ତାହା କେଉଁ ଜିନିଷ ଯାହାକୁ କାଟିଲା ପରେ ଲୋକମାନେ…ସମ୍ପୁର୍ଣ୍ଣ ପ୍ରଶ୍ନ ଜାଣିବାକୁ ଭିତରେ ଦେଖନ୍ତୁ

ବନ୍ଧୁଗଣ  ଆଜି ରହିଛି ଆପଣ ମାନଙ୍କ ପାଇଁ କେତେ ଗୁଡିଏ ଚତୁର ପ୍ରଶ୍ନ । ଆଶା କରୁଛୁ ଲେଖାଟି ଆପଣଙ୍କୁ ଭଲ ଲାଗିବ । ତେବେ ଯେମିତିକି ଆପଣ ଜାଣିଛନ୍ତି ବର୍ତ୍ତମାନ ଘରେ ବସି ସମସ୍ତେ ବହୁତ ବିରକ୍ତ ହେଲେଣି । ପିଲା ମାନେ ମଧ୍ୟ କୁଆଡେ ବାହାରକୁ ଯାଇ ପାରୁ ନାହାନ୍ତି କି ସେମାନଙ୍କ ପାଠ ମଧ୍ୟ ଠିକ ସେ ପଢୁ ନାହାନ୍ତି । ତେବୀ ଏଭଳି ପରିସ୍ଥିତିରେ ବାପା ମା ମାନେ ମଧ୍ୟ ବ୍ୟସ୍ତ ହେଇ ପଡ଼ୁଛନ୍ତି, କିନ୍ତୁ ଚିନ୍ତା କରନ୍ତୁନୀ ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ମଜାଦାର ପ୍ରଶ୍ନ ଉତ୍ତର । ଯାହାକୁ ଆପଣ ନିଜ ପିଲା ମାନଙ୍କ ସହ ମିଶି ଖେଳି ପାରିବେ । ଏବଂ ଏହି ଖେଳରେ ଖେଳରେ ସେମାନଙ୍କୁ କିଛି ଶିଖାଇ ମଧ୍ୟ ପାରିବେ । ତେବେ ଚାଲନ୍ତୁ ଆରମ୍ଭ କରିବା ।

Image Courtesy: Google

ଯଦି ଆପଣଙ୍କୁ କୁହାଯାଏ ନିଜ ପାଖରେ ଥିବା ଟଙ୍କାକୁ ଖୁବ ଶୀଘ୍ର ଦୁଇଗୁଣ କରିଦିଅ ତେବେ ଆପଣ ସେଥିପାଇଁ ଏହାକୁ କେଉଁଠାରେ ରଖିବେ ?

ଉତ୍ତର :- ଦର୍ପଣ ଆଗରେ

ସେ କିଏ ଯାହାର ଚାରୋଟି ଗୋଡ ଥାଇ ମଧ୍ୟ ଚାଲି ପାରେ ନହିଁ  ?

ଉତ୍ତର :- ଟେବୁଲ

କେଉଁ ରାତି ବାସ୍ନା ହୁଏ ?

ଉତ୍ତର :- ଗୁଜୁରାତି

କାଳି ଗାଈ କାଳି ଘାସ ଖାଏ ବେକ ମୋଡିଦେଲେ, ଘରକୁ ଯାଏ । ତାହା କଣ ?

Image Courtesy: Google

ଉତ୍ତର :- ଖୁର

ତାହା କେଉଁ ଜିନିଷ ଯାହାକୁ ଆମେ ଖାଇବା ପାଇଁ କିଣୁ କିନ୍ତୁ ଖାଇ ନ ଥାଉ ?

ଉତ୍ତର :- ପ୍ଲେଟ ବା ଥାଳି

କିଏ ଚାଲିଥାଏ । ଥକି ପଡିଲେ ବେକ କାଟ ହୁଏ । ତା ପରେ ପୁଣି ଚାଲେ ?

ଉତ୍ତର :- ପେନସିଲ

ତାହା କେଉଁ ଜିନିଷ ଯାହାକୁ କାଟିଲା ପରେ ଲୋକମାନେ ଗୀତ ଗାଇବା ଆରମ୍ଭ କରନ୍ତି ?

ଉତ୍ତର :- ଜନ୍ମ ଦିନର କେକ

କାହାକୁ ନ ଧରି ଭାଙ୍ଗି ହୁଏ ?

ଉତ୍ତର :- ପ୍ରତିଜ୍ଞା

କାହାକୁ ଆମେ ଖାଇଥାଉ କିନ୍ତୁ ଦେଖିପାରି ନଥାଉ ?

ଉତ୍ତର :- ରାଣ

ରାମଚନ୍ଦ୍ରଙ୍କ ବାପା ଦଶରଥ, ଆଉ କିଏ ଦଶରଥ ?

ଉତ୍ତର :- କଙ୍କଡା

Image Courtesy: Google

ଏହା ଥିଲା ଆଜି ପାଇଁ ୧୦ ଗୋଟି ଚତୁର ପ୍ରଶ୍ନ, ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଜଣାଇବେ । ଯଦି ଭଲ ଲାଗେ ଆପଣଙ୍କ ସାଙ୍ଗ ମାନଙ୍କନ ସହ ଶେୟାର କରନ୍ତୁ ଓ ଆଗକୁ ଏହିଭଳି ମଜାଦାର ପ୍ରଶ୍ନ ଉତ୍ତର ଦେଖିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *