ନମସ୍କାର ବନ୍ଧୁଗଣ । ଗତ ଦେଢ ବର୍ଷ ହେବ ଆଶ୍ରମକୁ ଆରୋଗ୍ଯ ହେବାକୁ ଯାଇଛି ଆଉ ଘରକୁ ଫେରିନି ଉଚ୍ଚ ଶିକ୍ଷିତା ଝିଅ । ଝିଅକୁ ପାଇବାକୁ ପୋଲିସ ନିକଟରେ ମା ଆକୁଳ ନିବେଦନ କରୁଛନ୍ତି । ଏସପି କାର୍ଜ୍ଯାଳୟରେ ମହିଳା କଲ୍ୟାଣ ସଂଘର ବିକ୍ଷୋପ । ତେବେ ଝିଅର ମା ଆଶ୍ରମ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ବାବାଙ୍କ ଆଶ୍ରମକୁ ଯାଇ ଫେରିନି ବଢିଲା ଝିଅ । ଆଉ ଝିଅକୁ ଡେକହ କରିବାକୁ ଯାଉଥିବା ପରିବାର ଲୋକଙ୍କୁ ଆଶ୍ରମ ଅନ୍ତେବାସୀଙ୍କ ଧମକ ମିଳୁଛି । ରେଶମ ସହରର ବ୍ରଂହପୁର ଲୋଚାପଡାରେ ଘଟିଛି ଏମିତି କିଛି ଘଟଣା । କେ ପୁଷ୍ପାବତୀ ଓ କେ କାନ୍ତା ରାଓଙ୍କ ଝିଅ କେ ସୁଧା ବୟସ ମାତ୍ର ୨୬ ବର୍ଷ ।
ସୁଧାଙ୍କର ସ୍ଵାସ୍ଥ୍ୟଗତ ସମସ୍ଯା ଦେଖା ଦେବାରୁ ଚିନ୍ତିତ ଥିଲେ ବାପା ମା । ତେବେ ଝିଅକୁ ବାବା ମୁକୁନ୍ଦାନନ୍ଦାଙ୍କ ଆଶ୍ରମକୁ ଛାଡି ଦେଲେ ସେ କୁଆଡେ ଭଲ ହୋଇଯିବେ ଝିଅର ବାପା ମାଙ୍କୁ ଏପରି କହି ପ୍ରଲୋଭିତ କରିଥିଲେ ବାବା ସ୍ଵାମୀ ମୁକୁନ୍ଦାନନ୍ଦଙ୍କ ଅନୁଗତ । ତାହାକୁ ବିଶ୍ଵାସ କରି କଟକ ବାଙ୍କି ବାନାର ଆଶ୍ରମରେ ୨୦୨୧ ଜାନୁଆରୀ ୫ ରେ ଆଶ୍ରମକୁ ସୁଧାକୁ ଛାଡିଥିଲେ ବାପା ମା ।
ହେଲେ ଏହା ପର ଠାରୁ ଆଉ ଘରକୁ ଆସି ନାହି । ଏପରିକି ଦେଖା ସାକ୍ଷାତ ବି ଇଲୁ ନାହି । ଆଶ୍ରମକୁ ଗଲେ ମାଡ ମାରୁଛନ୍ତି ଆଶ୍ରମର ସଦସ୍ୟ । ଏ ନେଇ ମହିଳା କଲ୍ୟାଣ ସଂଘ ସହଯୋଗରେ ଏସିପି ଙ୍କ କାର୍ଜ୍ୟାଳୟ ସମୁଖରେ ଆନ୍ଦୋଳନ କରିଛନ୍ତି ବାପା ମା । ୧୫ ଦିନରେ ଝିଅ ସୁଧା ଉଦ୍ଧାର ନ ହେଲେ ଆଶ୍ରମ ସମୁଖରେ ଧାରଣା ଦେବାକୁ ଚେତବନୀ ଦେଇଛନ୍ତି ।
ରାଜ୍ଯପାଳ ଏହି ଘଟଣା ବିଷୟରେ ଅବଗତ ହେବା ପରେ ଉପଯୁକ୍ତ ପଦକ୍ଷେପ ନେବାକୁ ଦେଇଛନ୍ତି ନିର୍ଦ୍ଦେଶ । ଏହା ସହ ଗଞ୍ଜାମ ଜିଲ୍ଲାପାଳ ବି ଏସପି ଙ୍କ ପ୍ରତୀକ୍ଷା ତତ୍ତ୍ବବଧାନରେ ତଦନ୍ତ କରିବାକୁ କରିଛନ୍ତି ତାଗିଦ ରାଜ୍ଯପାଳ । ଏହା ଜାଣିବା ପରେ ଘଟଣା ର ସଠିକ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସପି । ତେବେ ବର୍ତ୍ତମାନ ସମୟରେ ଆଶ୍ରମ ବିବାଦ ଏବେ ସାଧାରଣ କଥା ହୋଇ ପଡିଲାଣି ।
ବିଶ୍ଵାସ ସହ ଖେଳ ବା ବିଶ୍ଵାସ ଘାତକତା କେବେ ବି ଗ୍ରହଣୀୟ ନୁହେଁ । ଏଣୁ ବର୍ତ୍ତମାନ ସମୟରେ ପ୍ରଶ୍ନ ଉଠଛି ସୁଧା ଏବେ କେଉଁଠି ଅଛନ୍ତି କଣ କରୁଛନ୍ତି କେମିତି ଅଛନ୍ତି ? କାହିଁକି ସେ ଘରକୁ ଫେରୁ ନାହାନ୍ତି ଏହି ସବୁ ପ୍ରଶମ ଏବେ ପ୍ରତେକ ଟି ମନରେ ଉଙ୍କି ମାରୁଛି । ତେବେ ଆଜି ବି ଆମ ସମାଜର ଏମିତି ଲୋକ ଅଛନ୍ତି ଯେଉଁ ମାନେ ଦେହ ଭଲ କରିବା ବାହାନାରେ ଲୋକ ମାନଙ୍କୁ ଏମିତି ଆଶ୍ରମ ନେଇ ତାଙ୍କ ସହ ଖରାପ କାମ କରୁଛନ୍ତି ।
ଆଉ ଆମ ସମାଜରେ ଏମିତି ବି ବାପା ମା ଅଛନ୍ତି ଯେଉଁ ମାନେ ସୁଧାଙ୍କ ଭଳି ଝିଅକୁ ଡାକ୍ତର କୁ ନ ଦେଖାଇ ଏମିତି ଗୋଟେ ଭଅଣ୍ଡ ବାବା ହାତରେ ଟେକି ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।