ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଜାଣିଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରି ର ଦିଗଜ ଅଭିନେତା ପିଣ୍ଟୁ ନନ୍ଦ ଆଉ ଏ ଦୁନିଆରେ ନାହାନ୍ତି । ଗତ କାଲି ତାଙ୍କର ଦ୍ଵା-ଦ-ଶ କ-ର୍ମ ଶେଷ ହୋଇଛି । ଆଉ ଏହି ଅବସରରେ ଭଜନ ସମାରୋହ ସହ ଅନେକ ପ୍ରକାରର ଆୟୋଜନ କରା ଯାଇଥିଲା । ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ନିମନ୍ତେ ତାଙ୍କ ସ୍ତ୍ରୀ, ଦୁଇ ପୁଅ, ପରିବାର ବର୍ଗ ଙ୍କ ଠାରୁ ଆରମ୍ଭ କରି ଓଲିଉଡ ଇଣ୍ଡଷ୍ଟ୍ରି ର ଅନେକ ବଡ ବଡ କଳାକାର ମାନେ ଯୋଗ ଦେଇଥିଲେ ।
ଆଉ ଏହାରି ଭିତରେ ପିଣ୍ଟୁ ଙ୍କ ସହ ଅଭିନେତା ବବି ମିଶ୍ରଙ୍କ ଏକ ଅଡିଓ କଲ ସାମନା କୁ ଆସିଛି । ଯାହାକୁ ନିଜେ ବବି ମିଶ୍ର ଗଣମାଧ୍ୟମ ରେ ଶୁଣାଇଛନ୍ତି ତାଙ୍କ ମୋବାଇଆଲ ରୁ । ବବି ମିଶ୍ର କହିଛନ୍ତି ଯେ “ମନା କେହି କରି ନାହାନ୍ତି ମୁଁ ଅଡିଓ ରେକର୍ଡ ଶୁଣାଇ ଦେଉଛି । ଯାହା କି 25 ଜାନୁଆରୀ ରେ ପିଣ୍ଟୁ ଆଉ ମୋ ଭିତରେ ଆଲୋଚନା ହୋଇଥିଲା । ତତେ ତ ମୁଁ ଯେଉଁ ଫୋଟୋ ପଠାଉଛି ତୁ ତ ଦେଖୁ ନାହୁଁ ।
ମୁଁ ତୋତେ କାହିଁକି ପଠାଇବି । ତତେ କାଲୀଠୁ ହଜାର ଜିନିଷ ପଠାଇ ସାରିଲିଣି । ପିଣ୍ଟୁ ନନ୍ଦ କହୁଛନ୍ତି ମୋର ବ୍ଲୁ ଟିକ ହେବ ନାହି । ମୁଁ ସବୁ ଦେଖୁଛି କିନ୍ତୁ ମୋ ମୋବାଇଲରେ ବ୍ଲୁ ଟିକ ହେବ ନାହି । ତା ପରେ ବବି ମିଶ୍ର କହୁଛନ୍ତି ଖର୍ଚ୍ଚ ହେବ 70 ହଜାର ଟଙ୍କା ଯେଉଁଥିରେ ଜଣା ପଡିବ ତାଙ୍କ ପ୍ୟାନେଲ ବସିବ ପୁରା । ବସିକି କହିବେ ଯେ ୟାଙ୍କୁ ଦରକାର ନାହି ଟ୍ରାନ୍ସ ପ୍ଳାଣ୍ଟ ହେବ ନାହି ।
ଅଟୋମେଟିକ ମେଡ଼ିସିନ ଦ୍ଵାରା ଠିକ ହୋଇଯିବେ । ତା ପରେ ପିଣ୍ଟୁ ପଚାରୁଛନ୍ତି ସେ ଡାକ୍ତର ଙ୍କ ନାଁ କଣ ଯିଏ ଏ କଥା କହିଲେ । ଆଗକୁ ଉତ୍ତର ଦେଉଛନ୍ତି ବବି ମିଶ୍ର ସେ ଡାକ୍ତର ଙ୍କ ନାଁ ହେଉଛି ଧର୍ମେଶ କାପୁର । ତା ପରେ ପିଣ୍ଟୁ କହୁଛନ୍ତି ତୁ ଯେଉଁଟା ପଠାଇ ଥିଲୁ । କିନ୍ତୁ ବବି କହୁଛନ୍ତି ନାଁ ସେ ଆଉ ଜଣେ ଡାକ୍ତର । ଧର୍ମେଶ କାପୁର ଯଶୋଦା ହସ୍ପିଟାଲ ହାଇଦ୍ରାବାଦ ରେ ଅଛନ୍ତି । ଗ୍ଲୋବାଲ ଡାକ୍ତର ଅଲଗା । ଏଟା ହେଉଛି ସୁପ୍ରିମ ।
ଏହି ମେଡିକାଲ ରେ 9 ଜଣ ଟ୍ରାନ୍ସ ପ୍ଳାଣ୍ଟ କରିଛନ୍ତି । ତା ହେଲେ ମୁଁ ଡାକ୍ତର ଙ୍କ ନାଁ ପଠାଇ ଦେଇଛି । ତୁ ଗୁଗୁଲ ରେ ସର୍ଚ କରି ଦେଖେ” । ଶେଷରେ ବବି ମିଶ୍ର କହୁଛନ୍ତି ମୁଁ ଯାହା କହିଥାଏ ସତ କଥା କୁହେ । କେବେ ମିଛ କୁହେ ନାହି । ଆମ ଦୁହିଙ୍କ ଭିତରେ ଆହୁରି ଅନେକ କଥା ଆଲୋଚନା ହୋଇଥିଲା । କ୍ୟାମେରା ଆଗରେ ପଚାରିଲେ ବି ମୁଁ ସତ କଥା କୁହେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।