ବନ୍ଧୁଗଣ ଜଗା ଗାଲ ରେ ସୁନ୍ଦରୀ ଅର୍ଚ୍ଚନା ଏକ ଶକ୍ତ ଚଟକଣା ମାରିଛନ୍ତି । ଏ ନେଇ ଖବର ଗଣମାଧ୍ୟମରେ ପରିବେଷଣ ହୋଇଛି ଗତ କିଛି ସମୟ । ଯାହା ଏକ ବିଶେଷ ସୂତ୍ର ରୁ ଜଣା ପଡିଛି । ଆଉ ଏବେ ପୁଣି ଏକ ବିଶେଷ ସୂତ୍ର ରୁ ଖବର ମିଳିଛି ଯେ ଜଗା କୁଆଡେ ତୁଣ୍ଡ ଖୋଲିଛି । ଆଉ ଜଗା କହୁଛି ମୋତେ ଅର୍ଚ୍ଚନା ମାରିଲା ଆଉ ଫସେଇ ବି ଦେଲା । ଆଉ ସୁରକ୍ଷା ଦାୟିତ୍ଵ ରେ ଥିବା ସୁରକ୍ଷା କର୍ମଚାରୀ ମାନଙ୍କୁ ଜଗା କୁଆଡେ ମୋବାଇଲ ମାଗୁଛି ।
ହଁ ଆଜ୍ଞା ଜଗବନ୍ଧୁ ଚାନ୍ଦ ନାଁ ରେ କଣ ସବୁ ଖବର ପ୍ରକାଶ ପାଉଛି ତାକୁ ଦେଖିବା ପାଇଁ ସେ ବ୍ଯାକୁଳ ହେଉଛି । ହଁ ଦର୍ଶକ ବନ୍ଧୁ ବିଶେଷ ସୂତ୍ର ରୁ ଏମିତି କିଛି ଖବର ବର୍ତ୍ତମାନ ସାମନାକୁ ଆସୁଛି । ଅର୍ଚ୍ଚନା କୁଆଡେ ଜଗା କୁ ମାରିକି କହିଥିଲା ଯେ ମୁଁ ଯେତିକି କହିବି ତମେ ସେତିକି ଉତ୍ତର ରଖିବ । ଆଉ ତା ଠାରୁ ଅଧିକ ଉତ୍ତର ରଖିଲେ ମତେ ତମେ ଚିହ୍ନିବ ।
ଆଉ ଯେତେବେଳେ କାଲି ଇଡି ଅଫିସରୁ ଜଗା ବାହାରୁ ଥିଲେ ସୁରକ୍ଷା କର୍ମୀ ଙ୍କୁ କୁଆଡେ କହିଥିଲେ ମୋତେ ଅର୍ଚ୍ଚନା ପୁରା ଫସାଇ ଦେଲା । ଜଗା ଆଗକୁ କହିଛନ୍ତି ମୁଁ ପ୍ରେମ କରି ତାକୁ ଫସେଇ ବାହା ହୋଇଥିଲି କିନ୍ତୁ ସେ ଏତେ ବଡ କାଣ୍ଡ ରେ ମୋତେ ଫସେଇ ଦେଲା । ଆପଣ ମାନେ ବି ଥରେ ବି ଭିଜୁଆଲ ଉପରେ ନଜର ପକାନ୍ତୁ । ଅର୍ଚ୍ଚନା ଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଙ୍କ ଦ୍ଵିତୀୟ ପର୍ଯ୍ୟାୟ ଅବଧି ରିମାଣ୍ଡ ଶେଷ ହୋଇଛି ।
ଆଉ ଏହା ପରେ ଜଗବନ୍ଧୁ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଛି । ଆଉ ତା ପରେ କୋର୍ଟ କୁ ନିଆ ଯାଉଛି । ବର୍ତ୍ତମାନ ଯେଉଁ ଭିଡିଓ ଭାଇରାଲ ହୋଇଛି ତାହା ହେଉଛି ଜଗା ଙ୍କୁ କୋର୍ଟ କୁ ନେବାର ଦୃଶ୍ୟ । ଇଡି ଅଫିସରୁ ଯେବେ ଜାଗା ବାହାରୁଛନ୍ତି ଠିକ ସେତିକି ବେଳ ଜଗା ଟିକେ ହସି ପକାଉଛନ୍ତି । ଏମିତି ବା ନ ହସିବେ ସି ଜାଣିଛନ୍ତି କୁଆଡେ ସେ ଦୋଷ କରି ନାହାନ୍ତି । ତାଙ୍କୁ କୁଆଡେ ସୁନ୍ଦରୀ ଅର୍ଚ୍ଚନା ଫସାଇ ଦେଇଛି ।
ଆଉ କହୁଛି ମୁଁ ଯେତିକି କହୁଛି ସେତିକି କହିବ ତା ଠାରୁ ଅଧିକ କହିଲେ ମୁଁ କିଏ ଚିହ୍ନିବ । ଆଉ ସେଥିପାଇଁ କ୍ୟାମେରା ଆଗରେ ନା ଜଗା ତୁଣ୍ଡ ଖୋଲୁଛନ୍ତି ନା କହିବାକୁ ଚାହିଁଲେ ବି କିଛି କହିପାରୁ ଛନ୍ତି । ତେବେ କୋର୍ଟ ରେ ହାଜର ପରେ ଜଗାଙ୍କୁ ସିଧା ଝାରପଡା ଜେଲ କୁ ପଠାଇ ଦିଆ ଯାଇଛି । ଆଉ ଏବେ ପୁଣି ଜଗା ଆଉ ଅର୍ଚ୍ଚନା ସେହି ଝାରପଡା ଜେଲରେ ଅଛନ୍ତି । ତା ହେଲା ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।