ଏହି ଦେଶର ମହିଳାଙ୍କ ଉପରେ ବୟସର ପ୍ରଭାବ ପଡି ନଥାଏ, କେବେବି ଖରାରେ ବାହାରକୁ ବାହାରନ୍ତି ନାହିଁ- ଜାଣନ୍ତୁ କାହିଁକି

ଯୁବାବସ୍ଥା ପରେ ବର୍ଦ୍ଧିତ ବୟସ କାହାକୁ ବା ପସନ୍ଦ ଆସିଥାଏ । ଛୋଟ ପିଲାମାନେ ଶୀଘ୍ର ଶୀଘ୍ର ବଡ ହେବାପାଇଁ ଇଛା ପ୍ରକାଶ କରିଥାନ୍ତି, କିନ୍ତୁ ଭବିଷ୍ୟତରେ ସେମାନେ ଯୁବାବସ୍ଥା ପରର ଅବସ୍ଥା ଏବଂ ବୃଦ୍ଧାବସ୍ଥା କୁ କେବେବି ପସନ୍ଦ କରି ନଥାନ୍ତି । ନା କେବଳ ମହିଳା, ପୁରୁଷ ମଧ୍ୟ ବୃଦ୍ଧ ହେବାକୁ କେବେ ମଧ୍ୟ ପସନ୍ଦ କରିନଥାନ୍ତି । ସମସ୍ତେ ନିଜର ପ୍ରକୃତ ବୟସ ଠାରୁ ଯବାନ ଦେଖା ଯିବାକୁ ଇଛା ପ୍ରକାଶ କରନ୍ତି ଏବଂ ଏଥିପାଇଁ ଆନେକ ଅର୍ଥ ମଧ୍ୟ ଖର୍ଚ କରିଥାନ୍ତି ।

କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏମିତି ଏକ ଦେଶ ଅଛି ଯେଉଁଠାରେ ମହିଳାଙ୍କ ଉପରେ ବର୍ଦ୍ଧିତ ବଯସର ପ୍ରଭାବ ପଡିନଥାଏ ।

ଏହି ଦେଶ ଓ ସଂସ୍କୃତିର ଏହିପରି ଅନେକ ବିଶେଷତ୍ଵ ରହିଛି, ଯାହା ବିଷୟରେ ଆମେ ଆଜି ଏହି ଅନୁଛେଦରେ ପଢିବା । ଆମେ ଯେଉଁ ଦେଶ ବିଷୟରେ ଚର୍ଚା କରିବା ସେହି ଦେଶଟି ହେଉଛି ତାଇବାନ। ଏହା ଏକ ଦ୍ଵିପ, ଯାହା ନିଜର ପାର୍ଶ୍ଵବର୍ତୀ କିଛି ଦ୍ଵିପସହ ମିଶି ଚିନୀ ଗଣରାଜ୍ୟର ଅଂଶ ଅଟେ । ଏହା ଏକ ସାମାଜିକ ଓ ସାଂସ୍କୃତିକ ରାଷ୍ଟ୍ର ଅଟେ । ତାଇବାନର ଜନସଂଖ୍ୟା ପ୍ରାୟତଃ ୨.୩୬ କୋଟି ଅଟେ । ଏଠିକାର ୭୦ ପ୍ରତିଶତ ଲୋକ ବୌଦ୍ଧ ଧର୍ମକୁ ମାନିଥାନ୍ତି । ଏହି ଦେଶର ମହିଳା ମାନେ ସୁନ୍ଦର ହେବା ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ଯବାନ ଦେଖାଯାଆନ୍ତି ।

ଉପଯୁକ୍ତ ଖାଦ୍ୟ ପାନୀୟ  କିମ୍ବା ମେକପ କାରଣରୁ ଏପରି ହୋଇନଥାଏ ଏହାର ଅନ୍ୟ ଏକ କାରଣ ରହିଛି । ଏହି ଦେଶର ଝିଅ ମାନେ ନିଜର ରଙ୍ଗ ଏବଂ ରୂପକୁ ନେଇ ସଦା ସର୍ବଦା ସଜାଗ ରହିଥାନ୍ତି । ଏହି କାରଣରୁ ଏମାନେ ଖରାରେ ବେସି ବାହାରକୁ ବାହାରନ୍ତି ନାହିଁ, କାରଣ ଏମାନେ ଭାବନ୍ତି ଯେ ଖରାରେ ବାହାରକୁ ବାହାରିଲେ ତ୍ଵଚା ଖରାପ ହେବା ସହ କଳା ପଡି ଯାଇଥାଏ ।ତାଇବାନ ଅଧିବାସୀଙ୍କ ମୁତାବକ ଖରାରେ ବାହାରକୁ ବାହାରିଲେ ନିଜର ଆୟୁ ହ୍ରାସ ହେଇଥାଏ, ତେଣୁ ଯେତେବୀ ଜରୁରୀ କାର୍ଯ୍ୟ ହେଲେ ମଧ୍ୟ ସେମାନେ ଖରାରେ କଦାପି ବାହାରକୁ ବାହାରନ୍ତି ନାହିଁ ।

ଏଠିକାର ଲୋକମାନେ କ୍ରୀଡାରେ ମଧ୍ୟ ଅଧିକ ମନ ବଳାଇ ଥାନ୍ତି ଯାହା କାରଣରୁ ଏମାନେ ସବୁବେଳେ ସୁସ୍ଥ ରହିଥାନ୍ତି ।ଆମ୍ଭ ମାନଙ୍କ ମଧ୍ୟରୁ ଅନେକଙ୍କୁ ବର୍ଷାରେ ଭିଜିବାକୁ ବହୁତ ପସନ୍ଦ ଆସିଥାଏ, କିନ୍ତୁ ତାଇବାନର ଲୋକମାନେ ବର୍ଷାରେ ଭିଜିବାକୁ କଦାପି ପସନ୍ଦ କରିନଥାନ୍ତି । ବିଶେଷ କରି ଏଠାକାର ମହିଳାଙ୍କୁ ବର୍ଷାରେ ଭିଜିଲେ ଆଲର୍ଜି ହେଇଥାଏ । ଏକ ପରୀକ୍ଷଣରୁ ଜଣାପଡିଛି ଯେ ଏହି ଦେଶର ଲୋକ ବହୁତ ପରିଶ୍ରମୀ ହେଇଥାନ୍ତି । ଏମାନେ ଗୋଟେ ଦିନରେ ୧୦ ଘଣ୍ଟା ପରିଶ୍ରମ କରିଥାନ୍ତି । ଏହି କାରଣରୁ ଛୋଟ ବୟସରୁ ଏମାନେ ଧନବାନ ହେଇଥାନ୍ତି ।

ଏହି ଦେଶରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ମାନଙ୍କରେ ଗଣିତ ଓ ବିଜ୍ଞାନ ଉପରେ ଅଧିକ ମହତ୍ଵ ଦିଅ ଯାଇଥାଏ । ଯେପରି ଆମଦେଶରେ ଆମେ ଅତିଥିଙ୍କୁ ଭଗବାନଙ୍କ ରୂପ ବୋଲି ମାନିଥାଉ ସେହିପରି ତାଇବାନର ଲୋକମାନେ ମଧ୍ୟ ଏହି ପରମ୍ପରାକୁ ବିଶ୍ଵାସ କରିଥାନ୍ତି ।

Leave a Reply

Your email address will not be published. Required fields are marked *