କଣ ଆପଣ କେବେ ବ୍ରହ୍ମ ମୁହୂର୍ତରେ ଉଠି ଛନ୍ତି, ଯଦି ଉଠିଛନ୍ତି ତେବେ ଆମେ ଯାହା କହିବାକୁ ଯାଉଛୁ ତାକୁ ଜାଣି ପାରିବେ କିନ୍ତୁ ଯଦି ଉଠି ନାହାନ୍ତି ତେବେ ଆଜି ଉଠିକି ଦେଖନ୍ତୁ । ଯେତେବେଳେ ସନ୍ଧ୍ୟା ହୋଇଥାଏ ସେହି ସମୟରେ ଅନ୍ଧାର ବଢିବାକୁ ଲାଗିଥାଏ କିନ୍ତୁ କଣ ଆପଣ କେବେ ଦେଖିଛନ୍ତି ବ୍ରହ୍ମ ମୁହୂର୍ତରେ ରାତି ସବୁଠାରୁ ଅଧିକ କଳା ଓ ଅନ୍ଧାର ହୋଇଥାଏ ।
ତେବେ ଏହି ଅନ୍ଧାର କୁ ଦୂରେଇବା ପାଇଁ ସୂର୍ଯ୍ୟ ଦେବ ଊଇଁ ଥାନ୍ତି, ଠିକ ସେମିତି ଜୀବନରେ ଯେତେବେଳେ ସମସ୍ଯା ତା ଚରମ ସୀମା ଉପରେ ଥାଏ ସେହି ସମୟରେ ଯେଉଁ ମଣିଷ ତାକୁ ସମ୍ଭାଳି ଥାଏ ସେ ଜୀବନରେ ସଫଳତା ପାଇଥାଏ ଓ ଯିଏ ଡଋଯାଇଥାଏ ସେ ତା ଜୀବନରେ କିଛି କରି ପାରେ ନାହିଁ ।

ଆପଣ ମାନେ ପ୍ରାୟତଃ ଦେଖିବାକୁ ପାଇଥିବେ ଯେ ଯେଉଁ କିଛି ଗଛ ସାମାନ୍ଯ ଜୋରେ ପବନ ହେଲେ ମଧ୍ୟ ଗଡି ପଡନ୍ତି କିନ୍ତୁ କିଛି ଗଛ ଏମିତି ହୋଇଥାନ୍ତି ଯାହା ଝଡ ବାତିୟାରେ ମଧ୍ୟ ଠିଆ ହୋଇଥାନ୍ତି । ତେବେ ଏହାର କାରଣ କଣ ଆପଣ ଜାଣିଛନ୍ତି, ଏହାର କାରଣ ତାଙ୍କ ଜଡ ହୋଇଥାଏ ଯାହା ଜଡ ଯେତେ ମଜବୁତ ହୋଇଥାଏ ଓ ମାଟି ଧରିଥାଏ ସେହି ଗଛ ସେତେ ଦିନ ଠିଆ ହୋଇଥାଏ ।

ତେବେ ମଣିଷ ପାଇଁ ଜଡ କାମ ତାଙ୍କ ପରିବାର ଲୋକ ହୋଇଥାନ୍ତି, ଛୁଆ ଯେମିତିକା ସଂସ୍କାର ପାଇଥାଏ ସେ ବଡ ହେଲା ପରେ ନିଜ ଜୀବନରେ ସମ୍ପର୍କ ଓ ଧନକୁ ସେହି ଭଳି ସମ୍ମାନ ଦେଇଥାଏ । ତେବେ କେହି ସଫାଳ ହବ ବା ନାହିଁ ତାହା ତାଙ୍କ ପରିଶ୍ରମ ଉପରେ ନିର୍ଭର କରିଥାଏ । ସମସ୍ତେ ନିଜ ଶତ୍ରୁକୁ ସମାପ୍ତ କରିବା ପାଇଁ ଇଛା କରନ୍ତି ଓ କେହି ନିଜ ଶତ୍ରୁକୁ ସୁଖୀ ଦେଖି ପାରନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବୁ ଯାହା ଦ୍ଵାରା ଆପଣ ଚାହିଁଲେ ଆପଣଙ୍କ ସବୁ ଶତ୍ରୁ ସମାପ୍ତ ହୋଇଯିବେ ।

କେମିତି ? ଆପଣ ନିଜ ସବୁ ଶତ୍ରୁମାନଙ୍କ ସହ ମିତ୍ରତା କରନ୍ତୁ ଆପପଣଙ୍କ ସବୁ ଶତ୍ରୁ ମିଟର ହେଲା ପରେ କେହି ଆପଣଙ୍କ ଶତ୍ରୁ ରହିବେ ନାହିଁ । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଅନ୍ଧକାର ମିଟେଇବା ପାଇଁ ପ୍ରକାଶ ଶସ୍ତ୍ର ଉଠେଇବାକୁ ପଡିଥାଏ କାହିଁକିନା ଅନ୍ଧକାରକୁ ଅନ୍ଧକାର ନୁହ ପ୍ରକାଶ ହରାଇଥାଏ, ଅନ୍ୟାୟକୁ ନ୍ୟାୟ ଦ୍ଵାରା ଜିତିବା ଉଚିତ ଓ କ୍ରୋଧକୁ କ୍ରୋଧ ଦ୍ଵାରା ନୁହ କ୍ଷମା ଦ୍ଵାରା ଜିତିବା ଉଚିତ ।

ତେବେ ଗରମ ଲୁହାକୁ ଥଣ୍ଡା ଲୁହା ଭାଙ୍ଗିଥାଏ ଏହା ଆପଣ ମଧ୍ୟ ଜାଣିଛନ୍ତି ସେଥିପାଇଁ କୌଣସି ନିଷ୍ପତ୍ତି ଭାବି ଚିନ୍ତି କରିବା ଉଚିତ କାହିଁକିନା ଆପଣଙ୍କ ଗୋଟେ ନିଷ୍ପତ୍ତି ଆପଣଙ୍କ ଜୀବନ ବଦଳି ପାରେ । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
