ବନ୍ଧୁଗଣ ଆଜି ରହିଛି ଆପଣ ମାନଙ୍କ ପାଇଁ କେତେ ଗୁଡିଏ ଚତୁର ପ୍ରଶ୍ନ । ଆଶା କରୁଛୁ ଲେଖାଟି ଆପଣଙ୍କୁ ଭଲ ଲାଗିବ । ତେବେ ଯେମିତିକି ଆପଣ ଜାଣିଛନ୍ତି ବର୍ତ୍ତମାନ ଘରେ ବସି ସମସ୍ତେ ବହୁତ ବିରକ୍ତ ହେଲେଣି । ପିଲା ମାନେ ମଧ୍ୟ କୁଆଡେ ବାହାରକୁ ଯାଇ ପାରୁ ନାହାନ୍ତି କି ସେମାନଙ୍କ ପାଠ ମଧ୍ୟ ଠିକ ସେ ପଢୁ ନାହାନ୍ତି । ତେବୀ ଏଭଳି ପରିସ୍ଥିତିରେ ବାପା ମା ମାନେ ମଧ୍ୟ ବ୍ୟସ୍ତ ହେଇ ପଡ଼ୁଛନ୍ତି, କିନ୍ତୁ ଚିନ୍ତା କରନ୍ତୁନୀ ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ମଜାଦାର ପ୍ରଶ୍ନ ଉତ୍ତର । ଯାହାକୁ ଆପଣ ନିଜ ପିଲା ମାନଙ୍କ ସହ ମିଶି ଖେଳି ପାରିବେ । ଏବଂ ଏହି ଖେଳରେ ଖେଳରେ ସେମାନଙ୍କୁ କିଛି ଶିଖାଇ ମଧ୍ୟ ପାରିବେ । ତେବେ ଚାଲନ୍ତୁ ଆରମ୍ଭ କରିବା ।
ଯଦି ଆପଣଙ୍କୁ କୁହାଯାଏ ନିଜ ପାଖରେ ଥିବା ଟଙ୍କାକୁ ଖୁବ ଶୀଘ୍ର ଦୁଇଗୁଣ କରିଦିଅ ତେବେ ଆପଣ ସେଥିପାଇଁ ଏହାକୁ କେଉଁଠାରେ ରଖିବେ ?
ଉତ୍ତର :- ଦର୍ପଣ ଆଗରେ
ସେ କିଏ ଯାହାର ଚାରୋଟି ଗୋଡ ଥାଇ ମଧ୍ୟ ଚାଲି ପାରେ ନହିଁ ?
ଉତ୍ତର :- ଟେବୁଲ
କେଉଁ ରାତି ବାସ୍ନା ହୁଏ ?
ଉତ୍ତର :- ଗୁଜୁରାତି
କାଳି ଗାଈ କାଳି ଘାସ ଖାଏ ବେକ ମୋଡିଦେଲେ, ଘରକୁ ଯାଏ । ତାହା କଣ ?
ଉତ୍ତର :- ଖୁର
ତାହା କେଉଁ ଜିନିଷ ଯାହାକୁ ଆମେ ଖାଇବା ପାଇଁ କିଣୁ କିନ୍ତୁ ଖାଇ ନ ଥାଉ ?
ଉତ୍ତର :- ପ୍ଲେଟ ବା ଥାଳି
କିଏ ଚାଲିଥାଏ । ଥକି ପଡିଲେ ବେକ କାଟ ହୁଏ । ତା ପରେ ପୁଣି ଚାଲେ ?
ଉତ୍ତର :- ପେନସିଲ
ତାହା କେଉଁ ଜିନିଷ ଯାହାକୁ କାଟିଲା ପରେ ଲୋକମାନେ ଗୀତ ଗାଇବା ଆରମ୍ଭ କରନ୍ତି ?
ଉତ୍ତର :- ଜନ୍ମ ଦିନର କେକ
କାହାକୁ ନ ଧରି ଭାଙ୍ଗି ହୁଏ ?
ଉତ୍ତର :- ପ୍ରତିଜ୍ଞା
କାହାକୁ ଆମେ ଖାଇଥାଉ କିନ୍ତୁ ଦେଖିପାରି ନଥାଉ ?
ଉତ୍ତର :- ରାଣ
ରାମଚନ୍ଦ୍ରଙ୍କ ବାପା ଦଶରଥ, ଆଉ କିଏ ଦଶରଥ ?
ଉତ୍ତର :- କଙ୍କଡା
ଏହା ଥିଲା ଆଜି ପାଇଁ ୧୦ ଗୋଟି ଚତୁର ପ୍ରଶ୍ନ, ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଜଣାଇବେ । ଯଦି ଭଲ ଲାଗେ ଆପଣଙ୍କ ସାଙ୍ଗ ମାନଙ୍କନ ସହ ଶେୟାର କରନ୍ତୁ ଓ ଆଗକୁ ଏହିଭଳି ମଜାଦାର ପ୍ରଶ୍ନ ଉତ୍ତର ଦେଖିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।