କଳା, ଫଟା ଓ ଅସୁନ୍ଦର ଓଠକୁ ଏହି ଉପାୟରେ ସବୁଦିନ ପାଇଁ ଗୋଲାପୀ ଓ ସୁନ୍ଦର ବନାନ୍ତୁ, Beauty tips

ସୁନ୍ଦର ଓଠ ଦ୍ଵାରା ମୁଖମଣ୍ଡଳର ସୁନ୍ଦରତା ଆହୁରି ଅଧିକ ସୁନ୍ଦର ଦେଖାଯାଇଥାଏ । ତେବେ ଅନେକ ଝିଅଙ୍କର ଓଠ କିନ୍ତୁ ବହୁତ ସମୟ ଫାଟିକି ରହିଥାଏ । ଓଠ ମଧ୍ୟ କଳା ପଡି ଅସୁନ୍ଦର ଦେଖାଯାଇଥାଏ । ତେବେ ଓଠ ଫାଟିବା କି କଳା ପଡିବା ପାଇଁ ଅନେକ କିଛି କାରଣ ରହିଥାଏ । ତେବେ ସେଥିମଧ୍ୟରୁ କିଛି ପ୍ରମୁଖ କାରଣ ହେଉଛି । ଯଦି ଜଣେ ଲୋକ ଶରୀରକୁ ଦରକାର ମୁତାବକ ସଠିକ ପରିମାଣର ପାଣି ପିଉନଥିବେ । ଏହାଛଡା ଓଠରେ ବହୁ ସମୟରେ ଚିପ୍ ବ୍ରାଣ୍ଡର ଲିପଷ୍ଟିକ ପ୍ରଡ଼କ୍ଟ ବ୍ୟବହାର କରୁଥିବେ ।

ତେବେ ଏଭଳି କିଛି କାରଣ ଯୋଗୁ ହିଁ ଓଠର ସୁନ୍ଦରତା ନଷ୍ଟ ହେବାକୁ ଲାଗିଥାଏ । ଓଠକୁ ପ୍ରାକୃତିକ ଭାବେ ଗୋଲାପୀ ଓ ସୁନ୍ଦର ବନାଇବା ପାଇଁ ଆଜି ବହୁତ ଭଲ ହୋମ ରେମିଡି ଆପଣଙ୍କୁ କହିବାକୁ ଯାଉଛୁ । ପ୍ରଥମେ ଓଠର ଏକ୍ସପୋଲିସେଶନ କରିବାକୁ ପଡିବ । ସେଥିପାଇଁ ଏକ ସଫ୍ଟ ଟୁଥ ବ୍ରଶ ଉପରେ ପ୍ରଥମେ କିଛି ମହୁ ରଖି ତାପରେ ସାମାନ୍ୟ କିଛି ଚିନୀ ରଖି ଓଠରେ ଲଗାଇ ଓଠକୁ ସ୍କ୍ରବ କରନ୍ତୁ । ଏଥିଦ୍ବାରା ଓଠର ସବୁ ଡେଡ୍ ସ୍କିନ ବାହାରିଆସିବ । ଏହାକୁ 2 ରୁ 3 ମିନିଟ କରିସାରିବା ପରେ ଓଠକୁ ପାଣିରେ ଧୋଇ ଦିଅନ୍ତୁ ।

ଓଠର ମଏଶ୍ଚରାଇଜେସନ ପାଇଁ ଏକ ରେମିଡି କହିବାକୁ ଯାଉଛୁ । ସେଥିପାଇଁ ଆପଣଙ୍କୁ ଏକ ବିଟ୍ ର ଆବଶ୍ୟକତା ପଡିବ । ତାପରେ ଆପଣ ସେହି ବିଟ୍ ରୁ ଅଳ୍ପ କାଟି ଦିଅନ୍ତୁ । ସେହି କଟା ବିଟ୍ ର ଚୋପାକୁ ଛଡାଇ ଦେଇ ତାହାକୁ ଛେଲି ଗ୍ରେଭ କରିଦିଅନ୍ତୁ । ତାହାର ରସକୁ ଏକ ପାତ୍ରରେ ଛଣା ସାହାଜ୍ଯରେ ଚୁପୁଡି ଛାଣି ଆଣନ୍ତୁ । ନଚେତ ବିଟ୍ କୁ ଗ୍ରାଇଣ୍ଡିଙ୍ଗ କରି ସେଥିରୁ ବିଟ୍ ରସ ବାହାର କରିପାରିବେ ।

ତାପରେ ସେହି ବିଟ୍ ରସରେ ଚିମୁଟାଏ ବେସନ, ଅଳ୍ପ ଆଲୋଭେରା ଜେଲ୍ ଓ 3 ରୁ 4 ବୁନ୍ଦା ଗ୍ଲିସେରିନ ସେଥିରେ ଆଡ୍ କରନ୍ତୁ । ତାପରେ ସେହି ସବୁକୁ ମିକ୍ସ କରି ନିଜ ଓଠରେ ଲଗାନ୍ତୁ । 2 ରୁ 3 ମିନିଟ ପର୍ଯ୍ୟନ୍ତ ଆଙ୍ଗୁଠି ସାହାଜ୍ଯରେ ଓଠରେ ତାହାକୁ ମସାଜ କରିସାରିବା ପରେ 5 ରୁ 6 ମିନିଟ ତାହାକୁ ରଖି ଓଠକୁ ପାଣିରେ ଭଲ ଭାବେ ଧୋଇ ଦେଇ କୌଣସି ଭଲ ଲୀପ ବାମ ଓଠରେ ଲଗାଇ ଦିଅନ୍ତୁ ।

ଏହି ଉପାୟକୁ ଆପଣ ଯଦି କିଛି ସପ୍ତାହ ପର୍ଯ୍ୟନ୍ତ ସପ୍ତାହକୁ ମାତ୍ର ଥରେ ଲେଖାଏଁ ମଧ୍ୟ କରିବେ । ତେବେ ବହୁତ ଶୀଘ୍ର ଆପଣଙ୍କ ଓଠର ସବୁ ଡେଡ୍ ସ୍କିନ ବାହାରିଯିବା ସହ ଓଠ ପ୍ରାକୃତିକ ଭାବେ ଗୋଲାପୀ ଓ ସୁନ୍ଦର ହୋଇଯିବ ।

ବନ୍ଧୁଗଣ ଆପଣ ମାନଙ୍କୁ ପୋଷ୍ଟଟି ପସନ୍ଦ ଆସିଥିଲେ । ପେଜକୁ ଗୋଟିଏ ଲାଇକ୍ ଓ ଶେୟାର ମଧ୍ୟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *