ମାତ୍ର 17 ଦିନରେ ବନିଲେ IPS, Akshat Kaushalଙ୍କ ପ୍ରେରଣା ଦାୟକ ଏହି କାହାଣୀ ଆଜିର ଯୁବପିଢୀ ପାଇଁ ଏକ ବଡ ଉଦାହରଣ, ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ୟୁପିଏସସି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା କେତେ ଯେ କଷ୍ଟକର ତାହା ସମସ୍ତେ ଜାଣିଛନ୍ତି । ସିଭିଲ ସର୍ଭିସ ପରିକ୍ଷା ରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥାନ୍ତି । କିନ୍ତୁ ଖୁବ କମ ଛାତ୍ର ଛାତ୍ରୀ ଙ୍କୁ ଏଥିରେ ସଫଳତା ମିଳିଥାଏ । ଯେଉଁ ମାନେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହୋଇଥାନ୍ତି ସେମାନେ ବିଫଳ ହେବା ପରେ ପରେ ନିଜର ଚେଷ୍ଟା ଜାରି ରଖିଥାନ୍ତି । ଆଉ କଥା ରେ ଅଛି ପରିଶ୍ରମର ଫଳ ଦିନେ ନା ଦିନେ ନିଶ୍ଚୟ ମିଳିଥାଏ । ଠିକ ସେହିଭଳି ଏକ ଆଇପିଏସ ଅଫିସରଙ୍କ କାହାଣୀ ଆଜି ସାମନାକୁ ଆସିଛି ।

ବାରମ୍ବାର ବିଫଳତା ପରେ ବି ହାର ନ ମାନି ପରିଶ୍ରମ କରି ଚାଲିଥିଲେ । ଆଉ ମାତ୍ର ୧୭ ଦିନରେ ତାଙ୍କୁ ମିଳିଥିଲା ବଡ ସଫଳତା । ଫରିଦାବାଦର ଅକ୍ଷତ କୌଶଳ ୪ ଥର ୟୁପିଏସସି ପରୀକ୍ଷାରେ ବିଫଳ ହୋଇଥିଲେ । କିନ୍ତୁ ୫ମ ଥର ତାଙ୍କ ହାତରେ ଥିଲା ସଫଳତା । ତେବେ ଆସନ୍ତୁ ଜାଣିବା ତାଙ୍କର ସଂଘର୍ଷମୟ କାହାଣୀ କେମିତି ଥିଲା ।

ସୂଚନା ଅନୁଯାୟୀ ଅକ୍ଷତ କୌଶଳ ୨୦୧୨ରେ ୟୁପିଏସସି ପାଖା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ୨୦୧୩ରେ ପ୍ରଥମ ଥର ସିଭିଲ ସର୍ଭିସ ପରୀକ୍ଷା ଦେବା ପରେ ମଧ୍ୟ ତାଙ୍କୁ ପ୍ରଥମ ଥର ବିଫଳତା ମିଳିଥିଲା । ବିଫଳତା ମିଳିବ ପରେ ସେ ନିଜକୁ ନିରାଶ କରିନ ଥିଲେ । ପରେ ଦ୍ଵିତୀୟ ଥର ପରିକ୍ଷା ଦେଇ ଅତି ନିକଟତରୁ ବିଫଳ ହେବା ପରେ ତୃତୀୟ ଥର ପରିଖ ଦେଇ ପୁଣି ବିଫଳ ହେଲେ ।

୩ଥର ବିଫଳ ହେବା ପରେ ମଧ୍ୟ ଦୃଢ ମନୋବଳ ପାଇଁ ସେ ଚତୁର୍ଥ ଥର ପରିକ୍ଷା ଦେଇଥିଲେ । ଆଉ ପୁଣି ବିଫଳ ହୋଇଥିଲେ । ଚତୁର୍ଥ ଥର ବିଫଳ ହେବା ପରେ ସେ ନିସ୍ପତି ନେଇଥିଲେ ଆଉ ପରୀକ୍ଷା ଦେବେ ନାହି । ନିଜର ରାସ୍ତାକୁ ବଦଳାଇ ଦେବେ । କିନ୍ତୁ ଅକ୍ଷତଙ୍କ ସାଙ୍ଗ ମାନେ ତାଙ୍କୁ ପୁଣି ଥରେ ସିଭିଲ ସର୍ଭିସ ପରିକ୍ଷା ଦେବାକୁ ଉଶ୍ଚାହିତ କରିଥିଲେ ।

ପରିବାର ଲୋକ ମଧ୍ୟ ତାଙ୍କୁ ଉଶ୍ଚାହିତ କରିଥିଲେ । ଅକ୍ଷତଙ୍କ ମା ତାଙ୍କୁ କହିଥିଲେ ଏହି ଶେଷ ଥର ପାଇଁ ଚେଷ୍ଟା କରି ଦେ । ମା ଓ ସାଙ୍ଗ ମାନଙ୍କ କଥା ଶୁଣି ଅକ୍ଷତ ଶେଷ ଥର ପାଇଁ ଚେଷ୍ଟା କରିବା ପାଇଁ ନିସ୍ପତି ନେବା ସହ ପାଠ ପଢା କୁ ଜୋରଦାର କରିଥିଲେ । କିନ୍ତୁ ସେହି ସମୟରେ ପରୀକ୍ଷା ପାଇଁ ମାତ୍ର ୧୭ ଦିନ ବାକି ରହିଥିଲା ।

ଏତେ କମ ଦିନ ହାତରେ ଥିଲେ ବି ସେ ନିରାଶ ନ ହୋଇ କଡା ମେହନତ କରି ମାତ୍ର ୧୭ ଦିନ ମଧ୍ୟରେ ପ୍ରିଲିଏନ୍ସ କ୍ଲିୟର କରିବାରେ ସଫଳତା ହାସଲ କରିଥିଲେ । ପରେ ତାଙ୍କର ଇଣ୍ଟରଭିୟୁ ମଧ୍ୟ ଭଲ ରହିଥିଲା । ୨୦୧୭ରେ ପ୍ରଥମ ଥର ଚେଷ୍ଟା କରି ୫୫ତମ ରିୟାଙ୍କ ହାସଲ କରି ଆଇପିଏସ ହୋଇଥିଲେ ଅକ୍ଷତ । ବନ୍ଧୁଗଣ ଆପଣ ମାନଙ୍କର ଅକ୍ଷତଙ୍କର ଏଭଳି ସଂଘର୍ଷମୟ କାହାଣୀ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *