‘ତାରକ ମେହତାକା ଉଲ୍ଟା ଚଷମା’ ସିରିୟଲ କଳାକାର ମାନେ ଗୋଟେ ଏପିସୋଡ ପାଇଁ ନିଅନ୍ତି ଏତେ ଟଙ୍କା !!

ଆଜିକା ସମୟରେ ମଜାଳିଆ ସିରିଏଲ ବହୁତ ପ୍ରସିଦ୍ଧ ଅଛି କାହିଁକିନା ଲୋକ ଅଫିସ, ଓ ଅନ୍ୟ କାମରୁ ଆସିଲା ପରେ ମାଇଣ୍ଡ ଫ୍ରେସ କରିବା ପାଇଁ ମଜାଳିଆ ସିରିଏଲ ଦେଖିବା ପସନ୍ଦ କରନ୍ତି ଯାହା ଦ୍ଵାରା ତାଙ୍କ ଦିନ ସାରା ଥକାନ ଦୂର ହୋଇଥାଏ ଓ ତାଙ୍କୁ ଖୁସି ଅନୁଭବ ହୋଇଥାଏ, ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ସିରିଏଲ କଳାକାର ମାନଙ୍କ ଅସଲ ନା ଓ ଦରମା ବିଷୟରେ କହିବାକୁ ଯାଉଛୁ ଯିଏ ଲୋକଙ୍କୁ ବହୁତ ହସେଇଛନ୍ତି, ତାରକ ମେହତାକା ଉଲ୍ଟା ଚଷମା ସିରିଏଲ ।

Image Courtesy: Google

୧. ଅମିତ ଭଟ :

ଆପଣ ମାନେ ଅମିତ ଭଟ ବିଷୟରେ ଜାଣିଥିବେ ସେ ବାପାଙ୍କ ଅଭିନୟ କରନ୍ତି, ତାଙ୍କ ଅସଲ ନାମ ଅମିତ ଅଟେ, ତାଙ୍କର ଦୁଇଟି ଯାଁଆଳା ଛୁଆ ଅଛନ୍ତି, ତାଙ୍କ ଦରମା ପ୍ରତି ଦିନରେ ୩୫୦୦୦ ଅଟେ ଓ ସେ ମାସରେ ୨୧ ଦିନ କାମ କରନ୍ତି ।

୨. ଦିଲୀପ ଯୋଶୀ :

ଦିଲୀପ ଯୋଶୀ ତାରକ ମେହତାକା ଉଲ୍ଟା ଚଷମା ସିରିଏଲରେ ମୁଖ୍ୟ ଅଭିନେତା ଅଟନ୍ତି ଓ ତାଙ୍କ ଦରମା ପ୍ରତିଦିନରେ ୫୦୦୦୦ ଟଙ୍କା ଅଟେ ଓ ସେ ଗୋଟେ ମାସରେ ୨୫ ଦିନ କାମ କରନ୍ତି ।

Image Courtesy: Google

୩. ଦିଶା ଭାଖାନି :

ଆପଣଙ୍କୁ ତାରକ ମେହତାକା ଉଲ୍ଟା ଚଷମା ସିରିଏଲରେ ଦୟା ଭାବି ଅଭିନୟ କରୁଥିବା ଦିଶା ଭଖାନି ମନେ ଅଛନ୍ତି ଯିଏ ଏହି ସିରିଏଲ ମୁଖ୍ୟ ଅଭିନେତ୍ରୀ ଅଟନ୍ତି, ତାଙ୍କ ଦରମା ପ୍ରତି ଦିନ ୪୦୦୦୦ ଟଙ୍କା ଅଟେ ଓ ସେ ମାସରେ ୨୪ଦିନ କାମ କରନ୍ତି ।

୪. ଭଭ୍ୟା ଗାନ୍ଧି :

ଭଭ୍ୟା ଗାନ୍ଧି ଡବୁ ସେନା ଲିଡର ଅଛନ୍ତି ଓ ତାଙ୍କ ପ୍ରତି ଦିନ ଦରମା ୧୦୦୦୦ ଅଟେ ଓ ସେ ମାସରେ ୧୪ରୁ ୧୫ ଦିନ କାମ କରନ୍ତି ।

୫. ମନ୍ଦାର :

ମନ୍ଦାର ଏହି ସିରିଏଲରେ ଆତ୍ମାରାମ ଅଭିନୟ କରିବାର ଆପଣ ମାନେ ସମସ୍ତେ ଦେଖିବାକୁ ପାଇଥିବେ, ତେବେ ଆତ୍ମାରାମଙ୍କଦରମା ପ୍ରତି ଦିନରେ ୩୦୦୦୦ ଟଙ୍କା ଅଟେ ଓ ସେ ଗୋଟେ ମାସରେ ୨୪ ଦିନ କାମ କରନ୍ତି ।

୬. ସୋନାଲିକା ଯୋଶୀ :

ସୋନାଲିକା ଜୋଶୀ ପ୍ରତି ଦିନ ୨୫୦୦୦ ଟଙ୍କା ପାନ୍ତି ଓ ମାସରେ ୧୪ରୁ ୧୬ ଦିନ କାମ କରନ୍ତି । ସୋନାଳିକାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ।

୮. ଶୈଲେଶ :

ଶୈଲେଶ ନିଜ ଅଭିନୟ ପାଇଁ ବହୁତ ପ୍ରସିଦ୍ଧ ଅଟନ୍ତି ଓ ସେ ପ୍ରତିଦିନ ୩୨୦୦୦ ଟଙ୍କା ରୋଜଗାର କରନ୍ତି । ସେ ମାସରେ ୨୦ରୁ ୨୧ ଦିନ କାମ କରନ୍ତି ।

୯. ନେହା ମେହତା :

ତେବେ ନେହା ମେହତାଙ୍କ ଅଭିନୟ ଦେଖି ଆପଣ ନିଜ ହସ ଅଟକାଇ ପାରିବେ ନାହିଁ, ତେବେ ନେହାଙ୍କ ପ୍ରତିଦିନ ଦରମା ୨୫୦୦୦ଟଙ୍କା ଅଟେ ଓ ସେ ମାସରେ ୧୫ ଦିନ କାମ କରନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *