ଆଜି ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି, କିଏ ଜିତିବ ? ଦେଖନ୍ତୁ Special Report

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ଭାରତର ଭାବି ରାଷ୍ଟ୍ରପତି ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ କର ସ୍ଥିତି ଦେଖା ଯାଇଛି । ତେବେ କିଏ ହେବ ଭାରତର ରାଷ୍ଟ୍ରପତି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହାରି ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇ ସାରିଛି । କେବଳ ଫଳାଫଳ ଘୋଷଣା ହେବାକୁ ରହିଛି । ଆଜି ଖୋଲିବ ୱାଲେଟ ବକ୍ସ ଆଉ ଦେଶ ପାଇବା ପଞ୍ଚଦଶ ରାଷ୍ଟ୍ରପତି । ତେବେ କାହା ସପକ୍ଷରେ ଯାଇଛି ବିଧାୟକ ଓ ସାଂସଦ ଙ୍କ ମତ ।

NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନା ମିଳିତ ବିପକ୍ଷ ପ୍ରାର୍ଥୀ ଯଶବନ୍ତ ସିହ୍ନା । ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଲାଗି ମତ ଦାନ ହୋଇଥିଲା । ଏହା ପରେ ଗତ ମଙ୍ଗଳବାର ସନ୍ଧ୍ୟା ସୁଧା ଦେଶର ୩୦ଟି ମତଦାନ କେନ୍ଦ୍ର ରୁ ୱାଲେଟ ବକ୍ସ ସାଂସଦ ଭବନରେ ପହଞ୍ଚି ସାରିଛି । କଡା ସୁରକ୍ଷା ରେ ରହିଛି ଏକ ୱାଲେଟ ବକ୍ସ ।

ଆଜି ସକାଳୁ ୧୧ଟା ରେ ପାର୍ଲିୟାମେଣ୍ଟ ହାଉସ ର ପ୍ରଥମ ମହଲାରେ ଥିବା ୬୩ତମ ରୁମ ରେ ଆରମ୍ଭ ହେବ ଭୋଟ ଗଣତି । ଭୋଟ ଗଣତି ସମୟରେ ନିଜେ ପ୍ରତତି ଓ ତାଙ୍କ ଦ୍ଵାରା ମନୋନୀତ ଜଣେ ପ୍ରତିନିଧି ଉପସ୍ଥିତି ରହି ପାରିବେ । ଏହା ଛଡା ଭାରତର ନିରବଚନ କମିଶନର ଙ୍କ ଦ୍ଵାରା ନିଯୁକ୍ତ ଅବଜର୍ଭର, PIB ଦ୍ଵାରା ସ୍ବୀକୃତି ପ୍ରାପ୍ତ ତଥା ନିର୍ବାଚନ କମିଶନଙ୍କ ଅନୁମତି ପତ୍ର ପାଇଥିବା ସାମ୍ବାଦିକ ମଧ୍ୟ ଗଣତି କେନ୍ଦ୍ର ରେ ରହି ପାରିବେ ।

ଭୋଟ ଗଣତି ଶେଷ ହେବା ପରେ ଫଳାଫଳ ଘୋଷଣା ହେବେ । ଏପରିକି ଫଳାଫଳ କୁ ରାଜ୍ୟ ସଭା ୱେବ ସାଇଟ ନିର୍ବଚନ ଲିଙ୍କ ରେ ଅପ୍ଲୋଡ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଋଟନିଙ୍ଗ ଅଫିସର ପିସି ମୋଦୀ । ତେବେ ଗତ କିଛି ଦିନ ହେବ ଦ୍ରୌପଦୀ ମୁର୍ମୁ ଭାରତର ଭାବି ରାଷ୍ଟ୍ରପତି ହେବ ପାଇଁ ନେଇ ଚର୍ଚ୍ଚା ଜୋର ଧରିଛି ।

ତାଙ୍କୁ ଦେଶରେ ରାଷ୍ଟ୍ରପତି କରିବା ପାଇଁ ପ୍ରାୟତ ସବୁ ଦଳ ସମର୍ଥନ କରିବାର ମଧ୍ୟ ନଜର ଆସିଛନ୍ତି । ଏମିତିକି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ସମର୍ଥନ କରିବା ସହ ତାଙ୍କ ଦଳ ଗୁଡିକୁ ଦ୍ରୌପଦୀ ମୁର୍ମୁ ଙ୍କୁ ଭୋଟ ଦେବା ପାଇଁ କହିଛନ୍ତି ଯାହାକୁ ନେଇ ସେରା ରାଜ୍ୟରେ ଚାଞ୍ଚଲ୍ୟ କର ସ୍ଥିତି ଦେଖା ଯାଇଛି । ତେବେ ବାକି ରହିଲା ଆଜିର ଭୋଟ ଗଣତି ପରେ କଣ ଘୋଷଣା କରା ଯାଉଛି ।

କିଏ ହେବେ ଆଗାମୀ ରାଷ୍ଟ୍ରପତି ଭାରତର ଦ୍ରୌପଦୀ ମୁର୍ମୁ ନା ଯଶବନ୍ତ ସିହ୍ନା । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *