ମଣିଷ କେଉଁ ନା କେଉଁ ତାରିଖରେ ଜନ୍ମ ହୋଇଥାଏ, ତେବେ ଏହି ଅଙ୍କ ତା ଜୀବନ ବହୁତ ମୂଲ୍ୟବାନ ଅଙ୍କ ହୋଇଥାଏ, ଏହି ଅଙ୍କ ଦ୍ଵାରା ଜଣା ପଡିଥାଏ ଯେ ସେହି ଛୁଆ ବଡ ହୋଇ କେଉଁ ସ୍ଵଭାବର ହୋଇବ ଓ ଅଙ୍କ ଶାସ୍ତ୍ର ଅନୁଯାଇ ଯେଉଁ ଅଙ୍କରେ ଆପଣ ଜନ୍ମ ହୋଇଥାନ୍ତି ତାହାକୁ ମୂଳଅଙ୍କ କୁହା ଯାଇଥାଏ ।
ତେବେ କେବଳ ଅଙ୍କ ଶାସ୍ତ୍ର ନୁହ ଅନ୍ୟ ବିଜ୍ଞାନରେ ମଧ୍ୟ ଜନ୍ମ ତାରିଖ ଦ୍ଵାରା ବ୍ୟକ୍ତି ବିଶେଷତା ଜଣା ପଡିଥାଏ ବୋଲି କୁହା ଯାଇଛି । ଆଜି ଆମେ ଆପଣଙ୍କୁ ଆପଣଙ୍କ ଜନ୍ମ ତାରିଖ ଅନୁଯାଇ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଜାଣିବାକୁ ଆପଣ ମଧ୍ୟ ଇଛା ରଖନ୍ତି, ଆପଣଙ୍କ ବୈବାହିକ ଜୀବନ କେମିତିକା ଅଟେ, ଆପଣଙ୍କ ଜୀବନରେ ଭଲ ପାଇବା କେମିତି ଆସିବ ଓ ଆପଣ ନିଜ ପାର୍ଟନର ସହ କେମିତିକା ବ୍ୟବହାର କରିବେ ସବୁ କଥା ।

୧. ଯଦି ଆପଣଙ୍କ ଜନ୍ମ ତାରିଖ ୧, ୧୦, ୨୮ ଅଟେ ତେବେ ଆପଣ ନିଜ ପାର୍ଟନରକୁ ନିୟନ୍ତ୍ରଣରେ ରଖିବା ବ୍ୟକ୍ତି ଅଟନ୍ତି, ଆପଣଙ୍କୁ ସବୁ କାମ ଓ ଜିନିଷ ନିଜ ଅନୁଯାଇ ଆବଶ୍ୟକ ଅଟେ ।
୨. ଯଦି ଆପଣ ମୂଳଅଙ୍କ ୨,୧୧,୨୦,୨୯ ରେ ଜନ୍ମ ହୋଇଛନ୍ତି, ତେବେ ଆପଣ ବହୁତ ଭାଉକ ବ୍ୟକ୍ତି ଅଟନ୍ତି, ଆପଣଙ୍କୁ ଅନ୍ୟ ଲୋକଙ୍କ ସହ କଥା ହବା ପାଇଁ କିଛି ଅଜବ ଲାଗିଥାଏ କାହିଁକିନା ଆପଣଙ୍କୁ ମୁଡ ବହୁତ ଶୀଘ୍ର ପରିବର୍ତନ ହୋଇଥାଏ ଯାହା ଦ୍ଵାରା ଆପଣ ନିଜକୁ ବା ପର ଲୋକଙ୍କୁ ଭୁଲ ବୁଝିଥାନ୍ତି ।

୩. ଯଦି ଆପଣ ମୂଳଅଙ୍କ ୩,୧୨,୨୧,୩୦ରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କ ଗ୍ରହ ବୃହସ୍ପତି ଅଟନ୍ତି ଯାହା ବହୁତ ଗମ୍ଭୀର ଗ୍ରହ ଅଟନ୍ତି, ଏହି ମୂଳଅଙ୍କ ବ୍ୟକ୍ତି ମାନେ ନିଜକୁ ବହୁତ ପରଫେକ୍ଟ ମାଣନ୍ତି ଓ ନିଜ ପରି ପାର୍ଟନର ପାଇବା ପାଇଁ ଇଛା କରନ୍ତି।
୪. ଯଦି ଆପଣଙ୍କ ଜନ୍ମ ମୂଳଅଙ୍କ ୪ ଅନୁଯାଇ ହୋଇଛି ତେବେ ଆପଣଙ୍କ ଗ୍ରହ ରାହୁ ଅଟନ୍ତି, ତେବେ ୪,୧୩,୨୨,୩୧ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ଜୀବନରେ ଭଲ ପାଇବା ବହୁତ କମ ପାଇଥାଏ କିନ୍ତୁ କାହା ଭଲ ପାଇବା ପାଇଁ କିଛି ବି କରିବା ପାଇଁ ରାଜି ହୋଇଥାନ୍ତି । ଏହି ଭଳି ବ୍ୟକ୍ତି ବହୁତ ଆତ୍ମସମ୍ମାନ ଦେଖନ୍ତି ।

୫. ଯଦି ଆପଣଙ୍କ ଜନ୍ମ ୫,୧୪,୨୩ରେ ହୋଇଛି ତେବେ ଆପଣ ନିଜ ଜୀବନରେ ଅନ୍ୟ ମାନଙ୍କ ପାଇଁ ବହୁତ ଚିନ୍ତା କରନ୍ତି କିନ୍ତୁ ବହୁତ କମ ଏମିତି ଲୋକ ଅଛନ୍ତି ଯିଏ ଆପଣଙ୍କ ବିଷୟରେ ଚିନ୍ତା କରନ୍ତି ।

୬. ଯଦି ଆପଣ ମୂଳଅଙ୍କ ୬,୧୫,୨୪ ତାରିଖ ଅଟେ ତେବେ ଆପଣଙ୍କ ଗ୍ରହ ଶୁକ୍ର ଅଟେ ଆପଣଙ୍କୁ ନିଜ ସ୍ଵପ୍ନର ଜୀବନସାଥୀ ମିଳିଥାଏ ଓ ଆପଣ ପ୍ରେମ ଓ ବୈବାହିକ ଜୀବନ ଦୁଇଟି ସମ୍ପୂର୍ଣ ଭାବରେ ସଫଳ ହୋଇଥାଏ ।
୭. ଯଦି ଆପଣଙ୍କ ମୂଳଅଙ୍କ ୭,୧୬,୨୫ ତାରିଖ ଅଟେ ତେବେ ଆପଣ ନିଜ ପାର୍ଟନର ସହ ଭାବନାତ୍ମକ ଭାବରେ ଯୋଡି ନ ହୋଇ ପାରିଲେ ତାଙ୍କୁ ଛାଡିବା ପାଇଁ ଟିକେ ବି ଖରାପ ଅନୁଭବ କରନ୍ତି ନାହିଁ । ଆପଣଙ୍କ ଜୀବନରେ ସୁଖ ସେତେବେଳେ ଆସିବ ଯେତେବେଳେ ଆପଣ ଭଲ ପାଇବାର ଅସଲ କଥା ବୁଝି ପାରିବେ ।

୮. ଯଦି ଆପଣ ମୂଳଅଙ୍କ ୮,୧୭,୨୬ତାରିଖରେ ଜନ୍ମ ହୋଇଛନ୍ତି ତେବେ ଏହି ଭଳି ବ୍ୟକ୍ତି ଜମା ବି ରୋମାନ୍ଟିକ ହୋଇ ନଥାନ୍ତି କାହିଁକିନା ଏହି ଭଳି ବ୍ୟକ୍ତି ସବୁ କଥା ନିଷ୍ପତ୍ତି ବୁଦ୍ଧି ଦ୍ଵାରା କରନ୍ତି ଓ ମନ ଦ୍ଵାରା ନୁହଁ ।
୯. ଯଦି ଆପଣ ମୂଳଅଙ୍କ ୯, ୧୮, ୨୭ ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କ ସପପନ ସତ ହବ କିନ୍ତୁ ତା ପାଇଁ ଆପଣଙ୍କୁ ନିଜ ଜୀବନ ସବୁ ଖରାପ ଗୁଣ ତ୍ୟାଗ କରିବାକୁ ହବ ଆପଣଙ୍କୁ ଭଲ ମଣିଷ ହବାକୁ ପଡିବ ଆପଣଙ୍କୁ ପ୍ରେମ ପରିଭାଷା ବୁଝିବାକୁ ହବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।