ଛୋଟ ବେଳେ ଖେଳିବା ସମୟରେ ଆମ ସମସ୍ତଙ୍କର କିଛି ନା କିଛି କ୍ଷତ ହୋଇଥାଏ, କେବେ ହାତ ଗୋଡ଼ ଭାଙ୍ଗି ଯାଇଥାଏ ତ କେବେ ଜଳିଯାଇଥାଏ, ଆମ ବାପା ମା ଯେତେ ଜଗିଲେ ବି ସମସ୍ତଙ୍କ ସହିତ ଏମିତି ହୋଇଥାଏ । ଆଉ ଏମିତି ଛୋଟ ଛୋଟ କ୍ଷତ ହେଲେ ମଣିଷ ତଳେ ପଡି କି ଉଠିବା ଶିଖିଥାଏ । ଆଜି ଏମିତି ଏକ କଥା ସାମ୍ନା କୁ ଆସିଛି ଯାହା ଆପଣ କେବେ ଭାବିନଥିବେ ।
ଯେ ଛୋଟ ବେଳେ ହେଇଥିବା କ୍ଷତ ମଣିଷ କୁ ଏତେ କଷ୍ଟ ଦେଇଥାଏ ଯାହା ସାରା ଜୀବନ ଲାଗିଲେ ବି ଭୁଲି ହୋଇ ନଥାଏ ।
ଏହି ଛବି ରେ ଦେଖୁଥିବା ଝିଅ ଯାହା ଶରୀରର କିଛି ଅଂଶ କାଠ ପରି ଟାଣ ହୋଇ ଯାଇଛି । ଏହି ୧୨ ବର୍ଷ ର ଝିଅ ମୁକ୍ତା ‘ଟ୍ରି-ମ୍ଯାନ୍-ସିଣ୍ଡ୍ରୋମ’ ନାମକ ରୋଗରେ ପୀଡ଼ିତ ଯେଉଁଥିରେ ଏ ଝିଅ ର ଚମଡା ଗଛ ପରି ଟାଣ ଓ ଖଦଖଦଡା ହୋଇ ଯାଇଛି । ଏହି ଝିଅ ର ହାତ ଛୋଟ ବେଳେ ଜଳିଯାଇଥିଲା ଓ ତାର ପ୍ରଭାବ ପୁରା ହାତ ଉପରେ ପଡିଥିଲା । କାଚ ବାସନ ଦୋକାନ ସମ୍ଭାଳୁଥିବା ମୁକ୍ତା ର ବାପା ଇବ୍ରାହିମ୍ ହୁସେନ କହୁଛନ୍ତି ଯେ ମୁକ୍ତା ର ଅନେକ ସ୍ଥାନରେ ଚିକିତ୍ସା ହେଇଛି, ହେଲେ କିଛି ଫାଇଦା ମିଳିଲାନି ।
ଏଥିପାଇଁ ଏବେ ମୁକ୍ତା ର ଚିକିତ୍ସା ପାଇଁ ଢାକା ମେଡିକାଲ କଲେଜ ପାଖରେ ଥିବା ‘ବର୍ଣ୍ଣ ଏଣ୍ଡ ପ୍ଲାଷ୍ଟିକ ଯୁନିଟ’ କୁ ଆଣିଛନ୍ତି । ହେଲେ ଅପରେସନ ପାଇଁ ତାଙ୍କ ଶାରୀରିକ ଅବସ୍ଥା ଠିକ୍ ନାହିଁ । ୭ ରୁ ୧୦ ଦିନ ଦେଖିଲା ପରେ ଅପରେସନ ବିଷୟରେ ବିଚାର କରାଯିବ । ଆପଣମାନଙ୍କୁ ଜଣେଇ ଦେଉଛୁ ଯେ ମୁକ୍ତା କୁ ମଙ୍ଗଳବାର ଦିନ ଢାକା ମେଡିକାଲ କଲେଜ ପାଖରେ ‘ବର୍ଣ୍ଣ ଏଣ୍ଡ ପ୍ଲାଷ୍ଟିକ ଯୁନିଟ’ ରେ ଭର୍ତ୍ତି କରାଯାଇଛି । ଜାଣିବାକୁ ସୂଚନା ମିଳିଛି ଯେ ବାଙ୍ଗ୍ଲାଦେଶ ର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଟ୍ରି-ମ୍ଯାନ୍-ସିଣ୍ଡ୍ରୋମ ରୋଗରେ ଆକ୍ରାନ୍ତ ଝିଅ ମୁକ୍ତା ର ଚିକିତ୍ସା ପାଇଁ ସବୁ ଖର୍ଚ୍ଚ ବହନ କରିବେ ।
ଆପଣମାନଙ୍କୁ ଆମର ଏତିକି ଅନୁରୋଧ ଆପଣ ମାନେ ମଧ୍ୟ ଝିଅଟିର ଆରୋଗ୍ୟ କାମନା କରନ୍ତୁ । ଏଭଳି ରୋଗ ଭଗବାନ ଯେମିତି କାହାକୁ ନ ଦିଅନ୍ତୁ । ଏହି କୁନି ପିଲାଟିର ଜୀବନ ଭଲ ହେଇ ଯାଉ ଏତିକି ଭଗବାନଙ୍କ ପାଖରେ ପାର୍ଥନା ।