ମୁଁ କିନ୍ନର ହେଲେ ବି ମୋ ହୃଦୟଟା ପରା ଗୋଟେ ମାଆର, ଏଭଳି ଦୃଶ୍ୟ ଦେଖି ଆପଣଙ୍କ ଆଖିରେ ବି ଆସିଯିବ ଲୁହ… ଦେଖନ୍ତୁ Video

ଦର୍ଶକ ବନ୍ଧୁ କିନ୍ନର ଆମ ସମାଜ ପାଇଁ ଏକ ଏମିତି ସ୍ଥାନରେ ରହିଛନ୍ତି ଯାହାକୁ କେହି କେବେ ଅଣଦେଖା କରି ପାରିବେ ନାହି । ତେବେ ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଜଣେ କିନ୍ନର ହୋଇ ମଧ୍ୟ କେମିତି ମଣିଷ ପଣିଆର ପରିଚୟ ଦେଉଛନ୍ତି । ରାସ୍ତା କଡ ରେ ଅସହାୟ ଭାବେ ବୁଲୁଥିବା ଜଣେ ଦୁଖୀ ମହିଳା ଙ୍କୁ କେମିତି ସବୁ ପ୍ରକାର ର ସାହାଜ୍ଯ କରି କିନ୍ନର ଜନକ ତାଙ୍କ ମୁହଁ ରେ ହସ ଫୁଟାଇ ପାରିଛନ୍ତି । କିନ୍ନର ମା ଜଣକ ଦିବ୍ୟାଙ୍ଗ ମା କୁ ନିଜ ଶିଶୁ ସହ ଦେଖି ତାଙ୍କୁ କେମିତି ବସାଉଛନ୍ତି ଆଉ ଖାଇବାକୁ ମଧ୍ୟ ଦେଉଛନ୍ତି ।

ଏମିତିକି ଭୋକିଲା ପିଲା କୁ ମଧ୍ୟ କିଛି ଖାଇବାକୁ ଦେଉଛନ୍ତି କିନ୍ନର ମା ଜଣକ । ସେ କିନ୍ନର ହେଲେବି ତାଙ୍କ ମନ ହେଉଛି ଗୋଟେ ମା ର ଏହା କହିଲେ କିଛି ଭୁଲ ହେବ ନାହି । ଏହା ସହ କିନ୍ନର ମା ପିଲା ପାଇଁ ନୂଆ ଡ୍ରେସ ମଧ୍ୟ ଆଣିଛନ୍ତି ଆଉ ପିଲାର ମା ଏହା ଦେଖି ବହୁତ ଖୁସି ବ୍ୟକ୍ତ କରୁଛି । ଆଉ ଗୋଟେ ମା ର ଭୋକିଲା ପେଟକୁ ବୁଝି କିନ୍ନର ମା ତାଙ୍କୁ ଖାଇବାକୁ ଦେଉଛନ୍ତି । ଜଣେ ଦିବ୍ୟାଙ୍ଗ ମା ର କୋଳ ରେ ଭୋକିଲା କୁନି ପିଲା ଟି କୁ ଦେଖି ସେ କେମିତି ଦୁଖ ପାଉଛନ୍ତି ।

ଆଉ ତାଙ୍କ ଦୁଖରେ ଦୁଖୀ ହୋଇ ସେମାନଙ୍କୁ ସାହାଜ୍ଯ କରିବାକୁ ଆଗେଇ ଆସୁଛନ୍ତି କିନ୍ନର ଜନକ । ଦିବ୍ୟାଙ୍ଗ ମା କିନ୍ନର ଙ୍କୁ ଦେଖି ଜମା ବି ଭୟ କରୁ ନାହାନ୍ତି । କାରଣ କିନ୍ନର ମା ଅମଣିଷ ନୁହନ୍ତି । ପୁରୁଷ କି ନାରୀ ନ ହୋଇ ମଧ୍ୟ ତାଙ୍କ ପାଖରେ ହୃଦୟ ଅଛି । କିନ୍ନର ଙ୍କ ଦ୍ଵାରା ଯାହା ସମ୍ଭବ ହୋଇ ପାରିଛି ସେ ଦିବ୍ୟାଙ୍ଗ ମହିଳା ଙ୍କୁ ସାହାଜ୍ଯ କରିଛନ୍ତି । ବେସାହାରା ଥିବା ମହିଳା ଙ୍କୁ ସାହାରା ଦେଇଛନ୍ତି କିନ୍ନର ମା । ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବେଶ ଚହଳ ସୃଷ୍ଟି କରିଛି ।

ଆଜିର ଏ ସମାଜ ଭିନ୍ନ ଦ୍ରୁଷ୍ଟି ରେ କିନ୍ନର ମାନଙ୍କୁ ଦେଖିଥାଏ । ତେବେ ଏହି କିନ୍ନର ମା ଜଣକ ନିଜ ବିଶାଳ ହୃଦୟର ପରିଚୟ ଦେଇ ଅନ୍ୟ ଦୁଖରେ ଦୁଖୀ ହୋଇ ତାଙ୍କୁ ସାହାଜ୍ଯ କରିବା ପାଇଁ ଆଗେଇ ଆସିଛନ୍ତି । ତେଣୁ ଦର୍ଶକ ବନ୍ଧୁ କେବେ ବି କାହାକୁ ଛୋଟ ନଜର ରେ ଦେଖନ୍ତୁ ନାହି ଘୃଣା କରନ୍ତୁ ନାହି । ସମସ୍ତଙ୍କ ମନରେ ଗୋଟିଏ ହୃଦୟ ଲୁଚି ରହିଛି । ସମସ୍ତଙ୍କ ଶରୀର ରେ ଭଗବାନ ମଧ୍ୟ ନିଜେ ବାସ କରନ୍ତି ।

ତେଣୁ ଏହି କିନ୍ନର ମା ଙ୍କ ଠାରୁ ସମସ୍ତେ କିଛି ଶିଖିବା ଉଚିତ । ଅନ୍ୟ ର ସାହାଜ୍ଯ ସେବା କରି ନିଜେ ମଧ୍ୟ ଖୁସି ରେ ରହିବେ । ସତରେ କିନ୍ନର ମା ଜଣକ ଙ୍କ ହୃଦୟ ବହୁତ ବଡ । ବନ୍ଧୁଗଣ ଆପଣ ମାନଙ୍କର ଏହି ଭାଇରାଲ ଭିଡିଓ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *