ବନ୍ଧୁଗଣ ମହେନ୍ଦ୍ର ସିଂ ଧୋନୀ ଙ୍କ ସନ୍ନ୍ୟାସ ନେଇ ବଡ ଖୁଲାସା । ବିଶ୍ଵକପ ବିଜେତା ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ରୁ ଅବସର ନେଇଥିଲେ ବି ଏବେ ବି ତାଙ୍କୁ ନେଇ ଚର୍ଚ୍ଚା ହୁଏ । 20202 ଅଗଷ୍ଟ 15ରେ ଆନ୍ତର୍ଜାତୀୟ କ୍ରିକେଟ ରୁ ଅବସର ନେଇଥିଲେ ଧୋନୀ । ଆଉ ଧୋନୀ ଙ୍କ ଅବସର ନେବାର ନିସ୍ପତି କ୍ରିକେଟ ପ୍ରେମୀ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା ।
ହଠାତ ଧୋନି କିଭଳି ଏଭଳି ନିସ୍ପତି ନେଲେ ବୋଲି କେହି ସ୍ଵପ୍ନ ରେ ସୁଧା ଭାବି ନ ଥିଲେ । କିନ୍ତୁ ଧୋନୀ ଙ୍କ ଅବସରକୁ ନେଇ ଏବେ ବଡ ଖବର ସାମ୍ନା କୁ ଆସିଛି । ବାସ୍ତବରେ ଧୋନୀ ଙ୍କ ଅବସର ବାବଦରେ ଭାରତୀୟ ୱିକେଟ କିପର ଋଷଭ ପନ୍ତ ଓ ପୂର୍ବ ଫିଲଡିଙ୍ଗ କୋଚ ଆର ଶ୍ରୀଧର ପୂର୍ବର୍ରୁ ଯାଇଥିଲେ । ଏ ନେଇ ସ୍ପଷ୍ଟ କରିଛନ୍ତି ଆର ଶ୍ରୀଧର ।
ଧୋନୀ ହେଉଛନ୍ତି ଏକ ମାତ୍ର ଅଧିନାୟକ ଯିଏ ସବୁ ଆଇସିସି ଟ୍ରଫି ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । 2007ରେ ଟି-20 ବିଶ୍ଵକପ, 201 ରେ ଦିନିକିଆ ବିଶ୍ଵକପ, ଚାମ୍ପିୟାନ ଟ୍ରାପି ଧୋନୀ ଙ୍କ ନେତୃତ୍ବରେ ଜିତିଥିଲା ଟିମ ଇଣ୍ଡିଆ । 2019 ରେ ସେମି ଫାଇନାଲ ମୁକାବିଲା ଖେଳିବା ସହ ଧନୀ ନିଜର ଶେଷ ଆନ୍ତର୍ଜାତୀୟ ମ୍ଯାଚ ଖେଳିଥିଲେ ।
ଆଉ ଏହି ମ୍ଯାଚ ଖେଳିବା ସମୟରେ ହିଁ ଅବସର ନେବାକୁ ନିସ୍ପତି ନେଇ ସାରିଥିଲେ ଧୋନୀ । ଏ ନେଇ ଋଷଭ ପନ୍ତ ଓ ପୂର୍ବ ଫିଲଡିଙ୍ଗ କୋଚ ଆର ଶ୍ରୀଧର ଉର୍ବରୁ ସଂକେତ ପାଇଥିଲେ । ଧୋନୀ ଙ୍କ ଅବସର କୁ ନେଇ ନିଜ ପୁସ୍ତକରେ ଉଲେଖ କରିଛନ୍ତି ଆର ଶ୍ରୀଧର । ଧୋନୀ ନିୟୁଜଲ୍ୟାଣ୍ଡ ବିପକ୍ଷ ସେମି ଫାଇନାଲ ପରେ ଅବସର ନେବାକୁ ଯାଉଥିବା ନେଇ ସଂକେତ ପାଇଥିଲେ ।
କିନ୍ତ ଏ ବାବଦରେ ସଂକେତ ପାଇଥିଲେ ବି ଯାହାକୁ ଜାଣି ନ ଥିଲେ ଆର ଶ୍ରୀଧର । ଆର ଶ୍ରୀଧର କହିଛନ୍ତି ଯେ ରିଜର ଡେ ର ସକାଳୁ ସକାଳୁ ମାଞ୍ଚେଷ୍ଟର ରେ ବ୍ରେକ ଫାଷ୍ଟ କରିବାକୁ ପହଞ୍ଚି ଥିଲି । ଆଉ ଏହି ସମୟରେ ଧୋନୀ ଓ ଋଷଭ ଅନ୍ତ ଭିତରକୁ ଆସିଥିଲେ ଓ ମୋ ସହ କଫି ପିଇବାକୁ ବସିଥିଲେ । ଏହି ସମୟରେ ଧୋନୀ ପନ୍ତ କୁ କହିଥିଲେ ଟିମ ର କିଛି ଖେଳାଳି ଲଣ୍ଡନ ଯିବାକୁ ଓଜନ କରୁଛନ୍ତି ତୁମେ ଯିବ କି ?
ଆଉ ଏହା ଉତ୍ତର ରେ ଧୋନୀ କହିଥିଲେ ଯେ ମୁଁ ମୋ ନିଜ ଟିମ ସହ ଶେଷ ବସ ଯାତ୍ରା କରିବାର ସୁଯୋଗ ହାତ ଛଡା କରିବାକୁ ଚାହୁଁ ନାହି । ଆଉ ଏଭଳି କହି ଅବସର ନେବାକୁ ଚିନ୍ତା କରୁ ଥିବାର ସଂକେତ ଦେଇ ସାରିଥିଲେ ଧୋନୀ ।
କିନ୍ତୁ ଏହା ଜାଣି ସାରିବା ପରେ ବି ଏହା ବାବଦରେ କାହା ସହ କୌଣସି ଆଲୋଚନା କରି ନ ଥିବା କହିଛନ୍ତି ଆର ଶ୍ରୀଧର । ଧୋନୀ ଙ୍କ ସମ୍ମାନ କୁ ଦ୍ରୁଷ୍ଟି ରେ ରଖି ଏ ବାବଦରେ କାହାକୁ କିଛି କହିବାକୁ ଉଚିତ ମଣି ନ ଥିଲେ ଆର ଶ୍ରୀଧର । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।