Rani Pandaଙ୍କ କାର ଧକ୍କାରେ ଜଣଙ୍କର ମୃତ୍ୟୁ, ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଘଟଣା

ଦର୍ଶକ ବନ୍ଧୁ ଆପଣ ମାନେ ସମତେସ୍ତେ ଯାତ୍ରୀ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସମୟରେ ବିବାଦରେ ଫସି ରହିଥାନ୍ତି ଯାହା ପାଇଁ ତାଙ୍କୁ ବିବାଦୀୟ ଅଭିନେତ୍ରୀ ଭାବେ ମଧ୍ୟ ଜଣା ଯାଇଥାଏ । ବର୍ତ୍ତମାନର ବଡ ଖବର ରାନୀ ପଣ୍ଡା ଙ୍କ କାର ଧକ୍କା ରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରାତିରେ ଏକ ବାଇକ ସହ ରାଣୀ ପଣ୍ଡା ଙ୍କର କାର ଧକ୍କା ହୋଇଥିଲା । ବାଇକ ଚାଳକ ସୁକାନ୍ତ ବେହେରା ଗୁରୁତର ଆହତ ହୋଇଥିଲେ ।

ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଆଠଗଡ ଆଇଆଇସି ସୂଚନା ଦେଇଛନ୍ତି । କଟକ ଜିଲ୍ଲା ଆଠଗଡ ବ୍ଲକ ଡାଳଖାଇ ଚକା ନିକଟରେ ଘଟିଥିଲା ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତେଜନା ଦେଖିଥିବାକୁ ମିଳିଥିଲା । ଆଠଗଡ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ପୋଲିସ ଯାତ୍ରୀ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ଅଟକ ରଖିବା ପରେ ଛାଡି ଦେଇଥିଲା । ଇନ୍ତୁ ରାଣୀ ପଣ୍ଡାଙ୍କର ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହି ।

ସୂଚନା ଅନୁଯାୟୀ ଗତ କାଲି ରାତିରେ ରାଣୀ ପଣ୍ଡା ବାହାଘର ଭୋଜିରେ ଯୋଗ ଦେଇ ଫେରୁଥିବା ସମୟରେ ଆଠଗଡ ଥାନାର ଡାଳଖାଇ ମନ୍ଦିର ନିକଟରେ ତାଙ୍କ କାର ହୁଣ୍ଡାଇ ବେନ୍ୟୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏକ ବାଇକ ଆରୋହି ଙ୍କୁ ରାଣୀ ପଣ୍ଡା ଧକ୍କା ଦେଇଥିଲେ । ଦୁର୍ଘଟଣା ଏତେ ଜୋର ରେ ଥିଲା କି ବାଇକ ଆରୋହୀ ବାଇକ ରୁ ଛିଟକୀ ପଡିଥିଲେ । ଘଟଣା ସ୍ଥଳରେ ବାଇକ ଆରୋହି ଜଣକ ସ୍ଥାନୀୟ ଲୋକ ହୋଇ ଥିବାରୁ ଉତେଜନା ଦେଖା ଯାଇଥିଲା ।

ପ୍ରାୟ ଏକ ଘଣ୍ଟା ସ୍ଥାନୀୟ ଲୋକେ ରାଣୀ ପଣ୍ଡା ଘଟନା ସ୍ଥଳରେ ରଖିବା ସହ ଉତେଜନା ଦେଖାଇ ଥିଲେ । ବାଇକ ଆରୋହି ଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରା ଯାଇଥିଲା । କିନ୍ତୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । କିନ୍ତୁ ଆଠଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା କିନ୍ତୁ ଲୋକ ମାନେ ଏତେ ତୀବ୍ର ଥିଲେ କି କିଛି ବୁଝିବାକୁ ଚାହୁଁ ନ ଥିଲେ । ସେଥିପାଇଁ ରାଣୀ ପଣ୍ଡା ଙ୍କୁ ପୋଲିସ ଗାଡିରେ ବସିବାକୁ ପଡିଥିଲା ।

ରାଣୀ ପଣ୍ଡା ପୋଲିସ ସହ ଆସିବା ପରେ ଉତେଜନା ଅଧିକ ଦେଖା ଯାଇଥିଲା। ରାଣୀ ପଣ୍ଡା କ୍ଯାମେରା ଆଗରେ କିଛି ବି କହିବାକୁ ଚାହିଁ ନାହାଁନ୍ତି ବୋଲି ଗଣମାଧ୍ୟମରେ ସୂଚନା ଦିଆ ଯାଇଛି । ପୋଲିସ ସୂଚନା ଅନୁଯାୟୀ କାହାର ଭୁଲ ତାହା ଏ ଯାଏଁ ଜାଣ ପଡି ନାହି । ରାଣୀ ପଣ୍ଡା ଙ୍କ ଡ୍ରାଇଭର ଏବେ ଅଟକ ଅଛି । ରାଣୀ ପଣ୍ଡା ଙ୍କୁ ରାତି ୨ଟା ଯାଏଁ ଥାନାରେ ରହିବାକୁ ପଡିଲା ।

ସମ୍ପର୍କୀୟ ମାନେ କହିଥିଲେ ରାଣୀ ପଣ୍ଡା ଭୋଜି ସାରି ଫେରୁଥିଲେ । ତେବେ ଦୁହିଙ୍କ ମଧ୍ୟରୁ ଗାଡି କିଏ ଜୋର ରେ ଚଲାଉ ଥିଲା ତାହାକୁ ନେଇ କିଛି ବି ସ୍ପଷ୍ଟ ସୂଚନା ମିଳି ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *