ବନ୍ଧୁଗଣ ଧଳା ବଲରେ ବିସ୍ପୋରକ ବ୍ୟାଟିଙ୍ଗ ପରେ ଏବ ଲାଲ ବଲ ମ୍ୟାଚରେ ବି ଗରଜୀବ ବ୍ୟାଟ । ଟି-୨୦ ରେ ବିସ୍ପୋରକ ବ୍ୟାଟିଙ୍ଗ କରିବା ସହ ଏକ ନମ୍ବର ବ୍ୟାଟର ସାଜିଥିବା ସୂର୍ଯ୍ୟ କୁମାର ଯାଦବ ଙ୍କୁ ଖୁବ ଜଲ୍ଦି ଟିମ ଇଣ୍ଡିଆର ଧଳା ଜର୍ସିରେ ଦେଖିବାକୁ ମିଳିବ । ଟି-୨୦ ଓ ଦିନିକିଆରେ ସୂର୍ଯ୍ୟ ଯେଉଁ ଭଳି ପ୍ରଦର୍ଶନ କରୁଛନ୍ତି ତାହା ସଂକେତ ଦେଉଛି କି ବହୁତ ଜଲ୍ଦି ଟିମ ଇଣ୍ଡିଆର ଟେଷ୍ଟ ଟିମରୁ ଡାକରା ଆସିପାରେ । ତେଣୁ ଟିମ ଇଣ୍ଡିଆରେ ସାମିଲ ହେବା ନେଇ ସୂର୍ଯ୍ୟ କହିଛନ୍ତି ଖୁବ ଜଲ୍ଦି ଆସୁଛି ଟେଷ୍ଟ ଟିମରେ ଆସୁଛି ।
ଟି-୨୦ କ୍ରିକେଟରେ ବିଶ୍ଵର ଏକ ନମ୍ବର ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ଏହା ପୂର୍ବରୁ ମୁମ୍ବାଇ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି । ଏପରିକି କିଛି ବର୍ଷ ହେବ ମୁମ୍ବାଇ ପକ୍ଷରୁ ହଲ ପ୍ରଦର୍ଶନ କରି ଆସିଥିଲେ ସୂର୍ଯ୍ୟ କୁମାର । ଏନେଇ ସୂର୍ଯ୍ୟ କହିଛନ୍ତି କି ଯେବେ ଆମେ ପ୍ରଥମେ କ୍ରିକେଟ ଖେଳିବା ଆରମ୍ଭ କରିଥିଲୁ ସେତେବେଳେ ନାଲି ବଲରେ ହେଲିଥିଲୁ । ଆଉ ଏବେ ବି ମୁମ୍ବାଇ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳୁଛି । ଟେଷ୍ଟ ଫର୍ମାଟ ବାବଦରେ ଭଲ ଭାବେ ଜାଣିଛି । ଏପରିକି ଲମ୍ବା ଫର୍ମାଟରେ ଖେଳିବାର ଆନନ୍ଦ ମଧ୍ୟ ଉଠାଇଛି ।
ଆଶା ଅଛି ବହୁତ ଜଲ୍ଦି ଟିମ ଇଣ୍ଡିଆର ଟେଷ୍ଟ ଟିମରେ ସ୍ଥାନ ମିଳିବ । ମୁଁ ଭାରତ ପାଇଁ ଭଲ ପ୍ରଦର୍ଶନ କରିପାରିବି । ତେବେ ଗତ କିଛି ବର୍ଷ ପୂର୍ବେ ତାଙ୍କୁ ଦଳରେ ସ୍ଥାନ ନ ମିଳିବାରୁ ନିରାଶ ଥିଲେ ବୋଲି କହିଛନ୍ତି ସୂର୍ଯ୍ୟ । ଖାଲି ଏତିକି ନୁହେଁ ସେ କହିଛନ୍ତି ବେଳେବେଳେ ମୁଁ ଅତୀତକୁ ମନେ ପକାଏ । ଯେବେ ମୁଁ ଘରେ ଥାଏ ବା ସ୍ତ୍ରୀଙ୍କ ସହ କେଉଁଠିକି ଯାଏ ସେତେବେଳେ ଦୁଇରୁ ତିନି ବର୍ଷ ତଳେ ସ୍ଥିତି କଣ ଥିଲା ସେହି ସମୟରେ କଥା ହୋଇଥାଉ ।
ଆଜିର ସ୍ଥିତି କଣ ଅଛି ଅତୀତ ଓ ବର୍ତ୍ତମାନ ମଧ୍ୟରେ କଣ ଫରକ ଆସିଛି ତାହାକୁ ଆମେ ପରଖୀ ଥାଉ । କିଭଳି ମୋ ଜୀବନରେ ନୂଆ ମୋଡ ଆସିଛି ସେ ବିଷୟରେ ଆଲୋଚନା କରିଥାଉ । ତିନି ବର୍ଷ ଦଳରେ ସାମିଲ ନ ହେବାରୁ ନିରାସ ଥିଲି କିନ୍ତୁ ଆମର ଯେବେ ଭଲ ହେଉଛି ସେ ଦିଗରେ ଅଧିକ ହୟାନ ଦେବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ସୂର୍ଯ୍ୟ । କିଭଳି ଭଲ କ୍ରିକେଟର ହେବି ଓ ଟିମ ପାଇଁ ଭଲ ସ୍କୋର କରିବି ତାହା ଉପରେ ପ୍ରାଥମିକତା ଦେଉଛି ।
ନିଜର ଦୈନିକ ଜୀବନକୁ ସୁବ୍ୟବସ୍ଥା କରିବା ଦ୍ଵାରା ପ୍ରଦର୍ଶନରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ସେ କହିଛନ୍ତି । ଯାହାର ଝଲକ ନିୟୁଜଲ୍ୟାଣ୍ଡ ମ୍ଯାଚ ବିପକ୍ଷରେ ଦେଖିବାକୁ ମିଳିଥିଲା । ନିୟୁଜଲ୍ୟାଣ୍ଡ ବିପକ୍ଷ ଦ୍ଵିତୀୟ ଟି-୨ ରେ ସୂର୍ଯ୍ୟଙ୍କ ବିସ୍ପୋରକ ଶତକ ବିଶ୍ଵ ପ୍ରେମୀଙ୍କ ମନ ଜିଣିଛି । ମୋଟ ୫୧ ବଲରୁ ୧୧୧ ରନ ର ଅପରାଜିତ ଇନିଙ୍ଗ୍ସ ଖେଳି ସେ ନିଜର ତେଜ ଦେଖାଇଥିଲେ । ବନ୍ଧୁଗଣ ଆପଣଙ୍କର ସୂର୍ଯ୍ୟ କୁମାର ଯାଦବ ଙ୍କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।