ବନ୍ଧୁଗଣ ଆପଣ ମାନେ ସମସ୍ତେ କମେଡିଆନ ରାଜୁ ଦାସ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଆଜି ହେଉଛି ତାଙ୍କର ଶୁଭ ବିବାହ ଯାହାକୁ ନେଇ ଗଣମାଧ୍ୟମ ରେ ନିଜର ମନ୍ତବ୍ୟ ଦେଇଛି ରାଜୁ ଦାସ । ସେ କହିଛନ୍ତି କି “ମୁଁ ପଦ ଦେଖି ନାହି କି ମୁହଁ ଦେଖି ନାହି ହୃଦୟ ଦେଖିକି ବାହା ହୋଇଛି । ମୁଁ ଯେଉଁ ଟାଇପର ଝିଅ ଖୋଜୁଥିଲି ସେ ଠିକ ସେମିତି ଝିଅ ଯାହାକୁ ମୁଁ ସ୍ଵପ୍ନରେ ଦେଖିଥିଲି । ଭାଉଜ ସେମିତିରେ ସୁନ୍ଦର ଡେକହ ଯାଇଥାନ୍ତି । ମୁଁ ବିନା ମେକଅପ ରେ ତାଙ୍କୁ ଦେଖି ପସନ୍ଦ କରିଥିଲି । ମୁଁ ତ ସଦାବେଳେ ମେକଅପ ନେଇଛି ।
ଆମର ଆରେଞ୍ଜ ମ୍ୟାରେଜ ହୋଇଛି । ମୁଁ ଯାଇଥିଲି ଭାଉଜ ଙ୍କୁ ଦେଖିବା ପାଇଁ ଭଲ ଲାଗିଲେ ମୋତେ । କଥାବାରତା ବ୍ୟବହାର ଠିକ ଥିଲା । ଯେବେ ଗୋଟେ ଝିଅ ବାହା ହୋଇକି ଆସେ ଖାଲି ସ୍ବାମୀର ସ୍ତ୍ରୀ ନୁହେଁ ବରଂ ଭାଇ ଭଉଣୀଙ୍କ ଭାଉଜ, ଶ୍ଵଶୁରର ବୋହୂ ହୋଇକି ଆସେ । ମୋତେ ଲାଗେ ଗୋଟେ ପରିବାରର ସହ ଆଉ ଗୋଟେ ପରିବାରର ମିଳନ ହୋଇଥାଏ । ସେହି ଜିନିଷ ମୁଁ ଝିଅ ଭିତରେ ଦେଖି ପାରିଥିଲି ।
ଇଏ ମୋତେ ଯେତିକି କେୟାର ନେବେ ସେତିକି ମୋ ପରିବାରର ମଧ୍ୟ ନେବେ ସେଥିପାଇଁ ମୁଁ ତାଙ୍କୁ ପସନ୍ଦ କରିଲି । ମୋର କାମକୁ ନେଇ ତାଙ୍କର କିଛି ବି ଅସୁବିଧା ନାହି । ମୁଁ ଆଗୁଆ ବୁଝାଇ ଦେଇଛି ତାଙ୍କୁ । ଶ୍ଵଶୁର ଜଣେ ଅତି ଭଦ୍ର ଶାଶୁ ମଧ୍ୟ । ଶଳା ମାନେ ମଧ୍ୟ ବହୁତ ଭଲ ଫିଲ୍ଡରେ ଅଛନ୍ତି ବହୁତ ଭଲ ପରିବାର ପାଇଛି ମୁଁ । ମୁଁ କଣ ସାରୁଖାନ ମୋ ଲେଡି ଫ୍ୟାନ୍ସ ଙ୍କୁ ଏତିକି କହୁଛି ମୁଁ ବାହା ଆହେଲା ପରେ କଣ ସିନ୍ଦୁର ପିନ୍ଧିବି ନା କଣ ଯେମିତି ଦେଖୁଥିଲେ ସେମିତି ଦେଖିବେ କିଛି ନୂଆ କଥା ଏୟା ଭିତରେ ।
ଖାଲି ଏତିକି କଥା ଘରକୁ ଜଲ୍ଦି ଆସିବାକୁ ପଡିବ ନ ହେଲେ ଭାଉଜ ରାଗିବେ” । ରାଜୁ ଦାସ ଙ୍କ ବାପା ଏ ନେଇ କହିଛନ୍ତି ମୋ ପୁଅ ବାହା ହେଉଛି ମୁଁ ବହୁତ ଖୁସି ବୋହୂ ମଧ୍ୟ ବହୁତ ଭଲ । ତାଙ୍କ ମା ଥିଲେ ମଧ୍ୟ ସେତିକି ଖୁସି ହୋଇଥାନ୍ତେ । ରାଜୁ ନିଜର ଆଜିର ଷ୍ଟାଟସ ମଧ୍ୟ ଗଣମାଧ୍ୟମରେ ଦେଖାଇଛନ୍ତି ଆଉ କହିଛନ୍ତି ସକାଳୁ ଆଜି ୩ ଥର କାନ୍ଦି ସାରିଲିଣି । କାରଣ ମୋ ମାର ସ୍ଵପ୍ନ ଥିଲା ମୋ ବାହାଘର ଦେଖିବା ପାଇଁ କିନ୍ତୁ ଦେଢ ବର୍ଷ ତଳେ ସେ ଚାଲି ଯାଇଛନ୍ତି ।
ଅନ୍ୟ ପରିବାର ଲୋକେ ମଧ୍ୟ କହିଛନ୍ତି ଆମ ବୋହୂ ଲେକଚର ପୁରା ପରିବାରକୁ କେୟାର ନେବେ । ବରଯାତ୍ରୀରେ ଆମେ ଖୁବ ଡ୍ୟାନ୍ସ କରିବୁ । ପୁରା ପରିବାର ବହୁତ ଖୁସି ବ୍ୟକ୍ତ କରିଛନ୍ତି ରାଜୁ ଙ୍କ ବାହାଘରକୁ ନେଇ । ଓଡିଆ ପରମ୍ପରା ଅନୁଯାୟୀ ଆମେ ବୋହୂ କୁ ସ୍ଵାଗତ କରିବୁ ବୋଲି ରାଜୁ ଙ୍କ ଖୁଡୀ ମତ ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ରାଜୁ ଦାସ ଙ୍କ କମେଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।