ମୁଖ୍ୟମନ୍ତ୍ରୀ Naveen Patnaikଙ୍କ ଦୁଇ ଭଉଣୀ, କଣ ରହିଛି ଏହା ପଚାର କାହାଣୀ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଏବେ ଚର୍ଚ୍ଚା ରେ ରାଷ୍ଟ୍ରପତି ବା ଉପରାଷ୍ଟ୍ରପତି ନିର୍ବାଚନ ଆଉ ଏହାରି ମଧ୍ୟରେ କିଏ କାହାକୁ କରିଲେ ସମର୍ଥନ । ଏହାରି ମଧ୍ୟରେ ଅଧିକ ଚର୍ଚ୍ଚାରେ ଅଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ଦୁଇ ଭଉଣୀଙ୍କ ପ୍ରତି ଆଦର ଓ ଅନାଦରକୁ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ଗୋଟିଏ ଭଉଣୀ ପାଇଁ ନବୀନ ସ୍ନେହର ଭଣ୍ଡାର ଖୋଲି ଦେଇଥିବା ବେଳେ ଆଉ ଗୋଟେ ଭଉଣୀକୁ ଜମା ପଚାରୁ ନାହାନ୍ତି । ଭଉଣୀ ରାକ୍ଷୀ ବାନ୍ଧିଥିଲା ବୋଲି ଭାଇ ରାଜନୀତିରେ ଆଗ ପଛ କିଛି ବିଚାର ନ କରି ସବୁ ସମର୍ଥନ ଅଜାଡି ଦେଲେ ।

କିନ୍ତୁ ଆଉ ଗୋଟେ ଭଉଣୀକୁ ପୁରା ପର କରିଦେଲେ ନବୀନ । ଏପରିକି ସେହି ଭଉଣୀଙ୍କ ରାଜନୀତିରେ ବିରୋଧୀଙ୍କୁ ଖୋଲାଖୋଲି ଭାବେ ଦେଲେ ସମର୍ଥନ ନବୀନ । ଏଠାରେ ଆମେ ଯାହାଙ୍କ ବିଷୟରେ କହୁଛୁ ସେ ହେଉଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥା । ଦିନେ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଥିଲେ ଦ୍ରୌପଦୀ ମୁର୍ମୁ ।

ଏହା ପରେ ଝାଡଖଣ୍ଡର ରାଜ୍ଯପାଳ ମଧ୍ୟ ହେଲେ । ଜଣେ ସଫଳ ନାରୀନେତ୍ରୀ ମଧ୍ୟ ଦ୍ରୌପଦୀ ମୁର୍ମୁ । ଭାରତର ଯେବେ ଦ୍ରୌପଦୀଙ୍କୁ ଘୋଷଣା କରିଥିଲା ସେହି ସମୟରେ ନବୀନ ତାଙ୍କୁ ସମର୍ଥନ କରିବା ସହ ଦଳ ନିର୍ବିଶେଷରେ ସବୁ ଦଳଙ୍କୁ ସମର୍ଥନ ପାଇଁ ଅପିଲ କରିଥିଲେ । ଏହା ଛଡା ନିଜର ଦଳ ବଳ ଲଗାଇ ନିଜ ରାଜ୍ୟରେ ଜବରଦସ୍ତ କ୍ୟାମପରିଙ୍ଗ ଆରମ୍ଭ କରିଥିଲେ ।

ଦ୍ରୌପଦୀ ମୁର୍ମୁ ରାକ୍ଷୀ ବାନ୍ଧିଥିଲେ ବୋଲି ନବୀନ ତାଙ୍କର ମାନ ରଖିଲେ । ନବୀନଙ୍କର ସମର୍ଥନ ପଛରେ ରାଜନୈତିକ ସ୍ଵାର୍ଥ ରହିଥିଲା ଯାହା ହେଉଛି ମହିଳା ଓ ଆଦିବାସୀ ଭୋଟ ବ୍ୟାଙ୍କ । ତେବେ NDA ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ କାହିଁକି ସମର୍ଥନ ଦେଲେ ତାକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି ।

କାରଣ ଏହି ସମର୍ଥନ ନବୀନଙ୍କୁ କୌଣସି ମତେ ରାଜନୈତିକ ଫାଇଦା ଦେଇପାରିବ ନାହି । ରାଜନୀତିରେ ଜଣେ ପୋଖତ ଖେଳାଳି ନବୀନ ଏପରି କଣ ପାଇଁ କରିଲେ ଓ ଏହା ପଛରେ କଣ ରହିଛି ଉଦେଶ୍ୟ ତାହା ଏବେ ସବୁଠାରୁ ବଡ ପ୍ରଶ୍ନ । ମମତା ବାନାର୍ଜୀଙ୍କ ବିରୋଧୀ ଭାବେ ଜଣାଶୁଣା ଜଗଦୀପଙ୍କୁ ବିଜୁ ଜନତା ଦଳ ଉପ-ରାଷ୍ଟ୍ରପତି ପାଇଁ ସିଧା ସଳଖ ସମର୍ଥନ ଘୋଷଣା କରିବା ସହ ଦଳର ସାଂସଦ ମିନାକ୍ଷୀ ମିଶ୍ର ମଧ୍ୟ ତାଙ୍କ ନାମାଙ୍କନ ବେଳେ ଉପସ୍ଥିତି ଥିଲେ ।

ଉଭୟ DMC ଓ BJD ସିବିଆଇ ଜଳରେ ପଡିଛନ୍ତି । କିନ୍ତୁ ପଶ୍ଚିମବଙ୍ଗରେ ସିବିଆଇ ଯେପରି ଭାବେ ଆଗ୍ରେସିଭ ହୋଇଛି ଓଡିଶାରେ ସେଭଳି ଭାବେ ରୋଲ ପ୍ଲେ କରୁନାହି । ତେଣୁ ଇଣ୍ଡିଆ ସହ ନବୀନଙ୍କ ସଂପର୍କକୁ ନେଇ ସର୍ବଦା ଚର୍ଚ୍ଚା ଚାଲିଛି । ନବୀନ ପୁରୁଣା ମେଣ୍ଟ ସହଯୋଗୀ ଆଡକୁ ଢଳି ପଡୁଥିବା ତାଙ୍କ ନିସ୍ପତିରୁ ସ୍ପଷ୍ଟ ଜାଣ ପଡୁଛି । ଗତ ମାସର ନବୀନ ଦିଲ୍ଲୀ ଗସ୍ତ ସମୟରେ ମୋଦୀଙ୍କୁ ଭେଟ କରି କହିଥିଲେ ସେ ରାଷ୍ଟ୍ରପତି ନିର୍ବାଚନ ପାଇଁ କୌଣସି ଆଲୋଚନା କରି ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କର ନବୀନଙ୍କର ଏଭଳି ନିସ୍ପତି ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *