ସପ୍ତାହରେ ଦୁଇଦିନ ମନ୍ଦିରରେ ଦେଖାଯାଏ କିଛି ଏମିତି ଦୃଶ୍ୟ, ଯାହାକୁ ଦେଖି ଆପଣଙ୍କ ହୃଦୟ ଥରି ଉଠିବ

ଭାରତକୁ ସାଧୁମାନଙ୍କ ଦେଶ କୁହାଯାଏ, କାରଣ ଆମ ଦେଶରେ ପୂଜା ପାଠରେ ଲୋକଙ୍କର ଗଭୀର ଆସ୍ଥା ରହିଥାଏ । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ଯାଏ ସବୁଠି ଏକରୁ ଅଧିକ ମନ୍ଦିର ରହିଛି, ଯାହାର ଦର୍ଶନ ପାଇଁ କେବଳ ଦେଶରୁ ନୁହେଁ ବିଦେଶରୁ ମଧ୍ୟ ଲୋକ ଆସିଥାନ୍ତି । ପ୍ରତ୍ୟେକ ମନ୍ଦିରର କିଛି ନା କିଛି ବିଶେଷତ୍ଵ ଥାଏ ସେଥିପାଇଁ ଲୋକ ଆକର୍ଷିତ ହୋଇଥାନ୍ତି । ଏହିପରି ଗୁଜରାଟର ସାରଙ୍ଗପୁର ଗାଁର କଷ୍ଟଭଞ୍ଜନ ହନୁମାନଜୀଙ୍କ ମନ୍ଦିର ।

ଏହି ମନ୍ଦିରକୁ ନେଇ ଲୋକେ ମାନନ୍ତି ଯେ,ହନୁମାନଜୀଙ୍କୁ ଦର୍ଶନ କଲେ ସମସ୍ତଙ୍କ ଜାତକର ଭୂତ, ପ୍ରେତ, ବ୍ରହ୍ମରାକ୍ଷସ ଇତ୍ୟାଦି ବାଧା ତୁରନ୍ତ ଦୂର ହେଇଯାଏ

ସାରଙ୍ଗପୁରର କଷ୍ଟଭଞ୍ଜନ ହନୁମାନଜୀଙ୍କ ଏହି ଧାମକୁ ପୀଡ଼ିତ ଲୋକଙ୍କ ଉଦ୍ଧାର ସ୍ଥଳ କୁହାଯାଏ । ସବୁ ଜାତି ଓ ଧର୍ମର ଲୋକ ଆସନ୍ତି । ଏଠାକୁ ଭୂତ, ପ୍ରେତ, ପିଶାଚ ପୀଡ଼ିତ ଲୋକ ଆସନ୍ତି, ପୂଜାରୀ ମନ୍ତ୍ର ବୋଲି ପାଣି ଛିଞ୍ଚିଲେ ଦୁଷ୍ଟ ଆତ୍ମା ମାନବ ଶରୀରରୁ ବାହାରି ପୂଜାରୀଙ୍କ ସହ କଥା ହେଇ କବ୍ଜା କରିବାର କାରଣ ସହ କଷ୍ଟର ସମାଧାନ ବି କହିଥାଏ ।

ଏମିତିବି ହୁଏ କିଛି ଆତ୍ମା ନଯିବାରୁ ତାଙ୍କୁ ସ୍ବାମୀ ଗୋପାଳନନ୍ଦ ଝଡି ଦେଖାଇଲେ ସେ ଜୋରରେ ପାଟି କରି ଆଉ କେବେ ହଇରାଣ କରିବାର କଥା ଦେଇ ଚାଲିଯାଏ । ଏହିପରି ଦୃଶ୍ୟ ମନ୍ଦିରରେ ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ଦେଖିବାକୁ ମିଳିଥାଏ, ଯେଉଁଠି ହଜାର ହଜାର ଭକ୍ତ କଷ୍ଟଭଞ୍ଜନ ଦେବଙ୍କ ଦର୍ଶନ କରି ନିଜର ସବୁ ପ୍ରକାର କଷ୍ଟରୁ ଉଦ୍ଧାର ପାଆନ୍ତି । 1905 ରେ ଏହି ମୂର୍ତ୍ତି ସ୍ଥାପନ ଓ ପ୍ରାଣପ୍ରତିଷ୍ଠା ହୋଇଥିଲେ ।

ସେବେଠୁ ହଜାର ହଜାର ଲୋକ କଷ୍ଟ ନିବାରଣ ପାଇଁ କଷ୍ଟଭଞ୍ଜନ ଦେବଙ୍କ ଦର୍ଶନ ପାଇଁ ଦେଶ ବିଦେଶରୁ ଆସନ୍ତି । ସୁରେନ୍ଦ୍ର ନଗର ଷ୍ଟେସନରୁ ବୋରାଦ ପାଇଁ ଟ୍ରେନରେ ବା ସଡ଼କ ମାର୍ଗରେ ପହଞ୍ଚି ପାରିବେ । ତେବେ ଯଦି ଆପଣ ମଧ୍ୟ କିଛି କଷ୍ଟରେ ଅଛନ୍ତି ତେବେ ଏହି ମନ୍ଦିର ଥରେ ନିଶ୍ଚୟ ଯାଆନ୍ତୁ, ଦେଖିବେ ଆପଣଙ୍କ ସବୁ ଦୁଃଖ କଷ୍ଟ ସୁର ହୋଇ ଆପଣଙ୍କୁ ସୁଖ ସମୃଦ୍ଧି ପ୍ରାପ୍ତି ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଖବର ଗୁଡିକ ପସନ୍ଦ ଆସୁଥିବ ଓ ଆପଣଙ୍କୁ ସାହାଯ୍ୟ କରୁଥିବ । ତେବେ ଏହିଭଳି ବହୁତ ଅନ୍ୟ ଖବର ଜାଣିବା ପାଇଁ ଆମ ସହ ଯୋଡି ହୁଅନ୍ତୁ ଓ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *