ଭଲ ପାଇ ସବୁ ସମ୍ପର୍କ ରଖିବା ପରେ ଘର ଆଗରେ ଧାରଣା ଦେଇଥିବା ପ୍ରେମିକାକୁ ଯୁବକ ଯାହା କହୁଛି ଶୁଣି ଆପଣଙ୍କ ରକ୍ତ ବି ହେବ ଗରମ… ଦେଖନ୍ତୁ video

ଭଲରେ କହୁଛି ମୋ ଗାଁ ଛାଡି ପଳେଈ ଆ ମୋ ଘରୁ ପଳେଈ ଆ ଆଉ ତୋତେ ଦେଖି ଗାଁ ଲୋକେ କଣ ସବୁ କହିବେ ? ଆଉ ଏପଟେ ଝିଅ କହୁଛି ଏ ପୁରା ଗାଁ ମୋ ସପକ୍ଷରେ ଅଛି ମୁଁ ଏଠାରୁ ଜମା ବି ଜୀବି ନାହି ତୁ ମୋତେ ଏଥିକି ଆଣିଥିଲୁ ଏଠି ରହିବି ଯେ ପର୍ଯ୍ଯନ୍ତ ତୁ ନ ଆସିଛୁ । ଏହା ପରେ ପ୍ରେମିକ କହୁଛି ମୁଁ ତୋତେ ଘରକୁ ଆଣି ନ ଥିଲି ହୋଟେଲ କୁ ବି ଆଣିଥିଲି ହୋଟେଲ ଦୁଆର ମୁହଁ ରେ ଯା ବସିବୁ ମୋ ଘର ଆଗରେ ବସିଲେ ମୋର ଇଜ୍ଜତ ଯାଉଛି ।

ଆଉ ପ୍ରେମିକା କହୁଛି ମୋର ଆଉ ଇଜ୍ଜତ କଣ ରହିଲା ଯେ ମୋତେ ଲାଜ ଲାଗିବ । ଦର୍ଶକ ବନ୍ଧୁ ଆଜି ପ୍ରେମର ପରିଭାଷା ବଦଳିଛି ପ୍ରେମର ସାଜ୍ଞା ବଦଳିଛି ଭଲ ପାଇବାର ଅର୍ଥ ବଦଳିଛି । ଆଉ ଏଠି ପ୍ରେମ କହିଲେ କେବଳ ସେକ୍ସ ଆଉ ଧୋକା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ମାସାଘାଇ ଥାନା ଅନ୍ତର୍ଗତ ଦୂଷିୟା ପଞ୍ଚାୟତ ବାନ୍ଧପୁଦ ଗାଁ ରେ । ଏହି ଗାଁ ର ରମେଶ ଚନ୍ଦ୍ର ଓଝା ଙ୍କ ପୁଅ ରଞ୍ଜନ ଓଝା ବୟସ ୨୮ ବର୍ଷ ।

ରଞ୍ଜନ ଝାଡଖଣ୍ଡ ରୁମୁଟା ମାଇନ୍ସ ରେ ହୋଲ୍ଡର ଭାବେ କାମ କରୁଥିଲେ । ଆଉ କାମ କରୁଥିବା ବେଳେ ଯାଜପୁର ସଦର ଅନ୍ତର୍ଗତ ଏକ ଝିଅ କୁ ଇଂଷ୍ଟାଗ୍ରାମ ରେ ଚ୍ୟାଟିଙ୍ଗ କରିଲେ । ଆଉ ଦୀର୍ଘ ୧୪ ମାସର ଚ୍ୟାଟିଙ୍ଗ ପରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଆଉ ତା ପରେ ଘର, ଭଉଣି ଘର ଏମିତି କି OYO ହୋଟେଲ ସବୁ ଆଡେ ଯାଇଥିଲେ । ବାରମ୍ବାର ନିଜ ଘରେ ଆଉ ହୋଟେଲ ରେ ଶାରୀରିକ ସମ୍ପର୍କ ରଖିବା ପରେ ରମେଶ ଏବେ କହୁଛି ମୁଁ ତୋତେ ବାହା ହେବି ନାହି । ଆଉ ତା ପରେ ଯୁବତୀ ଥାନର ଦ୍ଵାରସ୍ଥ ହୋଇଛନ୍ତି ।

ଥାନା ରେ ରଞ୍ଜନ କିନ୍ତୁ କହିଲା ତାକୁ ବାହା ହେବି ଆଉ ପାଖରେ ରହିବି । ଆଉ ଥାନା ବାହାରେ ସବୁ କିଛି ବଦଳି ଗଲା । ଆଉ ଏବେ ନ୍ୟାୟ ପାଇବାକୁ ଯୁବତୀ ଜଣକ ପ୍ରେମିକ ଘର ଦୁଆର ଆଗରେ ଧାରଣା ଦେଇ ବସିଛି । ଆଉ ଏତିକି ବେଳେ ପ୍ରେମିକ କହୁଛି ମୁଁ ତୋତେ ହୋଟେଲ କୁ ବି ନେଇଥିଲି ଯା ହୋଟେଲ ଦୁଆର ମୁହଁ ରେ ବସିବୁ ତୋର ସବୁ ସମସ୍ୟାର ସମାଧାନ ହୋଇଯିବ ।

ତେବେ ଦେଖିବାକୁ ବାକି ରହିଲା ଝିଅ ଟି କେବେ ନ୍ୟାୟ ପାଉଛି । କେବେ ତା ପ୍ରେମିକ ପାଖକୁ ଆସି ହାତ ରେ ଶଙ୍ଖା ଆଉ ମଥା ରେ ସିନ୍ଦୁର ଦେଇ ନିଜର କରୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *