ମାଘ ମାସରେ ଗଙ୍ଗା ନାମ ନେଇ ସ୍ନାନ କରିଲେ ମିଳେ ଗାଙ୍ଗା ସ୍ନାନ ର ଫଳ- ଏହି ମାସରେ ଶ୍ରୀ କୃଷ୍ଣ ପୂଜା ଓ ନଦୀ ସ୍ନାନ ର ଅଛି ବିଶେଷ ମହତ୍ଵ

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଗୋଟିଏ ବର୍ଷ ର ୧୧ତମ ମାସ କୁ ମାଘ ମାସ କହନ୍ତି । ଧର୍ମ ଶାସ୍ତ୍ର ରେ ଏହି ମାସ କୁ ବହୁତ ପବିତ୍ର ବୋଲି ମାନନ୍ତି । ଏହିଥର ମାଘ ମାସ ଜାନୁୟାରୀ ୧୧ ତାରିଖ ଶନିବାର ଠାରୁ ଆରମ୍ଭ ହୋଇ ଯାହାକି ଫେବୃଆରୀ ୯ ତାରିଖ ରବିବାର ପର୍ଯ୍ୟନ୍ତ ରହିବ । ଏହି ମାସ ରେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୂଜା କଲେ ଏବଂ ନଦୀ ରେ ସ୍ନାନ କଲେ ମନୁଷ୍ୟ ସ୍ବର୍ଗଲୋକ ରେ ସ୍ଥାନ ପାଆନ୍ତି ।

ମାଘ ମାସ ର ମହିମା ଏମିତି ଯେ ଏଥିରେ ଗଙ୍ଗା ନାମ ଉଚ୍ଚାରଣ କରି ସ୍ନାନ କଲେ ଗଙ୍ଗା ସ୍ନାନ ଫଳ ମିଳିଥାଏ ।

●         ଧର୍ମ ଗ୍ରନ୍ଥ ଅନୁସାରେ, ଏହି ମାସ ରେ ଯଦି ବିଧିପୂର୍ବକ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୂଜା କରାଯାଏ ତେବେ ସମସ୍ତ ମନୋବାଞ୍ଛା ପୂଣ୍ଣ ହୋଇଥାଏ । ମାଘ ମାସ ରେ ବିଧିପୂର୍ବକ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୂଜା କରିବା ପୂର୍ବରୁ ସକାଳୁ ଖସା,ଜଳ, ଫୁଲ, କୁଶ ନେଇ ଏହି ପ୍ରକାର ସଂକଳ୍ପ ନେବା ଆବଶ୍ୟକ । ଏହାପରେ ଶ୍ରୀକୃଷ୍ଣଙ୍କୁ ପାର୍ଥନା ଓ ପୂଜା କରନ୍ତୁ । ଶ୍ରୀକୃଷ୍ଣଙ୍କୁ ଶୁଦ୍ଧପୂର୍ବକ ଘରେ ପ୍ରସ୍ତୁତ ପାକଦ୍ରବ୍ଯ ଭୋଗ ଲଗାନ୍ତୁ । ଏଥିରେ ତୁଲସୀ ପତ୍ର ନିଶ୍ଚିତ ପକାନ୍ତୁ ।

●       ଏହି ପ୍ରକାର ସଂପୂର୍ଣ୍ଣ ମାଘ ମାସ ରେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୂଜା କଲେ ଦୁଃଖ ଦୂର ହୁଏ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଏ । ମାଘ ମାସ ର ମହିମା ଏମିତି ଯେ ଏହି ମାସ ରେ ଯେଉଁଠି ବି ଜଳ ଥାଉ ନା କାହିଁ ତାହା ଗଙ୍ଗାଜଳ ସମାନ ହୋଇଥାଏ । ତଥାପି ପ୍ରୟାଗ, କାଶୀ, ନୈମିଷାଣ୍ଯ,  କୁରୁକ୍ଷେତ୍ର, ହରିଦ୍ଵାର ତଥା ଅନ୍ୟ ପବିତ୍ର ତୀର୍ଥ ଏବଂ ନଦୀ ମାନଙ୍କରେ ସ୍ନାନ ର ବି ବହୁତ ମହତ୍ତ୍ବ ରହିଅଛି ।

ମାଘ ମାସର କଥା

●       ପ୍ରାଚୀନ କାଳରେ ନର୍ମଦା ନଦୀ କୂଳରେ ସୁବ୍ରତ ନାମକ ଏକ ବ୍ରାହ୍ମଣ ରହୁଥିଲେ । ସେ ସମସ୍ତ ବେଦ-ବେଦାଙ୍ଗ, ଧର୍ମ ଶାସ୍ତ୍ର ଓ ପୁରାଣ ଜାଣିଥିଲେ । ସେ ଅନେକ ଦେଶର ଭାଷା ଓ ଲିପି ବି ଜାଣିଥିଲେ । ଏତେ ବିଦ୍ବାନ ହୋଇ ବି ସେ ନିଜର ଜ୍ଞାନ କୁ ଧର୍ମ କାମ ରେ ଉପଯୋଗ କରି ନ ଥିଲେ ।

