ସାମ୍ନାକୁ ଆସିଲା Barshaଙ୍କୁ ନେଇ ବଡ ଖବର, ଏହି ଭୁଲ ପାଇଁ ଏବେ ଭୁବନେଶ୍ବର DCP କରିବେ ଜେରା…

ଏତେ ଅହଂ ଭାବ କଣ ପାଇଁ ? ଜାତିକୁ ନେଇ ଏତେ ନିଚ୍ଚ ଭାବନା କଣ ପାଇଁ ? ସେମାନେ ବି ଲୋକ । ସେମାନଙ୍କର ବି ଆପଣଙ୍କ ଶରୀର ଭଳି ନାଲି ରଙ୍ଗର ରକ୍ତ ବୋହୁଛି । ସେମାନଙ୍କର ଏ ସମାଜରେ ବଞ୍ଚିବାର ସମାନ ଅଧିକାର ରହିଛି । ହଁ ଦର୍ଶକ ବନ୍ଧୁ ଏହା କହିବାର କାରଣ ହେଉଛି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଜାତି କୁ ନେଇ ବାରମ୍ବାର ଇଙ୍ଗିତ କରି ଚାଲିଛନ୍ତି ।

ଯାହାକୁ ନେଇ ଏବେ ରାଜ୍ୟର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି । ଏହି ସବୁ ମାମଲାର ଠିକ ଭାବେ ତଦନ୍ତ ହୋଇପାରୁ ନାହି । ଯାହାକୁ ନେଇ ଓଡିଶା ହାଇ କୋର୍ଟ ବର୍ଷାଙ୍କ ବିରୁଦ୍ଧରେ ଏକ ବଡ ନିର୍ଦ୍ଦେଶ ଶୁଣାଇଛନ୍ତି । ନିର୍ଦ୍ଦେଶ ମୁତାବକ ତଦନ୍ତ ଏବେ ସିଧା ଭୁବନେଶ୍ଵର ଡିସିପି କରିବେ । ଡିସିପି ଏବେ ବର୍ଷା ଙ୍କୁ ନେଇ ପଚରା ଉଚରା କରିବେ ।

ଏ ହେଉଛି ସେ ଲେଟର ଯେଉଁଥିରେ ଓଡିଶା ହାଇ କୋର୍ଟ ଭୁବନେଶ୍ଵର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନୁସୁଚିତ ଜାତି ଓ ଜନଜାତି ପ୍ରିଭେନସନ ଅଫ ଆଟ୍ରୋସିଟିସ ଆଇନ ଉଲଂଘନ କରି ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗର ସତ୍ୟାସତ ଜାଣିବା ପାଇଁ ଓଡିଶା ହାଇ କୋର୍ଟ ଭୁବନେଶ୍ଵର ଡିସିପି ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ଵର ବାସିନ୍ଦା ଉଷା ନାୟକ ଚନ୍ଦ୍ରଶେଖପୁର ପୋଲିସ ଷ୍ଟେସନ ରେ ଅଭିନେତ୍ରୀ ବର୍ଷା ଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ।

ତାଙ୍କ ଅଭିଯୋଗକୁ ସଠିକ ଭାବେ ତଦନ୍ତ କରାଯାଇ ନ ଥିଲା । ଯାହା ପରେ ସେ ହାଇ କୋର୍ଟ ଙ୍କ ଦ୍ଵାରସ୍ଥ ହୋଇଥିଲେ । ଗୁରୁବାର ଦିନ ଏହି ଆବେଦନ ଶୁଣାଣୀ ପାଇଁ ଆସିଥିବା ବେଳେ ରାଜ୍ୟ ପରାମର୍ଶ ଦାତା ଦର୍ଶାଇଛନ୍ତି ଯେ ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନ ରେ ବର୍ଷା ଙ୍କୁ ନେଇ ଏଭଳି ସମାନ ଅଭିଯୋଗ ହୋଇଛି । ଜାତି ଗତ ଇଙ୍ଗିତ କୁ ନେଇ ଅନେକ ଗୁଡାଏ ମାମଲା ରୁଜୁ ହୋଇଛି ।

ହେଲେ ଏତେ ଗୁଡାଏ ଅପମାନକ ଜନକ ମାମଲା ରୁଜୁ ହୋଇଥିଲେ ବି ତାହାର କୌଣସି ସଠିକ ତଦନ୍ତ କରାଯାଉ ନାହି । ଯାହା ଫଳରେ ଏହି ସବୁ ମାମଲା ଗୁଡିକ ଦବି ଯାଉଛି । ତେବେ ଏହାକୁ ଦୃଷ୍ଟିରେ ରଖିକି ଜଷ୍ଟିସ ଏସ କେ ପାଣିଗ୍ରାହୀଙ୍କର ଏକ ବେଞ୍ଚ ଏହାର ତଦନ୍ତ ପାଇଁ ଭୁବନେଶ୍ଵର ଡିସିପି ଙ୍କୁ ଦାୟିତ୍ଵ ଦେଇଛନ୍ତି । ଏବଂ କହିଛନ୍ତି ସଠିକ ତଦନ୍ତ କରି ଜାନୁଆରୀ 16 ସୁଧା ରିପୋର୍ଟ ଦାଖଲ କରିବା ପାଇଁ ।

ତେବେ ଜଷ୍ଟିସ ପାଣିଗ୍ରାହୀ ମଧ୍ୟ ଜାନୁଆରୀ 16 ରେ ଶୁଣାଣୀ ପାଇଁ ପରବର୍ତ୍ତୀ ତାରିଖ ଭାବେ ସ୍ଥିର କରିଛନ୍ତି । ନାୟକ ତାଙ୍କ ପିଟିସନରେ ଅଭିଯୋଗ କରିଛନ୍ତି କି ସେପ୍ଟେମ୍ବର 1ରେ ସେ ଅଭିଯୋଗ କରିବା ପାଇଁ ଯାଇଥିଲେ ସୁଧା ଇନ୍ସ୍ପେକ୍ଟର ତାଙ୍କ ଅଭିଯୋଗକୁ ପଞ୍ଜୀକୃତ କରି ନ ଥିଲେ । ଏହି ମାମଲା ଯେବେ କୋର୍ଟକୁ ଯାଇଥିଲା ସେତେବେଳେ ସେପ୍ଟେମର 25ରେ ଏ ନେଇ ମାମଲା ରୁଜୁ ହୋଇଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *