ଦର୍ଶକ ବନ୍ଧୁ ନମସ୍କାର । ଆପଣ ମାନେ ସମସ୍ତେ କମେଡିଆନ ରାଜୁ ଦାସ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଜଣେ ଜଣାଶୁଣା ତଥା ଲୋକାପ୍ରିୟ କଳାକାର ଅଟନ୍ତି । ସେ ନିଜର କାମେଡି ଦ୍ଵାରା ଦର୍ଶକ ମାନଙ୍କୁ ହସାଇ ହସାଇ ଗଡାଇଥାନ୍ତି । ତାଙ୍କର କାମେଡି ସବୁ ଆଡେ ଚର୍ଚ୍ଚା ରେ ରହିଥାଏ । ତେବେ ରାଜୁ ଦାସ ସୋନାଲି ଙ୍କୁ ବିବାହ କରିଛନ୍ତି ତାହା ଆପଣ ମାନେ ନିଶ୍ଚୟ ଜାଣିଥିବେ । ତେବେ ଗତ କାଲି ତାଙ୍କର ବାହାଘର ରିପ୍ସେସନ ପାର୍ଟି ଥିଲା । ଯେଉଁଠି କି ସମସ୍ତେ ଯାଇଥିଲେ ଆଉ ରାଜୁ ଦାସ ଓ ସୋନାଲି ଙ୍କୁ ଅଭିନନ୍ଦନ ଜଣାଇ ଥିଲେ ।
ତେବେ ଏହାରି ମଧ୍ୟରେ ଏମିତି ଜଣେ ହସ୍ତୀ ରାଜୁ ଦାସ ଙ୍କ ରିପ୍ସେସନ ପାର୍ଟି କୁ ଯାଇଥିଲେ ଯାହାଙ୍କୁ ଆପଣ ମାନେ ସମତେ ନିହାତି ଭାବେ ଜାଣିଛନ୍ତି । ତେବେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଯିଏ କି ଅନେକ ସମୟରେ ନିଜ କାମ ପାଇଁ ଚର୍ଚ୍ଚା ରେ ରହିଥାନ୍ତି । ଅପରାଜିତା ଷଡଙ୍ଗୀ ରାଜୁ ଦାସ ଙ୍କ ରିପ୍ସେସନ ପାର୍ଟି ରେ ଯୋଗ ଦେବା ସହ ତାଙ୍କ ସହ ଫୋଟୋ ମଧ୍ୟ ଉଠାଇଛନ୍ତି ।
ରାଜୁ ଦାସ ତାଙ୍କୁ ଦେଖି ବହୁତ ଖୁସି ବ୍ୟକ୍ତ କରି ହାତ ଯୋଡି ନମସ୍କାର କରି ସମ୍ମାନ ଦେଉଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ରାଜୁ ଦାସ ଙ୍କ ବିଷୟରେ ସାଂସଦ ଅପରାଜିତା ଷଡଙ୍ଗୀ ନିଜର ବଡ ରାଏ ଦେଇଛନ୍ତି । ସୋନାଲି ମଧ୍ୟ ସାଂସଦ ଅପରାଜିତା ଷଡଙ୍ଗୀ ଙ୍କୁ ଦେଖି ବହୁତ ଖୁସି ହୋଇଛନ୍ତି । ୩ ଜଣ ପରସ୍ପର ସହ କିଛି ସମୟ ପାଇଁ କଥା ମଧ୍ୟ ହେଉଛନ୍ତି । ଏହାରି ମଧ୍ୟରେ ଅପରାଜିତା ଷଡଙ୍ଗୀ ଙ୍କୁ ଗଣମାଧ୍ୟମ ପ୍ରତିନିଧି ମାନେ ଘେରି ରହିଛନ୍ତି ।
ଆଉ ସେ ରାଜୁ ଦାସ ଙ୍କୁ ନେଇ କହିଛନ୍ତି ଯେ “ମୁଁ ଅତ୍ୟନ୍ତ ଆନନ୍ଦିତ ରାଜୁ ଦାସ ନିଜେ ଆସିଥିଲେ ତାଙ୍କର ବହୁତ ଆଗ୍ରହ ଥିଲା କି ମୁଁ ତାଙ୍କର ବାହାଘରକୁ ଆସିବି । ଆଜି ବହୁତ ବ୍ୟସ୍ତତା ସତ୍ବେ ମୁଁ ରାଜୁ ଦାସ ଙ୍କ ରିପ୍ସେସନ ପାର୍ଟି କୁ ଆସିଛି । ରାଜୁ ଦାସ ଜଣେ ବହୁତ ଭଲ କଳାକାର । ଆମ ସମସ୍ତଙ୍କୁ ହସାଉଛନ୍ତି ଆମ ସମସ୍ତଙ୍କର ଦାୟିତ୍ଵ କି ତାଙ୍କ ଆନନ୍ଦରେ ସମୟରେ ଆମେ ଠିଆ ହେବା ଓ ହସାଇବା ।
ସେଥିପାଇଁ ମୁଁ ଆସିଛି । ସେ ଜୀବନରେ ଉନ୍ନତି କରନ୍ତୁ ଓ ଅତ୍ୟନ୍ତ ଆନନ୍ଦିତ ରୁହନ୍ତୁ । ଏଟା ମହାପ୍ରଭୁ ଜଗନ୍ନାଥ ଙ୍କ ପାଖରେ ମୋର କାମନା” । ବନ୍ଧୁଗଣ ଆପଣଙ୍କର ଅପରାଜିତା ଷଡଙ୍ଗୀ ଙ୍କ ରାୟ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।