ବନ୍ଧୁଗଣ ଆରମ୍ଭ ହେବାକୁ ଯାଉଛି ପବିତ୍ର କାର୍ତ୍ତିକ ମାସ । ଏହି ମାସର ହିନ୍ଦୁ ଧର୍ମରେ ବିଶେଷ ମହତ୍ଵ ରହିଛି । କାର୍ତ୍ତିକ ମାସ ହେଉଛି ପୂଣ୍ୟ ମାସ । ଏହି ମାସରେ ସ୍ନାନ କରିବାର ମଧ୍ୟ ବିଶେଷ ନିୟମ ରହିଛି । ଏହି ମାସରେ କାର୍ତ୍ତିକ ବ୍ରତ ରଖିବା ବହୁତ ମହତ୍ଵ ପୂର୍ଣ୍ଣ ଅଟେ । ଯଦି କାର୍ତ୍ତିକ ବ୍ରତ ରଖନ୍ତି ତେବେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହି ମାସରେ ଭଗବାନ ବିଶୁଣୁ ଙ୍କୁ ଦାମୋଦାର ନାମରେ ପୂଜା କରାଯାଏ । ଯାହାକୁ ରାଧା ଦାମୋଦର ପୂଜା ମଧ୍ୟ କୁହାଯାଏ । ଆଜି ଆମେ ଆପଣଙ୍କୁ କାର୍ତ୍ତି ବ୍ରତ କରିଲେ କଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।
ଧର୍ମ ଗ୍ରନ୍ଥରେ କୁହା ଯାଇଛି ଯେଉଁ ମାନେ କାର୍ତ୍ତିକ ମାସରେ କାର୍ତ୍ତିକ ବ୍ରତ ନ କରନ୍ତି ସେମାନେ ଘୁଷୁରି ଯୋନି କୁ ପ୍ରାପ୍ତ ହୋଇଥାନ୍ତି । ତେଣୁ ୧୨ ମାସ ଭିତରେ ସବୁଠାରୁ ଉତ୍କୃଷ୍ଟ ଓ ପୂଣ୍ୟ ମାସ ଭାବରେ କାର୍ତ୍ତିକ ମାସ କାର୍ତ୍ତିକ ବ୍ରତ ରଖିବା ନିହାତି ଜରୁରି ଅଟେ । ଯେଉଁ ବ୍ୟକ୍ତି ଏହି ମାସରେ ଦୀପ ଦାନ କରନ୍ତି ସେମାନେ ୧୬ କଳାକୁ ପ୍ରାପ୍ତ ହୋଇଥାନ୍ତି । ଦୀପ ଦାନର ଅର୍ଥ ସମସ୍ତ ଦାନର ପୁଣ୍ୟକୁ ପ୍ରାପ୍ତ କରିବା । ଏହି ମାସରେ ଖଟ, ତକିଆ ଆଦି ତ୍ୟାଗ କରି ଭୂମିରେ ସୟନ କରିବା ଉଚିତ ।
ଏହା ଦ୍ଵାରା ବୁଦ୍ଧି ବିକଶିତ ହେବା ସହ ପ୍ରଭୁଙ୍କ ଚରଣରେ ସ୍ଥାନ ମିଳିଥାଏ । ଏହି ମାସରେ ତୁଳସୀ ପୂଜନର ବିଶେଷ ମହତ୍ଵ ରହିଛି । ପ୍ରତେକ ମନୁଷ୍ୟ ପ୍ରତେକ ଦିନ ତୁଳସୀ ମାତାଙ୍କୁ ପୂଜା କରିଥାନ୍ତି କିନ୍ତୁ କାର୍ତ୍ତିକ ମାସରେ ତୁଳସୀ ପୂଜନ ବିଧି ବିଧାନ ଅନୁଯାୟୀ କରିଲେ ଶୁଭ ଫଳ ମିଳିଥାଏ । ଯେଉଁ ବ୍ୟକ୍ତି ଏହି ମାସରେ ଲେଖ ତୁଳସୀ ଅର୍ପଣ କରନ୍ତି ସେମାନେ ମୁକ୍ତ ଦାନ କରିବା ସହ ସମାନ ହୋଇଥାଏ ।
ଏହି ମାସରେ ଯେଉଁ ବ୍ୟକ୍ତି ତୁଳସୀ ଗଛକୁ ପୂଜା କରିବା ସହ ବ୍ରାମହଣଙ୍କୁ ଗଛ ତଳେ ଭୋଜନ କରନ୍ତି ତେବେ ଅନନ୍ତ ଗୁଣା ଫଳ ମିଳିଥାଏ । ଏହି ମାସରେ ଶରୀରରେ ତେଲ ଲାଗିବା ଅନୁଚିତ । ଏହି ମାସରେ ଗାଜର, ମୂଳା, ସାଲଗମ, ପିଆଜ, ରସୁଣ, ହେଙ୍ଗୁ, ସଜନ ଶାଗ, ବାଇଗଣ, ପାଣିକଖାରୁ, ତରଭୁଜ, କଇଁଥ ଓ ଯେଉଁ ଦ୍ରବ୍ୟକୁ ଦୁଇ ଥର ରୋଷେଇ କରାଯାଏ ତାହା ବର୍ଜନ କରିବା ଉଚିତ । ଯେମିତି ସୁଜି ହାଲୱା ଇତ୍ଯାଦିକୁ ଏହି ମାସରେ ବର୍ଜନ କରିବା ଦରକାର ।
ଏହା ସହ ଆମିଷ, ବାସୀ ଖାଦ୍ୟ, ମଟର, ହରଡ, କୋଳଥ ଆଦି ବର୍ଜନ କରିବା ଉଚିତ । ସପ୍ତମୀ ତିଥିରେ ଅଁଳା ଓ ତିଳ ଏବଂ ଅଷ୍ଟମୀ ତିଥିରେ ନଡିଆ ଖାଇବା ଅନୁଚିତ । ଏହି ମାସରେ ବ୍ରତ କରୁଥିଲେ ଇନ୍ଦ୍ରିୟ ଉପରେ ସଂଯମତା ରକ୍ଷା କରିବା ଉଚିତ । ଯେମିତି କୁକର୍ମ, କ୍ରୋଧ, ଖରାପ ଚିନ୍ତା କରିବା, ଝଗଡା କରିବା, ଅନିଷ୍ଟ କରିବା ଉଚିତ ନୁହେଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।