ଆଜି ଆମେ ଏହି ଲେଖାରେ ଜଣେ ମୁସ୍ଲିମ କୃଷ୍ଣ ଭକ୍ତଙ୍କ କଥା କହିବୁ । ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଓ ଆଖିରେ ଲୁହ ଆସିଯିବ। ଏହି କାହାଣୀ ର ଆରମ୍ଭ ଯସୋହର ଜିଲ୍ଲାର ଛୋଟ ଗାଁରୁ । ଯସୋହର ଜିଲ୍ଲାର ଛୋଟ ଗାଁ ବୁଡନରେ ଗୋଟିଏ ଗରିବ ମୁସ୍ଲିମ ପରିବାର ରହିଥିଲା ଓ ଏହି ମୁସ୍ଲିମ ପରିବାରରେ ହରିଦାସ ଖାନ ର ଜନ୍ମ ହୋଇଥିଲା । ହରିଦାସ ଛୋଟ ବେଳୁ ବହୁତ ଅଲଗା କିସମର ବାଳକ ଥିଲା ।
ହରିଦାସ ମୁହଁରୁ ପ୍ରାୟ ସବୁ ସମୟରେ କୃଷ୍ଣଙ୍କ ନାମ ବାହାରୁଥିଲା । ତାର ଘରେ ବହୁତ ଚିନ୍ତିତ ଥିଲେକି ଗୋଟେ ମୁସ୍ଲିମ ପରିବାରରେ ଜନ୍ମ ହୋଇ ସେ ସବୁବେଳେ କୃଷ୍ଣଙ୍କ ନାମ ଜପୁଚି । ହରିଦାସ ଯେବେ ବଡ ହେଲେ ଘର ଛାଡି କୃଷ୍ଣ ଭକ୍ତ ହେବା ପାଇଁ ଠିକ କଲେ । ସେ ଘରଛାଡି ଜଙ୍ଗଲକୁ ଯାଇ ଝୋପଡିରେ ରହିବାକୁ ଲାଗିଲେ ।
ତାଙ୍କୁ ଯିଏ ଯାହା କହିଲେ ମଧ୍ୟ ସେ କେବେ କ୍ରୋଧ କରନ୍ତି ନହିଁ । କ୍ଷମା କରିବା ତାଙ୍କର ଗୁଣ ଥିଲା । ସେ ତାଙ୍କର ମଧୁର ସ୍ଵରରେ ହରିଙ୍କ ଭଜନ କରୁଥିଲେ । ସେ ପତିଦିନ ତିନି ଲକ୍ଷ ଥର ହରିନାମ ଜପ କରୁଥିଲେ । ସେ ବହୁତ ଜୋରରେ ହରିନାମ ଜପ କରୁଥିଲେ ଦିନେ ତାଙ୍କୁ ପଚରା ଗଲାକି ଯୋର ଜପ କରିବାର କାରଣ କଣ ସେ କହିଥିଲେ କି ଏହାକୁ ଆଉ ଯିଏ ଶୁଣିବ ସେ ପାପ ମୁକ୍ତ ହୋଇଥାଏ । ଏହି କଥା ଶୁଣି ସେହି ଲୋକଟି ବହୁତ ସନ୍ତୁଷ୍ଟ ହୋଇଥିଲା । ବହୁତ ଲୋକ ତାଙ୍କର ଆଦର୍ଶ ମାନୁଥିଲେ ଓ ତାଙ୍କର ଖ୍ୟାତି ଧୀରେରେ ଧୀରେ ବଢିବାରେ ଲାଗିଲା ।
କେତେକ ଲୋକ ଥିଲେ ତାଙ୍କୁ ସହିପାରୁନଥିଲେ ତାଙ୍କ ମଧ୍ୟରୁ ଜଣେ ଥିଲେ ରାମଚନ୍ଦ୍ର ଖାକା ବୋଲି ଜଣେ ଜମିଦାର ଥିଲେ । ସେ ହରିଦାସର କୀର୍ତି ଓ ସାଧନକୁ ନଷ୍ଟ କରିବାକୁ ଚାହୁଁ ଥିଲେ । ସେ ଦିନେ କଣ କଲା ଗୋଟେ ବେସ୍ୟାକୁ ପଇସା ଦେଇ ହରିଦାସଙ୍କ ପାଖକୁ ପଠାଇଲା ଓ ବେଶ୍ୟାତ ଧନ ପାଇଁ ହିଁ କାମ କରେ । ବେଶ୍ୟା ରାତ୍ରିରେ ସୋଲା ଶିଂଗାର କରି ହରିଦାସଙ୍କ କୂଟୀରରେ ପହଞ୍ଚିଥିଲା । ସେତେବେଳେ ହରିଦାସ ଭଗବାନଙ୍କ ଆରାଧନାରେ ଲୀନ ଥିଲେ ସେ ବେଶ୍ୟାକୁ ଦେଖି ନାହାନ୍ତି । କିନ୍ତୁ ବେଶ୍ୟା ତାଙ୍କର ମନୋହର ରୂପ ଦେଖି ସେ ତାଙ୍କ ଉପରେ ଆସକ୍ତ ହୋଇଗଲା ।
ସେ ହରିଦାସକୁ ଦେଖି ପୁରା ନିର୍ବସ୍ତ୍ର ହୋଇଗଲା । ରାତିସାର ରହିକି ବହୁତ କୁଚେଷ୍ଟା କରିଥିଲା । ସେ ରାତିସାର ହରିଦାସଙ୍କ ସମାଧି ଭଙ୍ଗ କରିବାର ଚେଷ୍ଟା କରିଥିଲେ । କିନ୍ତୁ ସେ ପାରି ନଥିଲା ସକାଳ ହେଲା ପରେ ବସ୍ତ୍ର ପିନ୍ଧି ଯିବାକୁ ବାହାରି ଥିଲା । ସେତେବେଳେ ହରିଦାସ ଆଖି ଖୋଲିଥିଲେ ଓ ବେସ୍ୟାକୁ ଦେଖି କହିଥିଲେ ଦେବୀ କ୍ଷମା ମାଗୁଛି ସମାଧିସ୍ଥ କାରଣରୁ ମୁଁ ଆପଣଙ୍କ ସହିତ କଥା ହୋଇପାରିଲିନି । ହରିଦାସ ପଚାରିଲେ ଆପଣ କଣ ପାଇଁ ଆସିଥିଲେ । ବେଶ୍ୟା କିଛି ନକହି ହସିକରି ଚାଲି ଯାଇଥିଲା । ସେ ବେଶ୍ୟା ସେହି ଭଳି ତିନି ରାତି କୁଚେଷ୍ଟା କରିବା ପରେ ମଧ୍ୟ ତାର ଚେଷ୍ଟାରେ ସଫଳ ହୋଇନଥିଲା ।
ସାଧୁ କିଞ୍ଚିତ ମାତ୍ରାରେ ମଧ୍ୟ ତାଙ୍କ ତପସ୍ୟାରେ ଭଙ୍ଗ ହୋଇନଥିଲା । କିନ୍ତୁ ଲଗାତାର ହରିନାମ ଶୁଣିବା ଦ୍ଵାରା ବେଶ୍ୟାର ଅନ୍ତକରଣ ସୁଧୀ ହୋଇଥିଲା । ସେ ବେଶ୍ୟା ଚତୁର୍ଥ ଦିନ ମଧ୍ୟ ସେ ପ୍ରୟାସ କରି ବିଫଳ ହୋଇଥିଲା ତାପରେ ସେ ଜାଣିପାରିଥିଲା ଏହି ତପସ୍ଵୀ ଜଣକ ବହୁତ ଜ୍ଞାନୀ ଅଟନ୍ତି । ତାର ମନ ବଦଳି ଥିଲା ଓ କହିଥିଲା ତାଙ୍କୁ କୌଣସି ଅଲୌକିକ ଆନନ୍ଦରେ ରେ ଲିପ୍ତ ଅଛନ୍ତି ଯାହାକି ସଂସାରର ସବୁ ଜିନିଷ ତାକୁ ଫିକା ଲାଗୁଛି ତାପରେ ସେ ସାଧୁଙ୍କୁ କ୍ଷମା ମାଗିଥିଲେ ଓ ତାଙ୍କର ଶରଣ ନେଇଥିଲେ । ବେଶ୍ୟା ସାଧୁଙ୍କର ପଥ ଭ୍ରଷ୍ଟ କରିବାକୁ ଆସିଥିଲେ କିନ୍ତୁ ବେଶ୍ୟା ନିଜେ ସତ ମାର୍ଗରେ ଆସିଯାଇଥିଲା ।
ସେ ସାଧୁଙ୍କୁ କ୍ଷମା କରିବା ପାଇଁ ବିନତି କରିଥିଲେ । ବେଶ୍ୟା କହିଲା ହେ ପୂଣ୍ୟ ଆତ୍ମା ଏହି ପାପିନୀକୁ ଉଧାର କର ଓ ମୋତେ କ୍ଷମା କରି ଆପଣଙ୍କ ସରଣରେ ନିଅନ୍ତୁ । ବେଶ୍ୟାର ପ୍ରାୟଶ୍ଚିତ ଭଳି କଣ୍ଠରେ ସାଧୁ ଜଣକ ତାଙ୍କ ତପସ୍ୟା ଭଙ୍ଗ କରିଥିଲେ । ମାନବ ଜନ୍ମ ମୁକ୍ତିର ଏକ ମାତ୍ର ସାଧନ ଅଟେ । କେହି ତାକୁ ଭୋଗିକି ଜିତିଥାଏ ତ କେହି ଯୋଗ କରି ଜିତିଥାଏ । ଉଠ ଓ ନିଜ ହୃଦୟରେ ହରିନାମ ଧାରଣ କର । ବେଶ୍ୟାଟି ସତ୍ୟ ମନରେ ଭଗବାନଙ୍କର ସ୍ମରଣ କଲା । ତାକୁ ହରିଦାସ ଦିକ୍ଷା ଦେଲେ ଓ ତପସ୍ଵିନୀ ବନେଇଥିଲେ ।