ବିବାହ ପୂର୍ବରୁ ବର ହୋଇଗଲା ବିକଳାଙ୍ଗ, ତାପରେ କନ୍ୟା କହିଲା କିଛି ଏମିତି କି ଯାହା ହେଲା ଚର୍ଚ୍ଚାର ବିଷୟ

ଏମିତି ବି କିଛି ହୋଇଥାଏ ଜୀବନରେ ଖୁସି ଆସିବା ପୂର୍ବରୁ ସେଥିରେ କାହାର ନଜର ଲାଗିଯାଇଥାଏ । ଏହା କେବଳ ରିଲ୍ ଲାଇଫରେ ନୁହେଁ ରିୟଲ ଲାଇଫରେ ବି ହୋଇଥାଏ । କିଛି ଏମିତି ଘଟଣା ନଜରରେ ଆସିଛି ଯେଉଁଠିକି ଗୋଟିଏ ଝିଅର ବାହାଘର ଠିକ ହେଲା ପରେ ଏକ ଦୁର୍ଘଟଣା ରେ ବରର ଗୋଟେ ଗୋଡ କଟିଗଲା । ଏହି ଘଟଣା ପରେ ଝିଅ ଘର ଲୋକ ଏହି ବିବାହ କରିବାକୁ ସିଧା ମନା କରିଦେଲେ ।

ହେଲେ ଠିକ ଏହା ପରେ ଓଲଟା ଝିଅଟି ତା ଘର ଲୋକଙ୍କକୁ କହିଲା ଯେ ଯଦି ଏହି ଘଟଣା ବିବାହ ପରେ ହୋଇଥାନ୍ତା ତାହେଲେ କଣ ଆପଣ ପିଲାଟିର ସାଥ ଛାଡିବା ପାଇଁ କହିଥାନ୍ତେ ।

ଝିଅଟିର ଏହି କଥା କୁ ଘର ଲୋକ ବହୁତ ବିରୋଧ କଲେ କିନ୍ତୁ କନ୍ୟାର ଜିଦି ଆଗରେ କାହାର କଥା ରହିଲା ନାହିଁ ତାକୁ ଦେଖି ସମସ୍ତେ ସ୍ତବଦ ହୋଇଗଲେ ଏବଂ କନ୍ୟା ର ଏମିତି ସାହସ ଓ ବିଚାର ଦେଖି ସମସ୍ତେ ବହୁତ ଖୁସି ହେଲେ । ଆପଣଙ୍କୁ କହିବୁ ଝିଅଟି ସେ ପୁଅକୁ ବିବାହ କରି ସମାଜରେ ଏକ ଶିକ୍ଷା ଦେଲା ଯାହାକୁ ସମସ୍ତେ ନିଜ ଉପରେ ଲାଗୁ କରିବା ଦରକାର ।

କହିବାକୁ ଯାଉଛୁ କି ଏହି ଘଟଣା ମୋତିହାରୀର ରକସୋଲ ସହର ରେ ହୋଇଥିଲା, ଯେଉଁଠିକି ପପୁ ସୋନୀଙ୍କ ଝିଅ କୋମଲ ଙ୍କ ବିବାହ ବିଶାଲ ଙ୍କ ସହ ଠିକ ହୋଇଥିଲା । ଏହା ଖବର ଅଛି କି ଜୁନ ୧୩ ତାରିଖ ୨୦୧୭ ମସିହାରେ ଏକ ବସ ଦୁର୍ଘଟଣାରେ ବିଶାଲ ସୋନି ଙ୍କ ଗୋଡ ଭାଙ୍ଗି ଯାଇଥିଲା ପରିସ୍ଥିତି ବହୁତ ଜଟିଳ ଥିଲା ଯାହା ପାଇଁ ତାଙ୍କର ଗୋଡ କାଟିବାକୁ ପଡିଥିଲା ।

ଏହି ଘଟଣା ପରେ ପୁଅ ଘର ଭାବିଲେ କି ଏ ବାହା ଘର ଭାଙ୍ଗି ଗଲା ଏବଂ ଝିଅ ଘର ଲୋକ ବି ଏହା କହି ଦେଇଥିଲେ । ଝିଅ ଘର ଲୋକ ଏହି ବିବାହ ପାଇଁ ସିଧା ମନା କରିଦେଇଥିଲେ କିନ୍ତୁ କୋମଲ ଏମିତି ହେବାକୁ ଦେଇନଥିଲେ । ବୁଦ୍ଧିର ସହ କୋମଲ କେବଳ ଏହି ବିବାହ କୁ ଭାଙ୍ଗିବାରୁ ବଞ୍ଚେଇ ନାହାଁନ୍ତି , କେବଳ ଗୋଟିଏ ବାକ୍ୟ ରେ ନିଜ ପରିବାର ଲୋକଙ୍କ କଥାର ଜବାବ ବି ଦେଇଥିଲେ ।

କୋମଲ ନିଜ ବାପା ମାଆ ଙ୍କୁ କହିଲେ କି ଯଦି ଏହି ଦୁର୍ଘଟଣା ବିବାହ ପରେ ହୋଇଥାନ୍ତା ତାହେଲେ ଆପଣ କଣ ମୋତେ ତାଙ୍କୁ ଛାଡି ଦେବାକୁ କହିଥାନ୍ତେ । ଝିଅଟିର ନିସ୍ପତି ଆଗରେ ଘର ଲୋକଙ୍କୁ ହାରିବା ପଡିଲା ଏବେ ସେମାନେ ଏହି ବିବାହ ପାଇଁ ରାଜି ହେଲେ । ବ୍ରହ୍ମାସ୍ଥାନ ମନ୍ଦିରରେ ସେମାନଙ୍କର ବିବାହ ହେଲା । ଏହି ବିବାହ ଘଟଣା ବହୁତ ଦୂର ପର୍ଯ୍ୟନ୍ତ ଥିଲା ,ଲୋକମାନେ ସେଠାରେ ପହଞ୍ଚି ନବ ଦମ୍ପତି ଙ୍କୁ ଆଶ୍ରିବାଦ ଦେଲେ ଏବଂ କୋମଲ ଙ୍କ ନିଷ୍ପତିତେ ସମସ୍ତେ ଖୁସି ହେଲେ ।

Leave a Reply

Your email address will not be published. Required fields are marked *