ମଶାଣୀର Arjuna, ମଶାଣିରେ ଜୁଇ ଜାଳିଲେ ଘରେ ଚୁଲି ଜଳେ, ଏହି ପିଲାଟିର ଦୁଃଖ ଶୁଣି ଆପଣ ବି କାନ୍ଦି ପକାଇବେ… ଦେଖନ୍ତୁ Video କଣ କହୁଛନ୍ତି ଅର୍ଜୁନ

ନମସ୍କାର ବନ୍ଧୁଗଣ । ଶ୍ମଶାନକୁ ଯେବେ ଶବ ଆସେ ମଶାଣିରେ ଯେବେ ରାମ ନାମ ସତ୍ୟ ଶୁଭେ ସେତେବେଳେ ରୋଜଗାରର ସମ୍ଭାବନା ସୃଷ୍ଟି ହୁଏ । ପରିଶ୍ରମ କରି ପାରିଶ୍ରାମିକ ପାଇବାର ଆଶା ଜନ୍ମିଥାଏ । କାରଣ ମଶାଣିରେ ଶବ ଜଳିଲେ ଯାଇ ଘରେ ଚୁଲି ଜଳିବ । ମଶାଣିରେ ମୃତ ଦେହର ଭିଡ ଜମିଲେ ମା ଓ ଭାଇ ଭଉଣୀଙ୍କ ପାଇଁ ଦାନା ଯୋଗାଡ ହେବ । ବାପା ଆରପାରିକୁ ଗଲା ପରେ ଏହି ମଶାଣି ସାଜିଛି ଏହି କୁନି ପୁଅର ରୋଜଗାରର ଏକ ମାଧ୍ୟମ । ଆଉ ଏଠାରେ ଶବ ଦାହ ସମୟରେ ସାହାଜ୍ଯ କରି ଯାହା କିଛି ଟଙ୍କା ମିଳେ ସେଥିରେ ପରିବାର ଚଳୁଅଛି ।

ସେହି କୁନି ପୁଅର ନାଁ ହେଉଛି ଅର୍ଜୁନ ନାୟକ ବୟସ ମାତ୍ର ୧୪ କି ୧୫ ବର୍ଷ ହେବ ଘରର ଅବସ୍ଥା କହିଲେ ନ ସରେ । ବାପା ଠିଆବ ବେଳେ ମଶାଣିରେ ଶବ ଦାହ କରି ଯାହା ରୋଜଗାର କରନ୍ତି ସେଥିରେ ଘର ଚଳୁଥିଲା । ହେଲେ ୪ ବର୍ଷ ପୂର୍ବେ ବାପାଙ୍କ ଦେହାନ୍ତ ପରେ ପରିବାରର ଦାୟିତ୍ଵ ନିଜ କାନ୍ଧ କୁ ନେଇଛି ଅର୍ଜୁନ । ମା ଅସୁସ୍ଥ ଓ ବଡ ଭାଇ ଟ୍ରକରେ ହେଲପର ଅଛନ୍ତି ।

ଆଉ ବାକି ୩ ସାନ ଭାଇ ଭଉଣୀ ପାଠ ପଢୁଛନ୍ତି । ସେମାନଙ୍କ ଭବିଷ୍ୟତ ଗଢିବାକୁ ନିଜ ପାଖରେ ଡୋରୀ ବାନ୍ଧି ଘରର ମେରୁଦଣ୍ଡ ସାଜିଛି ଅର୍ଜୁନ । ରାଉରକେଲା ବେଦ ବ୍ଯାସ ସ୍ଥିତ ମୁକ୍ତି ଧାମରେ ଗତ ୪ ବର୍ଷ ହେଲା ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ରେ ସାହାଜ୍ୟ କରୁଛି ଅର୍ଜୁନ । ବୟସ କମ ଥିବାରୁ ଶବ ଦାହ କାର୍ଯ୍ୟ ନିଯୋଜିତ କରି ନାହି ଟ୍ରଷ୍ଟ ।

ତେଣୁ ଶବ ସତ୍କାର ବେଳେ ନିଜ ଆଡୁ କିଛି ସହଯୋଗ କରି ମୃତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଯାହା କିଛି ମିଳେ ସେଥିରେ ସେ ଖୁସି ହୁଏ । ତା ବାଦ ମସାଣି ରେ ଲାଗୁଥିବା ଲୁଣ, ଝୁଣା, ଧୂପକାଠି ବି ଅନ୍ତିମ ସଂସ୍କାର ବେଳେ ଅର୍ଜୁନ ଯୋଗାଇ ଦେଇଥାଏ । ଯେଉଁଠୁ ତାକୁ ଭଲ ଦୁଇ ପଇସା ରୋଜଗାର ମିଳିଥାଏ । ଏମିତି ରେ ଦିନକୁ ୩୦୦ ରୁ ୪୦୦ ଟଙ୍କା ପ୍ରାୟ ଅର୍ଜୁନ ପାଇଯାଏ ।

ସେପଟେ ନିଜେ କଷ୍ଟ ରେ ଚଳୁଥିବା ଅର୍ଜୁନ ଗରିବ ଲୋକ ବା ବୃଦ୍ଧାଶ୍ରମ ରୁ କୌଣସି ଶବ ଆସିଲେ ମାଗଣାରେ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇଥାଏ ଯାହା କୁନି ପୁଅର ମହାନତାର ପ୍ରମାଣ ଦିଏ । ପଢିବାକୁ ପ୍ରବଳ ଇଚ୍ଛା ହେଲେ ସେ ଇଚ୍ଛା ଆଗରେ ଅନେକ ଅସୁବିଧା ରହିଛି । ପାଠ ପଢିଲେ ପେଟ ଫାଙ୍କା ରହିବ ଅର୍ଜୁନର ।

ଖାଲି ଅର୍ଜୁନ ନୁହେଁ ଅନେକ ଗରିବ ଓ ମଧ୍ୟବିତ୍ତ ଘରର ଏ ହେଉଛି କାହାଣୀ । ପରିସ୍ଥିତି ଆଗରେ ସବୁ ଇଚ୍ଛା ସବୁ ସ୍ଵପ୍ନ କୁ ଜାଣି ଜାଣି ସମାଧି ଦେଇଥାଏ । ବନ୍ଧୁଗଣ ଆପଣ ମାନଙ୍କର ଅର୍ଜୁନଙ୍କର ଏଭଳି ଜୀବନ କାହାଣୀ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *