ଏହି ୮ ଟି ପ୍ରାଣୀଙ୍କଠୁ ରୁହନ୍ତୁ ଦୂରେଇ, ଅନ୍ୟକୁ ଦେଇଥାନ୍ତି ସର୍ବଦା ଦୁଃଖ- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ଭାରତର ମହାନ ରାଜନୀତିଜ୍ଞ ଓ ଅର୍ଥାଶାସ୍ତ୍ରୀ ରୂପରେ ଜଣା ଅଛନ୍ତି । ଚାଣକ୍ୟଙ୍କ ଭିଆରେ ଜନମରୁ ନେତୃତ୍ଵର ଗୁଣ ଥିଲା ଓ ସେ ନିଜ ସାଥିର ଲୋକମାନଙ୍କ ଠାରୁ ବହୁତ ବୁଦ୍ଧିମାନ ଓ ଲଜିକାଲ ଥିଲେ । ଚାଣକ୍ୟ ସତ୍ୟ କହିବାରେ କେବେ ପଛ ଘୁଞ୍ଚା ଦେଉନଥିଲେ ।

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ‘ ଚାଣକ୍ୟ ନୀତି ‘ ରେ ଜୀବନ ସହିତ ଜଡିତ ସବୁ ଜିନିଷର ଆଲୋଚନା କରାଯାଇଛି । ତାଙ୍କର ୧୭ ଅଧ୍ୟାୟରେ ଗୋଟେ ଶ୍ଳୋକରେ ଆଠ ପ୍ରକାର ଲୋକଙ୍କୁ ଅନ୍ୟକୁ ଅସୁବିଧାରେ ପକାଇଥାନ୍ତି ବୋଲି କହିଛନ୍ତି ।

Image Courtesy: Google

ରାଜା ୱେଶ୍ଯା ଯମୋ ହ୍ଯଗ୍ନିସ୍ତକରୋ ବାଲଯାଚକୋ।

ପର ଦୁ:ଖଂ ନ ଜାନନ୍ତି ଅଷ୍ଟମୋ ଗ୍ରାମକଂଟକା:।।

ରାଜା,  ବେଶ୍ୟା, ୟମ, ଅଗ୍ନି, ତସ୍କର, ବାଳକ, ଯାଚକ, ଓ ଗ୍ରାମ କଣ୍ଟକ ଏହି ଆଠଟି ପ୍ରାଣୀଙ୍କୁ ବର୍ଣନା କରି ଚାଣକ୍ୟ କହିଛନ୍ତି ଏହି ଆଠଟି ପ୍ରାଣୀ ଅନ୍ୟକୁ ଦୁଃଖ ଓ ସନ୍ତାପକୁ ବୁଝନ୍ତି ନହିଁ । ଏମାନଙ୍କ ପ୍ରବୃତି ନିଜ ମନ ଇଛରେ କାମ କରିଥାନ୍ତି । ଏଥିପାଇଁ ମଣିଷକୁ ଏମାନଙ୍କଠୁ ଦୟା ଆସା କରିବା ବୃଥା ।

Image Courtesy: Google

ଅଧ: ପଶ୍ଯସି କିଂ ବାଲେ! ପତିତଂ ତୱ କିଂ ଭୁୱି।

ରେ ରେ ମୂର୍ଖ! ନ ଜାନାସି ଗତଂ ତାରୁଣ୍ଯମୌକିତ୍କମ୍।।

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତିକି ମଣିଷକୁ କେବେ ଅସହାୟ ଏବଂ ପୀଡିତ ବ୍ଯକ୍ତିର ଉପହାସ କରିବା ଉଚିତ ନୁହେଁ । କିନ୍ତୁ ଏହି ସ୍ଥିତି ତା ସହିତବି ଘଟିପାରେ । ଏହି କଥାକୁ ଉପଯୁକ୍ତ ଶ୍ଳୋକ ଦ୍ଵାରା ଚାଣକ୍ୟ ସ୍ପଷ୍ଟ କରିଛନ୍ତି । ଗୋଟେ ଉଦଣ୍ଡ ଯୁବକ ବୁଢାଟିକୁ ପଚାରିଲା କି ତମେ ତଳେ କଣ ଖୋଜୁଛ ।

ତାର ଥଟା କରିବାର ସ୍ଵର ଦେଖି ବୁଢାଟିଆ କହିଲା ବୁଢାପା କାରଣରୁ ମୋର ଯୌବନର ରୂପୀ ମୋତି ତଳେ ପଡିଯାଇଛି, ମୁଁ ତାକୁ ହିଁ ଖୋଜୁଛି । ଏହି କଥାରେ ଚାଣକ୍ୟ କହିଛନ୍ତିକି ମଣିଷକୁ ଗୋଟେ ଦିନ ବୃଦ୍ଧାବସ୍ତା ଦେଇ ଗତିକରିବାକୁ ପଡିବ । ସେଥିଲାଗି ଆଉ କାହାର ମଜାକ ଉଡେଇବା ପୂର୍ବରୁ ଏହି ପ୍ରବୃତି ଉପରେ କଣ୍ଟ୍ରୋଲ ରଖନ୍ତୁ ।

Image Courtesy: Google

ଏହିକଥାକୁ ଧ୍ୟାନରେ ରଖି କେବେ କାହାକୁ ଉପହାସ କରିବେ ନହିଁ । ଆଜି ତାଙ୍କର ସମୟ ଚାଲିଛି କଲି ଆମେବୀ ସେଇ ଜାଗାରେ ଦିନେ ପହଞ୍ଚିବା । ସେଥିପାଇଁ ସବୁବେଳେ ବୁଝି ବିଚାରୀ କାମ କରିବା ବୁଦ୍ଧିମାନର ଲକ୍ଷଣ  । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *