ତେଲ କଲା ମାଲାମାଲ! ପୁରୀରୁ ମିଳିଲା ପ୍ରାକୃତିକ ଗ୍ଯାସ ଓ ପେଟ୍ରୋଲର ସନ୍ଧାନ, ଯାହା ଓଡିଶାକୁ କରିବ ମାଲାମାଲ…. ଦେଖନ୍ତୁ କଣ କହୁଛନ୍ତି ଭୂତତ୍ତ୍ଵବିଜ୍ଞାନୀ

ନମସ୍କାର ବନ୍ଧୁଗଣ । ତେଲ କରିଲା ମାଲାମାଲ । ଆଜ୍ଞା ହଁ ଏହି କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଅଟେ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ଦେଶରେ ପେଟ୍ରୋଲ ଦର ୧୦୦ ତାଙ୍କ ରୁ ଅଧିକ ରହିଛି । ଏପରି ସମୟରେ ଗୋପ ଅଞ୍ଚଳ ରେ ପେଟ୍ରୋଲ ଓ ପ୍ରାକୃତିକ ଗ୍ଯାସ ର ସନ୍ଧାନ ମିଳିବା ସମସ୍ତଙ୍କୁ ଖୁସି ଆଣି ଦେଇଛି । କୁହା ଯାଉଛି ପେଟ୍ରୋଲ ର ଉତ୍ପାଦନ ଆରମ୍ଭ ହେଲେ ଏଠିକାର ଯୁବକ ଯୁବତୀ ମାନେ ରୋଜଗାର ପାଇବେ । ଏହି ଅଞ୍ଚଳର ବିକାଶ ମଧ୍ୟ ହୋଇ ପାରିବ । ଖାଲି ଏତିକି ନୁହେ ବରଂ ଅର୍ଥନୀତି ଓ ସାମାଜିକ କ୍ଷେତ୍ର ରେ ପରିବର୍ତ୍ତନ ଆସନିବ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ଭୂ-ତତ୍ତ୍ଵ ବିଜ୍ଞାନୀ କହିଛନ୍ତି ବର୍ତ୍ତମାନ ସୁଧା ପେଟ୍ରୋଲ ଥିବା ନେଇ ସ୍ପଷ୍ଟତା ଆସି ନ ଥିବାରୁ ଅଧିକ ଉଶ୍ଚାହିତ ହେବା ଉଚିତ ନୁହେଁ । ଗୋପ ରେ ପେଟ୍ରୋଲ ଓ ପ୍ରାକୃତିକ ଗ୍ଯାସ ର ସନ୍ଧାନ ମିଳିବା ଏହା ପ୍ରଥମ ଘଟଣା ନୁହେଁ ବରଂ ଏହା ପୂର୍ବର ରୁ ୧୯୭୦ ମସିହାରେ ଗୋପ ରେ ପେଟ୍ରୋଲ ଓ ଗ୍ଯାସ ର ସନ୍ଧାନ ପାଇଥିଲା ONGC । କିନ୍ତୁ ବ୍ୟୟ ବହୁଳ ଭାବେ ଉତ୍ପାଦନ କରିବା ଆଗରୁ ONGC ଓହରି ଯାଇଥିଲା । ଏପଟେ ପେଟ୍ରୋଲ ଓ ଗ୍ଯାସ ଥିବା ନେଇ ଜାଗ ଚିହ୍ନଟ ପରେ ଗୋପ ଅଞ୍ଚଳ ର ୩୭ ଜଣ ଚାଷୀ ଙ୍କୁ ୧୦ କୋଟି ଟଙ୍କା ଦେଇଛି ଅଏଲ ଇଣ୍ଡିଆ ।

ଏଣୁ ବହୁତ ଜଲ୍ଦି ଏକ୍ସପ୍ରୋରେଟରୀ ଡ୍ରିଲିଙ୍ଗ ବା ଅନ୍ଵେଷଣ ଡ୍ରିଲିଙ୍ଗ ଆରମ୍ଭ ହେବ । ପ୍ରାୟ ୧୦୦୦ ମିଟର ଡ୍ରିଲିଙ୍ଗ ପରେ ଗ୍ଯାସ ଓ ପେଟ୍ରୋଲ ର ମହଜୁଦ ଥିବା ଓ ପରିମାଣ ସମ୍ପର୍କ ରେ ସଠିକ ଖବର ମିଳିବ । ତେବେ ଏ ନେଇ ଭୂ-ତତ୍ତ୍ଵ ବିଜ୍ଞାନୀ ମାନେ କହିଛନ୍ତି ସଠିକ ଭାବେ ଡ୍ରିଲିଙ୍ଗ ସାରିବା ପରେ ଜଣା ପଡିବ ସତରେ ଏଠାରେ ପେଟ୍ରୋଲ ଓ ଗ୍ଯାସ ରହିଛି କି ନାହି । କାରଣ ଯେଉଁ ଯାଏଁ ଡ୍ରିଲିଙ୍ଗ ନ ହୋଇଛି ସେତେ ଯାଏଁ ସଠିକ ତଥ୍ୟ କଣ କିଛି କହି ହେବ ନାହି ।

ତେବେ ଅଏଲ ଇଣ୍ଡିଆ ତରଫରୁ ଚେଷ୍ଟା ଜାରି ରହିଛି ଯେତେ ଜଲ୍ଦି ହେବେ ଡ୍ରିଲିଙ୍ଗ କାମ ଆରମ୍ଭ କରା ଯାଇ ପାରିବ । ଗୋପ ଅଞ୍ଚଳ ରେ ୧୯୭୦ ମସିହାରେ ପେଟ୍ରୋଲ ଓ ଗ୍ଯାସର ସନ୍ଧାନ ମିଳିଥିଲେ ମଧ୍ୟ ତେଲ ଦର ଆଖି ରେ ରଖି ଆଗକୁ ବଢି ନ ଥିଲା ONGC ଏବେ କିନ୍ତୁ ସ୍ଥିତି ବଦଳି ଯାଇଛି । ତେଣୁ ଗୋପ ଅଞ୍ଚଳ ରୁ ପେଟ୍ରୋଲ ପ ଗ୍ଯାସ ଉତ୍ପାଦନ କରାଇବାକୁ ସବୁ ପ୍ରକାରର ଚେଷ୍ଟା କରିବା ଅଏଲ ଇଣ୍ଡିଆ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *