ଦୁଇ ମହିଳାଙ୍କ ଗର୍ଭରୁ ଜନ୍ମ ନେଇଛି ଗୋଟେ ସନ୍ତାନ- ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା

ଏହି କିଛି ଦିନ ପୂର୍ବରୁ ଏକ ଆଶ୍ଚର୍ଯ୍ୟ କରିବା ବାଲା  ଘଟଣା ସାମ୍ନାକୁ ଆସିଛି । ଦୁଇ ମହିଳାଙ୍କ ଗର୍ଭରୁ ଜନ୍ମ ନେଇଛି ଗୋଟେ ପିଲା । ଏହି କଥା ଶୁଣିବା ପରେ ସବୁ ଆଶ୍ଚର୍ଯ୍ୟ ହେଇ ଯାଉଛନ୍ତି । ଏହି ଘଟଣାଟି ୟୁକେରେ ଘଟିଛି, ଯେଉଁଠି ଏକ ଲେସ୍ବିୟନ କପଲ ମିସିକି ଗୋଟେ ପିଲାକୁ ନିଜ ଗର୍ଭରେ ରଖିଲେ । ଶେୟର୍ଡ ମଦରହୁଡ ପକ୍ରିୟା ଦ୍ଵାରା ୟୁକେରେ ଏହା ପ୍ରଥମ ଥର ପାଇଁ ହେଇଛି । ବ୍ରିଟିଶ କପଲ ଜୈସ୍ମୀନ ଓ ଡୋନା ଫ୍ରାଂସିସ-ସ୍ମିଥ ଙ୍କ ପ୍ରଥମ ପିଲା ଓଟିସ ୨ ମାସ ପୂର୍ବରୁ ଜନ୍ମ ନେଇ ଯାଇଥିଲା । ପିଲାର ଜନ୍ମ  ବିବୋ ନୈଚରଲ ଫର୍ଟିଲାଇଜେଶନ ପ୍ରକ୍ରିୟା ଦ୍ଵାରା ହୋଇଥିଲା । ଏହି ପ୍ରକୀୟାରେ ଅଣ୍ଡାକୁ ମାର ଶରୀରର ଭିତରେ ତିଆରି କରାଯାଏ ।

Image Courtesy: Google

ଏହାର ଓଲଟା ଆଈୱୀଏଫ (ଇନ ୱୀଟ୍ରୋ ଫର୍ଟିଲାଇଜେଶନ) ରେ ଏହି ପ୍ରକ୍ରିୟା ଶରୀରର ବାହାରେ ହୋଇଥାଏ । ଏନାବିବୋ ପ୍ରକ୍ରିୟାର ଆରମ୍ଭରେ ସ୍ୱିସ କମ୍ପାନୀ ଏନକୋବା ରେ କରଯାଇଥିଲା ଓ ଲଣ୍ଡନରରେ ଏକ କାଳ୍ପନିକରେ ଏହାର ସଫଳତାପୂର୍ବକ ପ୍ରୟୋଗ କରଯାଇଥିଲା । ଏହି ପ୍ରକ୍ରିୟା ଦ୍ଵାରା ଅଣ୍ଡାକୁ ଜୈବିକ ମା ଶରୀରରେ ଏକ କୈପ୍ସୂଲ ଜରିଆରେ ପହଞ୍ଚାଯାଇଥାଏ, ଯେଉଁଠି ମାର ଗର୍ଭରେ ଅଣ୍ଡାକୁ ପହଞ୍ଚାଯାଇଥାଏ ।

Image Courtesy: Google

ମାର ଗର୍ଭରେ ଏହା ସଫଳତା ପୂର୍ଣ୍ଣ ପ୍ରୟୋଗ କଲାପରେ ତାକୁ ସେହି ମାର ଗର୍ଭରୁ ବାହାର କରି ଅନ୍ୟ ଏକ ମାର ଗର୍ଭରେ ପୁରା ଯାଇଥାଏ, ଯାହା ଗର୍ଭରୁ ପିଲା ଜନ୍ମ ହୋଇଥାଏ । ନଟିଙ୍ଗ ସହରରେ ରହୁଥିବା ଡୋନା ଟେଲିଗ୍ରାଫ ଦ୍ଵାରା କହିଲେ କି ଲେସ୍ବିୟନ କପଲ ତରଫରୁ ଏହି ପ୍ରେଗ୍ନେଂସୀ ଦ୍ଵାରା ସେ ବହୁତ ଖୁସି ଅଛନ୍ତି । ଆହୁରି ମଧ୍ୟ କହିଥିଲେ, ଜସ୍ମିନ ମତେ ଯେଉଁ ପ୍ରକାରର ଅଟେନସନ ମିଳୁଥିଲା ତାହା ମୋ ପାଇଁ ବହୁତ ଉତ୍ସାହ ଜନକ ଥିଲା ।

Image Courtesy: Google

ସାଧାରଣତଃ ସମ ସେକସ କପଲ ମଧ୍ୟରେ ପ୍ରେଗନ୍ସିରେ ଜଣେ ମହିଳା ଗର୍ଭ ଧାରଣ କରନ୍ତି ଯେଉଁଥିରେ ଅନ୍ୟ ମହିଳା ଏହି ପ୍ରକ୍ରିୟାରେ ସାମିଲ ହୁଅନ୍ତି ନାହିଁ । ଆମର ପ୍ରେଗନ୍ସି ଏହି ପକ୍ରିୟା ଠାରୁ ଅଲଗା ହୋଇଥିଲା, ଏଥିରେ ଆମେ ଦୁଇ ଜଣ ସାମିଲ ହୋଇଥିଲୁ । ଜସ୍ମିନ କହିଲେ ଆମେ ଦୁଇ ଜଣ ବହୁତ ଖୁସି ଅଛୁ ଆମର ଏହି ଆଈୱୀଏଫ ପ୍ରୟୋଗ ସଫଳ ହୋଇଛି । ଜସ୍ମିନ କହିଲେ ଆମେ ବହୁତ ଭାଗ୍ୟବାନ ଅଟୁ । ଆଗକୁ ଏହିଭଳି ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *