ସାହିତ୍ୟରେ 99, ଭୂଗୋଳରେ 99, ଇଂରାଜୀରେ 99, ପୁଣି ଗଣିତରେ 99 । କେବଳ କହିବେ ଆପଣଙ୍କର କେତେ ମାର୍କ ଆଉ କେଉଁ ଡିଭିଜନ ଦରକାର ? ଟଙ୍କା ଉପରେ ନିର୍ଭର କରୁଛି ଆପଣଙ୍କର କେତେ ଟଙ୍କିଆ ସାର୍ଟିଫିକେଟ ଦରକାର ? ଆପଣଙ୍କ ପିଲା ପଢି ହାଲିଆ କିନ୍ତୁ ଟଙ୍କା ଦେଲେ ସବୁ ବିଷୟରେ 99 ମାର୍କ । ଇଂରାଜୀ ରେ ଦି’ପଦ ଲେଖିବା ବା କହିବାର ସାମର୍ଥ ନାହି କିନ୍ତୁ ମାର୍କ ଅଛି 99 ।
ଓଡିଆରେ ଗୋଟିଏ ସଲାଖି ଲେଖିବାର ସାମର୍ଥ୍ୟ କିନ୍ତୁ ମାର୍କ ଅଛି 99 । ଶିକ୍ଷା ବ୍ୟବସ୍ଥାର ଧଜିଆ ଉଡାଇଛି ବଲାଙ୍ଗୀର ର ନକଲି ସାର୍ଟିଫିକେଟ ଘଟଣା ଭଲ ରେଜଲ୍ଟ ପାଇଁ ଛାତ୍ର ଛାତ୍ରୀ ମାନେ ଦିନ ରାତି ପରିଶ୍ରମ କରନ୍ତି । କିନ୍ତୁ ଏଠି ଟଙ୍କା ଦେଲେ ପ୍ରତେକ ବିଷୟରେ ମିଳୁଛି 99 ମାର୍କ । ସାଧାରଣତ ଇଂରାଜୀ ଓଡିଆରେ 99 ମାର୍କ ରଖିବା ଛାତ୍ର ଛାତ୍ରୀ ଙ୍କ ପାଇଁ କଷ୍ଟକର ହୋଇପଡେ ।
କିନ୍ତୁ ଯେବେ ଜଣେ ବିନା ପାଠ ରେ ଇଂରାଜୀ ଓ ସାହିତ୍ଯ ରେ 99 ମାର୍କ ରଖୁଛି ସେତେବେଳେ ଦିନ ରାତି ପରିଶ୍ରମ କରୁଥିବା ଛାତ୍ର ଛାତ୍ରୀ ଙ୍କ ଉପରେ ପ୍ରଭାବ ପଡିବା ସ୍ଵାଭାବିକ କଥା । ବଲାଙ୍ଗୀର ଜିଲ୍ଲା ରେ ନକଲି ସାର୍ଟିଫିକେଟ କାରୋବାର ଘଟଣା ସାମ୍ନା କୁ ଆସିବା ପରେ ଏବେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠୁଛି ।
ଓଡିଶାର ବିଭିନ୍ନ ସରକାରି ବା ଘରୋଇ ଶିକ୍ଷା ଅନୁଷ୍ଠାନରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଙ୍କ ମାର୍କ ଲିଷ୍ଟ ଜାରି ଯାଞ୍ଚ କରାଯାଏ ତେବେ ସାହିତ୍ୟ ରେ 99 ମାର୍କ ରଖିଥିବା ପିଲାଙ୍କ ନାଁ ନ ଥିବ । କେତେବେଳେ ମାର୍କ ଆଧାର ରେ ପିଲାଙ୍କୁ ନିଯୁକ୍ତି ମିଳେ ସେତେବେଳେ ନକଲି ସାର୍ଟିଫିକେଟ ଧାରୀ ମାନେ ହିଁ ଚୟନ ପ୍ରକ୍ରିୟା ତାଲିକାର ଆଗ ଧାଡି ରେ ରୁହନ୍ତୁ ।
ଏଭଳି ସ୍ଥିତି ରେ ଯେଉଁ ଛାତ୍ର ଛାତ୍ରୀ ମାନେ କଷ୍ଟ କରି ପାଠ ପଢି ଚାକିରି କରିବାକୁ ଚାହିଁ ବସିଥାନ୍ତି ସେମାନଙ୍କ ଭାଗ କଣ ହେବ ଆପଣ ତାହା ଭାବି ପାରୁଥିବେ । ବଲାଙ୍ଗୀର ସହରର ଏଇ ଏମିତି ଏକ କୋଚିଙ୍ଗ ସେଣ୍ଟର ଯେଉଁଠି ମିଳୁଛି ବିଭିନ୍ନ ନାମିଦାମି ସ୍କୁଲର ସାର୍ଟିଫିକେଟ । ଏହି 99 ମାର୍କ ଦିଆ ସାର୍ଟିଫିକେଟ ଦେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚାକିରି କରିଛନ୍ତି ଅନେକ ପ୍ରାର୍ଥୀ ।
ଏପଟେ ପିଲା ମାନେ ଦିନ ରାତି ପରିଶ୍ରମ କରୁଛନ୍ତି କିନ୍ତୁ ସେପଟେ ନକଲି ସାର୍ଟିଫିକେଟ ଧରି ଗାଦି ମାଡି ବସିଛନ୍ତି ପିଲା ମାନେ । ଏବେ ଉତ୍ତର ପ୍ରଦେଶର ପାଠ ପଢୁଥିବା ଜଣେ ଯୁବତୀ ଓଡିଆ ରେ 99 ମାର୍କ ରଖିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ଆଳୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପରେ ଜଣା ପଡିଲା ଯେ ଯୁବତୀ ଜଣକ ନକଲି ସାର୍ଟିଫିକେଟ ଦେଇଛନ୍ତି ।
ଆଉ ଜଣେ ହେଉଛନ୍ତି କେନ୍ଦ୍ରାପଡା ଡାକ ବିଭାଗରେ ଚାକିରି ପାଇଁ ଆବେଦନ କରିଥିବା ଜେଣ ପ୍ରାର୍ଥୀନୀଙ୍କ ସାର୍ଟିଫିକେଟ ଯେଉଁଥିରେ ମାର୍କ ରହିଛି 99 । ଏମିତି ଯାଞ୍ଚ କରିଲେ ଅନେକ ପ୍ରାର୍ଥୀଙ୍କ ନକଲି ସାଟିଫିକେଟ ସାମ୍ନାକୁ ଆସିପାରେ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।