ଦର୍ଶକ ବନ୍ଧୁ ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ ପାଲଟି ଗଲାଣି ଯେଉଁଠି ଅନେକ ପ୍ରକାରର ଘଟଣା ପ୍ରତି ଦିନ ସାମ୍ନା କୁ ଆସୁଛି । କିଏ ପ୍ରେମ କରୁଥିବାର ଘଟଣା ତ ଆଉ କିଏ ପ୍ରେମ ଠାରୁ ଧୋକା ପାଇବାର ଘଟଣା ସାମନା କୁ ଆସୁଛି । ତେବେ ଗତ କିଛି ସମୟ ଏଭଳି ଏକ ଘଟଣା ସାମ୍ନା କୁ ଆସୁଛି । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ଏହି ଖବର ବିଷୟରେ । ଫେସବୁକ ପ୍ରେମ ଆଜି ଫିକା ପଡିଗଲା । ପ୍ରଥମେ ଫେସବୁକରୁ ଚ୍ୟାଟିଙ୍ଗ ହେଲା ଆଉ ତା ପରେ ପ୍ରେମ ଆରମ୍ଭ ହେଲା ।
କିନ୍ତୁ ବାହା ହେଲା ପରେ ଏବେ ସବୁ କିଛି ବଦଳିଗଲା । ନିଜ ସ୍ତ୍ରୀକୁ ଘରୁ ବାହାର କରିଦେଉଛନ୍ତି ସ୍ଵାମୀ । ହଁ ଆଜ୍ଞା ବିବାହର ୩ ବର୍ଷ ପରେ ପ୍ରେମ କେମିତି ଥିଲା ତାହା ଆଜି ଜଣାପଡୁଛି । ଘରର ସହମତିରେ ବିବାହ ମଧ୍ୟ ହୋଇଥିଲା । ମାଡଗାଳି ସାଙ୍ଗକୁ ଘରୁ ବାହାରି ଯିବା ପାଇଁ ବାରମ୍ବାର ନିର୍ଯ୍ୟାତନା ଦେଉଛନ୍ତି ସ୍ଵାମୀ । କହିବାକୁ ଗଲେ ବିଚାର ସ୍ତ୍ରୀ ଘରର କଥା ନ ଶୁଣି ବାପା ମା ଙ୍କ ଆଖି ରେ ଲୁହ ଦେଇ ପ୍ରେମ କରିଥିଲା ଆଉ ସାହସ କରି ବାହା ମଧ୍ୟ ହୋଇଥିଲା ।
ପ୍ରେମିକ ପଙ୍କଜ କୁମାର ନାୟକ ଙ୍କ ହାତ ଧରି ଜୀବନ ସାରା ସୁଖରେ ରହିବାକୁ ଭାବିଥିଲେ ପ୍ରେମିକା । ସ୍ଵାମୀ ର ପ୍ରେମ ଭରପୂର ମିଳିବ । କିନ୍ତୁ ସେହି ପ୍ରେମ କେଉଁଠି ପହଞ୍ଚି ଯାହା ସ୍ପଷ୍ଟ ହେଉଛି । ଶିଶୁ ପୁତ୍ର ଟି ଥିବା ବେଳେ ଏବେ ଗର୍ଭବତୀ ଅଛନ୍ତି ସ୍ତ୍ରୀ ସଂଗୀତା । ଆଉ ଏହି ଅବସ୍ଥାରେ ସ୍ଵାମୀ ଦେଉଛନ୍ତି ଏବେ ମାନସିକ ଓ ଶାରୀରିକ ଯନ୍ତ୍ରଣା । ବିଚାର ସ୍ତ୍ରୀ ନିରୂପାୟ ହୋଇ ନ୍ୟାୟ ପାଇବା ପାଇଁ ଉଦାଳ ଥାନାରେ ଏତାଲା ଦେଇଛନ୍ତି । ତେବେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଉଦାଳ ଥାନା ଅନ୍ତର୍ଗତ ରାଢ ଗାଁ ରେ ।
୨୦୨୦ ଜାନୁଆରି ମାସରେ ସଂଗୀତା ଫେସବୁକ ରେ ପ୍ରେମ କରି ଘର ଲୋକଙ୍କ ସହମତିରେ ରାଢ ଗାଁ ର ପୂର୍ଣ୍ଣଚନ୍ଦ୍ର ନାୟକ ଙ୍କ ପୁଅ ପଙ୍କଜ କୁମାର ନାୟକ ଙ୍କୁ ବୈବାହିକ ରୀତିନୀତିରେ ବାହା ହୋଇଥିଲେ । ଦୁହିଙ୍କର ସୁଖର ସଂସାର ଠିକ ଠାକ ଚାଲିଥିବା ବେଳେ ୩ ବର୍ଷ ପରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଳହ । ଆଉ ଏହା ଏତେ ଉଗ୍ର ରୂପ ନେଲା ଆଜି ବାଧ୍ୟ ହୋଇ ସଂଗୀତା ଘର ଛାଡି ଭଡା ଘରେ ରହିଲେ ।
ହେଲେ ଆଜି ସେ ନିଜ ପୁଅକୁ ଧରି ମନ୍ଦିର ଯାଉଥିବା ବେଳେ ଶ୍ଵଶୁର ପୂର୍ଣ୍ଣଚନ୍ଦ୍ର ନାୟକ ତାଙ୍କ ସହ ଜୋର ଜବରଦସ୍ତି କରିବାକୁ ଚେଷ୍ଟା କରିଛନ୍ତି । ତାଙ୍କର ଛୋଟ ଶିଶୁ କୁ ତାଙ୍କ ପାଖରୁ ଛଡାଇ ନେଇଛନ୍ତି । ଏବେ ନ୍ୟାୟ ପାଇବା ପାଇଁ ସଂଗୀତା ଉଦାଳ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ତେବେ ଦେଖାଯାଉ ମହିଳା ଙ୍କୁ କେବେ ନ୍ୟାୟ ମିଳୁଛି । ତ ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।