ନମସ୍କାର ବନ୍ଧୁଗଣ, ଆପଣ ମାନେ ଏହି ଭିଡିଓରେ ଦେଖିପାରିବେ ମା ଙ୍କୁ କେତେ ବୟସ ହେଲାଣି ତଥାପି ପୁଅକୁ ସେହି ଭଲ ପାଇବା ଦେଇ ତାର ଯତ୍ନ ନେଉଛନ୍ତି । ଭଗବାଙ୍କ ଉପରେ ମା ଅଭିମାନ କରିଛି ମୋ ପୁଅକୁ ଏମିତି ଜନ୍ମ କାହିଁକି ଦେଲା ଅନ୍ୟ ମାନଙ୍କ ଠାରୁ ଏତେ ଭିନ୍ନ କାହିଁକି କରିଲ ? ଲକ୍ଷେ ଶିବ ପୂଜା ମା ତପନଙ୍କୁ ପାଇଥିଲେ କିନ୍ତୁ ଏତେ ସେବା ଯତ୍ନ ପରେ ବି ଏବେ ତପନଙ୍କର ଶରୀରର ଗଠନ କାରଣରୁ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଛି । କେହି ଟିକେ ସାହାଜ୍ଯ କରିବାକୁ ଆଗେଇ ଆସି ନାହାନ୍ତି ।
ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରାଇବଣିଆ ଗାଁର କୁନି ଗାନ୍ଧୀଙ୍କ ପରିବାର କଥା । ମା ର ବୟସ ଗାଡି ଯାଉଛି ପୁଅ ଏହି ବୟସରେ ସାହାରା ହେବା କଥା କିନ୍ତୁ ସବୁ କିଛି ବେସାହାରା ହୋଇପଡୁଛି । ମା ନିଜ ପୁଅର କଷ୍ଟକୁ ହୃଦୟରେ ଛାପି ରଖି ଆଖିରୁ ଲୁହ ଗଡାଇବା ଛଡା ଆଉ କିଛି ଉପାୟ ନାହି । ବାପା ଆରପାରିକୁ ଯିବା ପରେ ତପନର ସବୁ ଦାୟିତ୍ଵ ବୁଝୁଛନ୍ତି ମା ।
ଏ ପରିବାରରେ କେବେ ଗୋଟେ ଓଳି ଚୁଲି ଜଳୁଛି ତ ଆଉ ଗୋଟେ ଓଳି ଚୁଲି ଜଳୁଆ ନାହି । ଭୋକ ଉପାସରେ ଦିନ କାଟୁଛନ୍ତି କାରଣ ଏ ପରିବାରରେ ରୋଜଗାର କରିବାକୁ କେହି ନାହି । ନା ଅଛି ମା ପାଖରେ ପୁଅ ପାଇଁ ଚିକିତ୍ସାର ଅର୍ଥ ନା ଅଛି ଭଲ ଖାଇବାକୁ । କେବଳ ଅଛି ଦୁଖ ଆଉ ଯନ୍ତ୍ରଣା । ଆଖିରେ ଆଖିଏ ଲୁହ ଆଜି ବାର୍ଦ୍ଧକ୍ୟ ଅବସ୍ଥାରେ ମା ପୁଅକୁ ଦେଖି କାନ୍ଦି ପକାଉଛି ।
ତପନଙ୍କ ଦେହ ଦିନକୁ ଦିନ ବିଗିଡୁ ଥିବାର ଦେଖି ମା ଆଖିରୁ ଲୁହ ଶୁଖୁ ନାହି । ବାପା ଛେଉଣ୍ଡ ତପନ ଜନ୍ମରୁ ଭିନ୍ନ କ୍ଷମ । ୩୫ ବର୍ଷ ହେଲା ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ତପନ । କେବଳ ଭତ୍ତା ଦେଇ ସରକାର ତାଙ୍କ କାମ ସାରି ଦେଇଛନ୍ତି । ମା ପୁଅ ଏବେ ବି ମାଟି ଛପର ଘରେ ରହୁଛନ୍ତି ଯେଉଁ ଘରେ ବର୍ଷା ହେଲେ ପାଣି ଝରୁଛି ।
ଗୋଟେ ଘର ପାଇଁ ପ୍ରଶାସନର ସମସ୍ତଙ୍କୁ ନେହୁରା ହୋଇଛନ୍ତି ହେଲେ କେହି ଶୁଣି ନାହାନ୍ତି । ପୁଅ ଆଜି ବିକଳାଙ୍ଗ ନ ହୋଇଥିଲେ ମା ର ଦୁଖ ରହି ନ ଥାନ୍ତା । ତେବେ ତପନ ଗାନ୍ଧୀଙ୍କ ଚିକିତ୍ସା ପାଇଁ ମାସିକ ଖର୍ଚ୍ଚ ୪୦୦୦ରୁ ୫୦୦୦ ଟଙ୍କା । ତେବେ କେତେ ପଇସାରେ ଖାଇବେ ଆଉ ପୁଅର ଚିକିତ୍ସା କେମିତି କରିବେ ଦୁଖୀନୀ ମା ।
ଏଥିପାଇଁ ଦୁଖୀନୀ ମା ସରକାର ଙ୍କୁ ଆର୍ଥିକ ସହାୟତା ମାଗୁଛନ୍ତି । ତେବେ ଦେଖିବା ବାକି ରହିଲା ତପନଙ୍କ କରୁଣ ଚିତ୍ର କେବେ ସରକାରଙ୍କର ପାଖରେ ପହଞ୍ଚିବ ? କେବେ ମିଳିବ ତପନଙ୍କୁ ପକ୍କା ଘର ଆଉ ସଠିକ ଚିକିତ୍ସା ତାହା ଦେଖିବା ବାକି ରହିଲା । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।