ନବରାତ୍ରି ପାଇଁ ଲୋକେ ବର୍ଷ ସାରା ଅପେକ୍ଷା କରନ୍ତି, କାହିଁକିନା ମାଙ୍କ ପୂଜା ବହୁତ ଧୂମ ଧାମ ସହ ହୋଇଥାଏ । ଏହି ସମୟରେ ୯ ଦିନ ପର୍ଯ୍ୟନ୍ତ ମାଙ୍କ ପଣ୍ଡାଲରେ ପୂଜା କରା ଯାଇଥାଏ ଓ ଦଶମୀ ପରେ ମାଙ୍କ ଭସାଣି କରା ଯାଇଥାଏ ।
ଏହି ୯ ଦିନ ପୂଜା ସମୟରେ ଲୋକେ ନିଜ ଦୁଃଖ କଷ୍ଟ ଓ ମାନସିକ ମାଙ୍କୁ କୁହନ୍ତି ଓ ଆରତୀ, ପୂଜା ସହ ମାଙ୍କ ଆରାଧନା କରନ୍ତି । ତେବେ କିଛି ଲୋକଙ୍କୁ ଏହା ଜଣା ନଥାଏ ଯେ ଦୂର୍ଗା ପୂଜା ସମୟରେ କେମିତି କଣ କରିବା ଉଚିତ ଯାହା ଦ୍ଵାରା ତାଙ୍କ ମନୋକାମନା ପୂର୍ଣ ହବ ବା ମା ତାଙ୍କ ଉପରେ କ୍ରୋଧିତ ହୋଇବେ ନାହିଁ ।
୧. ପ୍ରତିଦିନ ମନ୍ଦିର ଦର୍ଶନ ପାଇଁ ଯିବା ଉଚିତ, ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ କିଛି ସମୟ ବାହାର କରି ମନ୍ଦିର ଯାନ୍ତୁ ଦେଖିବେ ଆପଣଙ୍କ ମନ ଶାନ୍ତି ଓ ସୁଖ ପ୍ରାପ୍ତ କରିଥାଏ । ତେବେ ନବରାତ୍ରି ସମୟରେ ମନ୍ଦିର ଭିଡ ରହି ପାରେ ତେବେ ନିଜ ସ୍ୱାସ୍ଥ୍ୟ ଧ୍ୟାନରେ ରଖି ସାମାଜିକ ଦୂରତା ରଖନ୍ତୁ । ନବରାତ୍ରି ରେ ଲୋକଙ୍କୁ ମନ୍ଦିର ଯିବା ଉଚିତ ଅଟେ ।
୨. ଶାସ୍ତ୍ର ଅନୁଯାଇ ନବରାତ୍ରି ୯ ଦିନ ପର୍ଯ୍ୟନ୍ତ ମାଙ୍କୁ ସଫା ଜଳ ଅର୍ପଣ କରନ୍ତୁ, ଦେଖିବେ ଆପଣଙ୍କ ମନୋକାମନା ବହୁତ ଶୀଘ୍ର ପୂର୍ଣ ହବ, କିନ୍ତୁ ମନରେ କାହା ପ୍ରତି ଦୁର୍ଭାବନା ରଖନ୍ତୁ ନାହିଁ । ତେବେ ମାଙ୍କୁ କୌଣସି ବଡ ମୂଲ୍ଯବାନ ଜିନିଷ ଦ୍ଵାରା କେହି ଖୁସି କରି ପାରନ୍ତି ନାହିଁ ମାଙ୍କୁ ଶ୍ରଦ୍ଧାପୂର୍ଣ ବ୍ୟକ୍ତି ଖୁସି କରି ପାରନ୍ତି ।
୩. ନବରାତ୍ରି ସମୟରେ ପ୍ରାୟତଃ ସମୟରେ ଖାଲି ଗୋଡ ରୁହନ୍ତୁ ଚପଲ ଯେତେ କମ ବ୍ୟବହାର କରନ୍ତୁ, ଏହା ଛଡା ସବୁ ଦିନ ସଫା କପଡା ପିନ୍ଧନ୍ତୁ ଏହାର ଅର୍ଥ ସବୁ ଦିନ ସ୍ନାନ କରନ୍ତୁ ନଚେତ ପୂଜାରେ ବସନ୍ତୁ ନହିଁ ।
୪. ନବରାତ୍ରି ୯ ଦିନ ଓପାସ କରନ୍ତୁ ଯଦି ଆପଣ ୯ ଦିନ ଉପବାସ କରି ପାରିବେ ନାହିଁ ତେବେ ଦୁଇ ଦିନ ନିଶ୍ଚିନ୍ତ କରନ୍ତୁ ଆରମ୍ଭ ସମୟରେ ଓ ସମାପ୍ତି ସମୟରେ ଦୁଇଟି କଲେ ମଧ୍ୟ ଭଲ ଅଟେ । ତେବେ ବୈଜ୍ଞାନିକ ମାନେ ମଧ୍ୟ ଏହାକୁ ମାଣିଛନ୍ତି ଯେ ଉପବାସ କରିବା ଭଲ ଅଟେ ଏହା ଦ୍ଵାରା ଶରୀର ସବୁ ଅସନା ବାହାରିଥାଏ ଓ ଶରୀର ସୁଧ ହୋଇଥାଏ ।
୫. ଯଦି ଆପଣଙ୍କ ଘରେ ବା ପଣ୍ଡାଲରେ ମାତାଙ୍କ ପୂଜା ହେଉଛି ତେବେ ମାଙ୍କ ଶିଙ୍ଗାର କରିବା ଉତ୍ତମ ହୋଇଥାଏ, ଫୁଲ ମାଳ, ସିନ୍ଦୁର ଇତ୍ୟାଦି ଦ୍ଵାରା ମାତାଙ୍କ ଶିଙ୍ଗାର କରିବା ପରେ କୌଣସି ବ୍ରାହ୍ମଣ ଦ୍ଵାରା ପୂଜା କରାଇବା ଉତ୍ତମ ହୋଇଥାଏ ।