ଗଣେଶ ଚତୁର୍ଥୀ (Ganesh Puja)ଦିନ ଘରକୁ ଆଣନ୍ତୁ ଏହି 1 ଜିନିଷ, ହେବ ଧନର ବର୍ଷା

ଚଳିତ ବର୍ଷ ଅଗଷ୍ଟ ୩୧ରେ ପଡିବାକୁ ଯାଉଛି ପବିତ୍ର ଗଣେଶ ଚତୁର୍ଥୀ । ଭାରତ ବର୍ଷରେ ଖୁବ ଧୂମଧାମରେ ଗଣେଶ ପୂଜା ପାଳନ କରାଯାଇଥାଏ । ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ବ୍ରତ ଓ ପୂଜା କରିବାକୁ ପଡିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଯଦି ଏହି ଦିନ ବିଶେଷ ଉପାୟ କରାଯାଏ ତେବେ ମଣିଷ ଜୀବନରେ ସୁଖ ଶାନ୍ତିର ଆଗମନ ହୋଇଥାଏ । ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଉପାୟ କରିଲେ ବହୁତ ଜଲ୍ଦି ପ୍ରସନ୍ନ ହେବା ସହ ଇଚ୍ଛା ପୂରଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ବିସ୍ତାର ଭାବେ ।

 

୧- ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କର ମୂର୍ତ୍ତିକୁ ଅଭିଷେକ କରନ୍ତୁ । ଏହା ଆପଣ କୌଣସି ମନ୍ଦିରକୁ ଯାଇ କରିପାରିବେ । ଏହା ପରେ ଭଗବାନଙ୍କ ନିକଟରେ ଲଡୁ ଭୋଗ ଲଗାଇ ଭକ୍ତଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ ।

୨- ଗଣେଶ ଯନ୍ତ୍ର ଏକ ଚମତ୍କାରୀ ଉପକରଣ ଅଟେ ଯାହା ଜୀବନର ସବୁ ଦୁଖକୁ ଦୂର କରିଥାଏ । ଗଣେଶ ଚତୁର୍ଥୀ ଦିନ ଗଣେଶ ଯନ୍ତ୍ର ଘରେ ସ୍ଥାପନ କରିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଯନ୍ତ୍ର ଘରେ ରହିଲେ ନେଗେଟିଭ ଶକ୍ତି ଦୂର ହୋଇଥାଏ ।

୩- ଗଣେଶ ଚତୁର୍ଥୀ ଦିନ ହାତୀକୁ ସବୁଜ ଘାସ ଖାଇବାକୁ ଦେଲେ ଲାଭଦାୟକ ହେବ । ଗଣେଶଙ୍କ ମନ୍ଦିରକୁ ଯାଇ ଭଗବାନଙ୍କ ନିକଟରେ ସମସ୍ଯାର ସମାଧାନ ପାଇଁ ପ୍ରାର୍ଥନା କରନ୍ତୁ ।

୪- ଭଗବାନ ଗଣେଶଙ୍କୁ ଶୁଦ୍ଧ ଘିଅ ଓ ଖଣ୍ଡ ଗୁଡ ଅର୍ପଣ କରନ୍ତୁ । ଏହାକୁ ଭୋଗ ଲଗାଇବା ପରେ ଏହାକୁ ଆଣି ଗୋଟେ ଧଳା ରଙ୍ଗର ଗାଇକୁ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଆର୍ଥିକ ସମସ୍ଯା ଦୂର ହୋଇଥାଏ ।

୫- କିଛି ଖଣ୍ଡ ହଳଦୀ ନେଇ ସେଥିରେ ୨୧ଟି ଛୋଟ ଛୋଟ ଦାନା ପ୍ରସ୍ତୁତ କରନ୍ତୁ । ଏହାକୁ ଦୁବ ଘାସ ସହ ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ । ଏମିତି କରିଲେ ଜୀବନର ସବୁ ଦୁଖ ଦୂର ହୋଇଥାଏ ।

୬- ଚାକିରି କ୍ଷେତ୍ରରେ ବାଧା ଆସୁଛି ତେବେ ଗଣେଶ ପୂଜା ଦିନ ଭଗବାନ ଗଣେଶଙ୍କୁ ୫ଟି ଖଣ୍ଡ ଗୁଡ ଓ କଦଳୀକୁ ଭୋଗ ଲଗାଇ ନିଜେ ପାଇବା ସହ ଅନ୍ୟ ମାନଙ୍କୁ ବାଣ୍ଟି ଦିଅନ୍ତୁ ।

୭- ଗଣେଶ ପୂଜା ଦିନ ନିଶ୍ଚୟ ଭଗବାନ ଗଣେଶଙ୍କ ମନ୍ଦିରକୁ ଯାଇ ସେଠାରେ ଦର୍ଶନ କରି ଯଥା ସମ୍ଭବ ଭିକାରୀଙ୍କୁ ଦାନ କରନ୍ତୁ । କୌଣସି ପ୍ରକାରର ଫଳ ବା ପୋଷାକ ଦାନ କରିବା ପରେ କିଛି ଦକ୍ଷିଣା ଦିଅନ୍ତୁ ।

୮- ବିବାହରେ ବିଳମ୍ବ ହେଉଛି ତେବେ ଗଣେଶ ପୂଜା ଦିନ ଯେଉଁ ବ୍ୟକ୍ତି ବିବାହିତା ଅଛନ୍ତି ସେମାନେ ଭଗବାନ ଗଣେଶଙ୍କୁ ମାଲପୁଆ ଅର୍ପଣ କରନ୍ତୁ । ନିଜର ବିବାହର ଇଚ୍ଛା ମଧ୍ୟ ଭଗବାନଙ୍କ ନିକଟରେ କୁହନ୍ତୁ । ଭୋଗ ଲଗାଇବା ପରେ ମାଲୁଆ ଅନ୍ୟ ମାନଙ୍କ ବାଣ୍ଟି ଦିଅନ୍ତୁ ।

୯- ଯଦି ଆପଣଙ୍କ ମନରେ କୌଣସି ଇଚ୍ଛା ରହିଛି ତେବେ ମାଟିରେ ଦୁବ ଘାସରେ ପ୍ରସ୍ତୁତ କରନ୍ତୁ ଗଣେଶଙ୍କର ମୂର୍ତ୍ତି ପ୍ରସ୍ତୂତ କରି ପୂଜା କରିପାରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *