ବନ୍ଧୁଗଣ ଆମ ଦେଶରେ ହାତୀ ମାନଙ୍କ ସଂଖ୍ୟା ବହୁତ ଅଧିକ ରହିଛି । ହାତୀ ବନ ରେ ରହିଲେ ଯେତିକି ସୁନ୍ଦର ଲାଗନ୍ତି ଏଣେତେଣେ ବୁଲି ସବୁ ନଷ୍ଟ କରିଲେ ସେତିକି ଚିନ୍ତାଜନକ ବିଷୟ ହୋଇଥାଏ । ଅନେକ ସମୟରେ ଦେଖାଯାଏ ହାତୀ ମାନେ ବଣ ରୁ ବାହାରି ଗାଁ ଗାଁ ରେ ପଶି ଫସଲ ନଷ୍ଟ କରିଥାନ୍ତି । ଯାହା ଫଳରେ ଚାଷୀ ମାନେ ନାହି ନ ଥିବା ହଇରାଣର ସମୁଖିନ୍ନ ହୋଇଥାନ୍ତି । ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ସାମନା କୁ ଆସିଛି ।
ସୋସିଆଲ ମିଡିଆରେ ଏଭଳି ଏକ ହାତୀ ଫସଲ ନଷ୍ଟ କରିବା ନେଇ ଭିଡିଓ ଭାଇରାଲ ହୋଇଛି । ଯାହା ବିଷୟରେ ଆଜି ଆମେ ଆପଣଙ୍କ ସହ ଆଲୋଚନା କରିବାକୁ ଯାଉଛୁ । ସୂଚନା ଅନୁଯାୟୀ ଚାଷୀ ଙ୍କ ନିଦ ହଜାଇ ଦେଇଛନ୍ତି ହାତୀ ପଲ୍ଲ । ଦଳ ଦଳ ହାତୀ ଆସି ଖାଇ ଯାଉଛନ୍ତି ଧାନ । ଧାନ ଭଲରେ ପାଚି ନ ଥିବା ବେଳେ ହାତୀ ପଲ ଯାହା ଖାଇବା କଥା ଖାଉଛନ୍ତି ତା ଠାରୁ ଅଧିକା ଡାଲି ମକଚି ନଷ୍ଟ କରି ଦେଉଛନ୍ତି । ଫଳରେ ଚାଷୀ ଅଧା ପାଚିଲା ଧାନକୁ କାଟିବାକୁ ବାଧ୍ୟ ହେଉଛନ୍ତି ।
ଉଭୟ କେଉଁଝର ଓ କଟକ ଜିଲ୍ଲାର ବଡମ୍ବା ନରସିଂହପୁର ରେ ଚାଷୀ ଭୋଗୁଛନ୍ତି ସମାନ ଦଶା । କେଉଁଠି ଚାଷୀ ଗଛ ଉପରେ ମଞ୍ଚା ବାନ୍ଧି ଟିଣ ବାଡଉଛି ତ ଆଉ କେଉଁଠି ଉଜୁଡା କ୍ଷେତକୁ ଦେଖି ମୁଣ୍ଡରେ ହାତ ଦେଇ ବସିଛି । ଏହି ଦୃଶ୍ୟ ହେଉଛି କେଉଁଝର ଜିଲ୍ଲାର ଦୃଶ୍ୟ । ଏଠି ବନ କର୍ମଚାରୀ ପହଞ୍ଚିଛନ୍ତି । ହାତୀ ଘଉଡାଇବାକୁ ଉଦ୍ୟମ ବେଳେ ଲୋକ ଙ୍କୁ ସତର୍କ କରାଉଛନ୍ତି ବନ କର୍ମଚାରୀ ମାନେ । ହେଲେ ଏ ସବୁ କିଛି କମା ଦେଉ ନାହି ।
ନିଜ ଫସଲକୁ ହାତୀ କବଳରୁ ଉଧାର କରିବା ପାଇଁ କଞ୍ଚା ହେଉ ପଛେ ତରବର ହୋଇ ଧାନ କାଟି ନେଉଛନ୍ତି ହାତୀ । କେଉଁଝର ବନ ଖଣ୍ଡ ଅନ୍ତର୍ଗତ ଚମ୍ପୁଆ, ପାଟଣା, ତେଲଖୋଇ ଅଞ୍ଚଳରେ ଶତାଧିକ ବଣୁଆ ହାତୀ ଧାନ ଫସଲ ନଷ୍ଟ କରି ଚାଲିଛନ୍ତି । ସେହିପରି କଟକ ଜିଲ୍ଲା ବଡମ୍ବା ଅଞ୍ଚଳରେ କଷି କିଆରି, ବରାୟମୁଲ, ଧାନପଳା, ବଡମ୍ବା ନିଜିଗଡ, ଯୋଡାମ୍ବ, ବାନପୁର ଆଦି ଅଞ୍ଚଳରେ ମଧ୍ୟ ହାତୀ ଚାଷୀଙ୍କୁ ନାକେଦମ କରିସାରିଲେଣି ।
ଏ ସମ୍ପର୍କରେ ଚାଷୀ ବାରମ୍ବାର ଅଭିଯୋଗ କରୁଥିଲେ ବି କୌଣସି ସୁଫଳ ମିଳୁ ନାହି । ଅନ୍ୟ ପକ୍ଷେ ବନ କର୍ମଚାରୀ ହାତୀ ଉପଦ୍ରବ୍ୟ କୁ ସ୍ଵୀକାର କରିବା ସହ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିସ୍ରୁତି ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।