ବନ୍ଧୁଗଣ ବାଦଲ କୁ ଦେଖି ସେ କହି ଦିଅନ୍ତି କେଉଁଠି ଓ କେବେ ହେବ ଭୂକମ୍ପ । ଗତ କାଲି ତୁର୍କୀ ରେ ଆସିଥିବା ପ୍ରଳୟଙ୍କାରୀ ଭୂକମ୍ପ ସମ୍ପର୍କରେ ଗଲା 25 ତାରିଖରେ ସେ ପୂର୍ବ ଅନୁମାନ କରିଥିଲେ । ଏହି ବ୍ୟକ୍ତି ଜଣକ ହେଲେ ଉତ୍ତର ପ୍ରଦେଶ ବାରଣାସୀ ର ଶକିଲ ଅହମଦ । ଦୀର୍ଘ 40 ବର୍ଷ ହେଲା ସେ ନିଜକୁ ଭୂକମ୍ପ ପୂର୍ବାନୁମାନ କାର୍ଯ୍ୟ ରେ ନିୟୋଜିତ କରିଛନ୍ତି ।
ସିସମୋଜିଷ୍ଟ ଙ୍କ ମତରେ ଭୂକମ୍ପ ସମ୍ପର୍କ ରେ ପୂର୍ବ ଅନୁମାନ ସମ୍ଭବ ନୁହେଁ । ମାତ୍ର ଶକିଲ ସେମାନଙ୍କ ସହ ଏକମତ ନୁହନ୍ତି । ତାଙ୍କ ମତରେ ବାତ୍ୟା ଓ ବର୍ଷା ଭଳି ପ୍ରାକୃତିକ ବିପର୍ଯ୍ୟୟ ଭୂକମ୍ପ ର ପୂର୍ବନୁମାନ ମଧ୍ୟ ସମ୍ଭବ । ଏମିତିକି କିଛି ଦିନ ତଳେ ଭାରତ ଓ ନେପାଳ ସୀମା ମଧ୍ୟରେ ହୋଇଥିବା ଭୂକମ୍ପ ନେଇ ସେ ପୂର୍ବ ଅନୁମାନ କରିଥିଲେ ।
ଭୂକମ୍ପ ର 3 ଦିନ ପୂର୍ବ ରୁ ଶକିଲ ଆମେରିକାର ଜିୟଲୋଜିକାଲ ସର୍ଭ ରେ ଓ ଇଣ୍ଟର ନ୍ୟାସନାଲ ଷ୍ଟାଟାଜୀ ଫର ଡିଗା ରେଡକସନ କୁ ମଧ୍ୟ ଇମେଲ କରିଥିବା ଦାବି କରିଛନ୍ତି ଶକିଲ । କିନ୍ତୁ ତାଙ୍କୁ କିଛି ଉତ୍ତର ମିଳି ନ ଥିବା କଥା କହିଛନ୍ତି । ଶକିଲ ଙ୍କ ମତରେ କମ୍ପନ 3 ପ୍ରକାରର ଯଥା ଜଳ କାମନା, ବାୟୁ କମ୍ପନ ଓ ଭୂ-କମ୍ପନ । ଶିଶମିକ ତରଙ୍ଗ ହିଁ ବାୟୁ ଓ ବାଦଲ ଆକାଶରେ ଚାଲିବାର କାରଣ ହୋଇଥାଏ ।
ସେହିପରି ଶିଶମିକ ତରଙ୍ଗର ତୀବ୍ରତା ଅନୁଯାୟୀ ବାଦଲ ଆକାର ଧାରଣ କରିଥାଏ । ଏହି ନିର୍ଦ୍ଦିଷ୍ଟ ପ୍ରାକାରର ବାଦଲ ଦେଖା ଗଲେ ଭୂକମ୍ପ ହେବାର ଯଥେଷ୍ଟ ସମ୍ଭାବନା ଥାଏ । ଶକିଲ ଙ୍କ କ୍ଲାଉଡ ରିଡିଂ ଥିଓରି କେତେ ବିଜ୍ଞାନ ସମ୍ମତ ତାହା ଜଣା ନାହି । ପୂର୍ବ ରୁ 2003 ରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ସକୀଳ ଙ୍କ ଥିଓରି କୁ ଖାରଜ ମଧ୍ୟ କରି ଦେଇଥିଲା । ହେଲେ ଶକିଲ ନିଜ ସିଦ୍ଧାନ୍ତରେ ଅଟଳ ରହିଛନ୍ତି ।
ବାରାଣସି ରେ ଏକ କ୍ଲାଉଡ ରିଡିଙ୍ଗ ସେଣ୍ଟର ପ୍ରତିଷ୍ଠା ଲାଗି ସେ ବିଶ୍ଵ ର ସବୁ ଶିସ୍ମୋଲୋଜିଷ୍ଟ ବା ଭୂକମ୍ପ ବିଜ୍ଞାନୀ ଙ୍କୁ ସେ ଅନୁରୋଧ କରିଥିଲେ । ତେବେ ମାନବ ସମ୍ବଳ ମନ୍ତ୍ରାଳୟ ର ରେଡ ସିଗନାଲ ପରେ ତାହା ଏ ଯାଏଁ ସମ୍ଭବ ହୋଇ ନାହି । ତୁର୍କୀ ରେ ଆସିଥିବା 7.8 ତୀବ୍ରତା ର ଭୂକମ୍ପ ଉପରେ ଥଋ ଯାଇଛି ପୁରା ବିଶ୍ଵ । ଶହ ଶହ ଲୋକଙ୍କ ଜୀବନ ଯିବା ସହ କୋଟି କୋଟି ସମ୍ପତି ମାଟିରେ ମିଶି ଯାଇଛି ।
ତେବେ ଏହି ଭୂକମ୍ପ ତୁର୍କୀ ରେ ପୁଣି ସେଇ ପୁରୁଣା ବିପତ୍ତି କୁ ଜନ୍ମ ଦେଇଛି । ଭୂକମ୍ପ ର ପୂର୍ବ ଅନୁମାନ ସମ୍ଭବ ନା ନୁହେଁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।