●       ପୁରା ଜୀବନ ସେ କେବେଳ ଧନ କମାଇବା ରେ ହିଁ ବିତାଇ ଦେଇଥିଲେ । ଯେତେବେଳେ ସୁବ୍ରତ ବୁଢା ହୋଇଗଲେ ସେତେବେଳେ ସେ ଭାବିଲେ ଯେ ମୁଁ ଧନ ତ ବହୁତ କମେଇଲି କିନ୍ତୁ ସ୍ବର୍ଗପ୍ରାପ୍ତି ପାଇଁ କିଛି ବି କାମ କରିନାହିଁ ଏହା ଭାବି ସେ ଅନୁତାପ କଲେ ।

●       ସେହି ରାତିରେ ଚୋର ମାନେ ତାଙ୍କର ଧନକୁ ଚୋରାଇ ନେଲେ, କିନ୍ତୁ ସୁବ୍ରତଙ୍କୁ ସେଥିପାଇଁ କିଛି ଦୁଃଖ ହେଲାନି କାରଣ ସେ ତ ପରମାତ୍ମା ଙ୍କୁ ପ୍ରାପ୍ତ କରିବା ପାଇଁ ଉପାୟ ଭାବୁଥିଲେ । ଠିକ୍ ସେତିକିବେଳେ ସୁବ୍ରତଙ୍କର ଏକ ଶ୍ଲୋକ ମନେ ପଡିଲା ।

●     ମାଘେ ନିମଗ୍ନାଃ- ସଲିଳେ ସୁଶୀତେ ବିମୁକ୍ତପାପାସ୍ତ୍ରିଦିବଂ ପ୍ରୟାନ୍ତି ।

●       ସୁବ୍ରତଙ୍କୁ ନିଜ ମୁକ୍ତି ର ମୂଳମନ୍ତ୍ର ମିଳିଗଲା । ସେ ମାଘ ସ୍ନାନ ର ସଂକଳ୍ପ ନେଲେ ଏବଂ ୯ ଦିନ ଯାଏ ସକାଳୁ ନର୍ମଦା ନଦୀ ଜଳରେ ସ୍ନାନ କଲେ । ଦଶମ ଦିନ ସ୍ନାନ କରିବା ପରେ ସେ ନିଜ ଶରୀର ତ୍ୟାଗ କଲେ ।

●       ସୁବ୍ରତ ଜୀବନ ସାରା କିଛି ଭଲ କାମ କରି ନ ଥିଲେ, କିନ୍ତୁ ମାଘ ମାସ ରେ ସ୍ନାନ କରି ଅନୁତାପ କଲା ପରେ ତାଙ୍କର ମନ ନିର୍ମଳ ହୋଇ ଯାଇଥିଲା । ଯେବେ ସେ ନିଜର ପ୍ରାଣ ତ୍ଯାଗ କଲେ ସେତେବେଳେ ତାଙ୍କୁ ନେବା ପାଇଁ ଦିବ୍ୟ ବିମାନ ଆସିଥିଲା ଏବଂ ତା ଉପରେ ବସି ସେ ସ୍ବର୍ଗଲୋକ କୁ ଚାଲିଯାଇଥିଲେ ।

ମଘ ମାସର ମହତ୍ବ-

●       ଯେଉଁ ମଣିଷକୁ  ଚିରଦିନ ପାଇଁ ସ୍ବର୍ଗଲୋକ ରେ ରହିବାକୁ ଇଚ୍ଛା ଅଛି ସେମାନେ ମାଘମାସ ରେ ସୂର୍ଯ୍ୟ ମକର ରାଶିରେ ଥିବା ବେଳେ ପବିତ୍ର ନଦୀ ରେ ସକାଳୁ ସ୍ନାନ କରିବା ଉଚିତ୍ । ମହାଭାରତ ଏବଂ ଅନ୍ୟ ଗ୍ରନ୍ଥ ରେ ମାଘମାସ ର ମହତ୍ବ ବିଷୟରେ ଲେଖା ହୋଇଛି । ମହାଭାରତର ଅନୁଶାସନ ପର୍ବର ଅନୁସାରେ ଯିଏ ମାଘମାସ ରେ ନିୟମପୂର୍ବକ ଦିନ କୁ ଥରେ ଭୋଜନ କରେ ସେ ଧନୀ କୁଳରେ ଜନ୍ମ ହୋଇ ନିଜର କୁଟୁମ୍ବମାନଙ୍କ ମଧ୍ୟରେ ମହତ୍ତ୍ବ ପ୍ରାପ୍ତ କରିଥାଏ । ଏହି ଅଧ୍ୟାୟରେ କୁହାଯାଇଛି ଯେ ମାଘମାସ ର ଦ୍ଵାଦଶୀ ତିଥିରେ ଦିନ ରାତି ଉପବାସ କରି ଭଗବାନ ମାଧବଙ୍କୁ ପୂଜା କଲେ ଉପାସକ କୁ ରାଜସୂୟ ଯଜ୍ଞ ର ଫଳ ପ୍ରାପ୍ତି ହୋଇଥାଏ ଏବଂ ସେ ନିଜର କୁଳ ଉଦ୍ଧାର କରିଥାଏ ।

Leave a Reply

Your email address will not be published. Required fields are marked *