ଆପଣ ଏବେ ପର୍ଯ୍ୟନ୍ତ କଳା କାଉ ହିଁ ଦେଖିଥିବେ, କିନ୍ତୁ ଏବେ ଇନ୍ଟରନେଟ ଏକ ଧଳା ରଙ୍ଗର କାଉର ଫଟୋ ଭାଇରାଲ ହେବାରେ ଲାଗିଛି । ଏହି କାଉ କିପରି ଧଳା ରଙ୍ଗର ଅଟେ ତାହା ସମସ୍ତଙ୍କ ମନରେ ଆଶ୍ଚର୍ଯ୍ୟର କାରଣ ଅଟେ । କାଉ ମାନଙ୍କର କଳା ରଙ୍ଗ ଏହା ତ ଆପଣମାନେ ସବୁ ଜାଣିଥିବେ କିନ୍ତୁ କାଉ ଧଳା ରଙ୍ଗର ମଧ୍ୟ ଅଛି । ଧଳା ରଙ୍ଗର ଏହି କାଉ ମଧ୍ୟପ୍ରଦେଶର ଦତବାଡା ରେ ଦେଖାଯାଇଛି ।
ଏହା ପୂର୍ବରୁ ୨୦୧୭ ରେ ସତନାରେ ଏକ ଧଳା ରଙ୍ଗର କାଉ ଦେଖାଯାଇଥିଲା । ବିଜ୍ଞାନ ଅନୁସାରେ ଧଳା କାଉର ଗୁଣ କଳା କାଉ ଭଳି କିନ୍ତୁ ଅନୁୱାଂଶିକ ଦୋଷ ଲ୍ଯୂସୀଜ୍ମ କାରଣରୁ କିଛି କାଉ ରଙ୍ଗ ଧଳା ହୋଇଥାଏ ।
ଏଥିପାଇଁ ଦୁନିଆରେ କାଉଙ୍କର ଏମିତି କିଛି ପ୍ରଜାତି ଅଛି ଯାହା ଶରୀରରେ କେଉଁଠି ନା କେଉଁଠି ଧଳା ଦାଗ ଥାଏ । କାଉଙ୍କର କଳା ରଙ୍ଗ ହେବାର ପୌରାଣିକ ଅନୁସାରେ କାଉ ମାନଙ୍କର ଧଳାରୁ କଳା ହେବାରେ ଅଲଗା କାରଣଟି ଅଛି । ବହୁତ ସମୟ ପୂର୍ବରୁ ଜଣେ ରୁଷି ଗୋଟେ ଧଳା ରଙ୍ଗର କାଉକୁ ଅମୃତ ଖୋଜିବାକୁ କହିଲେ, ଆଉ ମଧ୍ୟ କହିଥିଲେ କି ସେ ଅମୃତର ବିଷୟରେ ଆସି କହିବୁ ଆଉ ତାକୁ ପିଇବୁ ନାହିଁ ।
କାଉର କିଛି ବର୍ଷର ପରିଶ୍ରମରେ ଅମୃତ ପାଇଗଲା, ଏତେ ପରିଶ୍ରମ କରିବା ପରେ କାଉକୁ ଅମୃତ ପିଇବା ପାଇଁ ଇଚ୍ଛା ହେଲା, ସେ କାଉ ଅମୃତ ପିଇକି ରୁଷୀଙ୍କୁ ଆସି କହିଲା । ରୁଷି ଏହି କଥା ଶୁଣିକି ରାଗିଗଲେ ତାପରେ କାଉକୁ ଅଭିଶାପ ଦେଲେ କି ବଚ୍ଚନ ଭାଙ୍ଗିକି କାଉ ନିଜର ଅପବିତ୍ର ଚୋଂଚରେ ପବିତ୍ର ଅମୃତକୁ ଅଇଁଠା କରିଦେଲା ସେଥିପାଇଁ ଲୋକ ତାକୁ ଘୃଣା କରିବେ ଓ ତାକୁ ଅଶୁଭ ମାନିକି ତା ସହିତ ଖରାପ କରିବେ ।
ରୁଷି ଏହି ଅଭିଶାପ ଦେଇକି ନିଜ କମଣ୍ଡଳରେ ଥିବା କଳା ପାଣିରେ କାଉକୁ ବୁଡେଇଦେଲେ ଯାହା ପରଠାରୁ କାଉ ଧଲାରୁ କଳା ହେଇଗଲା । ତେବେ ଏହି ପୌରଣିକ କଥା ଅନୁସାରେ ଏମିତି ଧଳା କାଉ କଳା ହୋଇଥିଲା । କିନ୍ତୁ ଏବେବି କିଛି ଏମିତି ସାଥାନ ଅଛି ଯେଉଁଠି ଧଳା କାଉ ଦେଖା ଯାଉଛନ୍ତି ।
ପୋଷ୍ଟଟି ପସନ୍ଦ ଆସିଲେ ଶେୟାର କରନ୍ତୁ ଏବଂ ଆଗକୁ ଆମ ସହ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।