେଉଥିଲେ ପାୟଲ ଙ୍କୁ । ଏପରିକି ବ୍ଲାକ ମେଲିଙ୍ଗ ମଧ୍ୟ କରୁଥିଲେ । ଏପରିକି ଉଭୟ ପରିବାର ତରଫରୁ ସମାଧାନ ମଧ୍ୟ ହୋଇଥିଲା ।

କିନ୍ତୁ ଏହି ସବୁ ଘଟଣା ଅସହ୍ୟ ହୋଇ ନ କରିପାରି ପାୟଲ ଆତ୍ମହତ୍ୟା ଅରିଛନ୍ତି ବୋଲି ବାପା ଅଶୋକ ଧାମନଗର ଥାନା ରେ ଅଭିଯୋଗ କରିଛନ୍ତି । ତେବେ ଏମିତି ଅନେକ ଘଟଣା ଅନେକ କିଛି ଦିନ ହେବ ଲାଗି ରହିଛି । ପୁଅ ମାନେ ଝିଅକୁ ବ୍ଳାକେମଲ କରୁଛନ୍ତି ଆଉ ସେମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି । ତେବେ ଏ ସବୁ ଆଉ କେତେ ଦିନ ଚାଲିବ ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *