ଏମିତି ଝିଅ ମିଳିଲେ ତୁରନ୍ତ ବାହା ହୋଇଯାଅନ୍ତୁ- Chanakya Niti

ଚାଣକ୍ୟ ଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ହେଉଛି ଚାଣକ୍ୟ ନୀତି । ଯେଉଁଥିରେ ଜୀବନକୁ ସୁଖମୟ ଓ ସଫଳ କରିବା ପାଇଁ ଉପଯୋଗୀ ପନ୍ଥା ଦିଆଯାଇଛି । ଏହି ଗ୍ରନ୍ଥ ରେ ମାନବ ସମାଜ କୁ ଉଚିତ ଶିକ୍ଷା ଦେବାର ମୂଳମନ୍ତ୍ର ରହିଛି । ଚାଣକ୍ୟ ତାଙ୍କ ବୁଦ୍ଧି ଦ୍ଵାରା ଚନ୍ଦ୍ରଗୁପ୍ତ ମୋର୍ଯ ଙ୍କୁ ରାଜା ବନାଇଥିଲେ ।  

ବନ୍ଧୁଗଣ ଏମିତି ରେ ତ ବାହାଘର କୁ ନେଇ ସମସ୍ତେ ପ୍ରାୟ ଚିନ୍ତିତ ରୁହନ୍ତି । ମୁଖ୍ୟତଃ ପୁଅ ମାନେ ଅସୁବିଧା ବା ଦୁବିଦ୍ଧା ରେ ପଡିଯାନ୍ତି । ସେମାନେ ଭାବନ୍ତି କି ଯାହା ସହ ତାଙ୍କ ର ବିବାହ ହେବାକୁ ଯାଉଛି ସେ ଝିଅ କେମିତି ହୋଇଥିବା? ଓ ଜୀବନ ସାରା ଖୁସି ରେ ରହିପାରିବେ କି ନାହିନ, ଏମିତି ବହୁତ କିଛି ଚିନ୍ତା ଆସିଥାଏ ।

ବିବାହ ସମୟ ରେ ଏହି ପ୍ରକାର ର ପ୍ରଶ୍ନ ଆମ ଚିନ୍ତା କୁ ବଢାଇ ଦେଇଥାଏ ।  ଶାସ୍ତ୍ର ରେ ବା ଚାଣକ୍ୟ ନୀତି ରେ କୁହାଯାଇଛି ସିଦ୍ଧ ବ୍ୟକ୍ତି ସହ ବିବାହ ହେବା ଉଚିତ । ନଚେତ ଜୀବନ ସାରା ଅନେକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡିବ । ଶାସ୍ତ୍ର ଅନୁସାରେ ଏକ ନାରୀ ଭିତରେ କେଉଁ କେଉଁ ଗୁଣ ରହିବା ଦରକାର ସେଇ ବିଷୟ ରେ ଆସନ୍ତୁ ଆଲୋଚନା କରିବା ।

1) ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯଦି କୌଣସି ନାରୀ କାମ କାର୍ଯ୍ୟ ରେ ଠିକ ହୋଇନଥାଏ କିନ୍ତୁ ସେ ପରିବାର ର ସମସ୍ତ ଦାୟିତ୍ଵ ତୁଲାଇବାର ସକ୍ଷମ । ତେବେ ସେହି ନାରୀ ପରିବାର ର ସମ୍ମାନ ବଢାଇଥାନ୍ତି । 

2) ବିବାହ ପାଇଁ ନାରୀ ମଧ୍ୟ ରେ ଗୋଟେ ଗୁଣ ରହିବା ନିହାତି ଆବଶ୍ୟକ । ସେ ପରିବାର ର ବଡ ଓ ସାନ ବ୍ୟକ୍ତି ମାନଙ୍କୁ ସମ୍ମାନ ଦେବା ଜାଣିଥିଲେ ସେ ଭଳି ଗୁଣ ଥିବା ନାରୀ ମାନେ ପରିବାର କୁ ଶୃଙ୍ଖଳିତ ରଖିଥାନ୍ତି ।  

3) ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ନାରୀ ସଂସ୍କୃତି ଓ ପରମ୍ପରା କୁ ପାଳନ କରିଥାଏ ସେ ଭଳି ନାରୀ ବିବାହ ପାଇଁ ଶ୍ରେଷ୍ଠ ବୋଲି ପରିଚିତ ହୁଏ । ସେହି ଭଳି ପତ୍ନୀ ପତି ପାଇଁ ସୌଭାଗ୍ୟଶାଳୀ ଅଟେ । ସେ ପୂଜାପାଠ ରୁ ଦେବାଦେବୀ ଙ୍କର ଆଶିଷ ପ୍ରାପ୍ତ କରିଥାଏ । ଯାହା ଦ୍ଵାରା ଘର ର ସମୃଦ୍ଧି ବଢିଥାଏ ।

 

4) ଯେଉଁ ସ୍ତ୍ରୀ ପାଖରେ ସଞ୍ଚୟ କରିବା ର ସକ୍ଷମତା ଥାଏ ସେହି ଭଳି ସ୍ତ୍ରୀ ପରିବାର ପାଇଁ ଶୁଭ ଅଟେ । ସେହି ନାରୀ ପରିବାର କୁ ଆର୍ଥିକ ଅବସ୍ତା ରେ ଦୃଢ କରିଥାଏ । ସେହି ଭଳି ନାରୀ ପରିବାର ର ବହୁତ ଶୁଭ ଅଟନ୍ତି । ଏହି ନାରୀ କୁ ଲକ୍ଷ୍ମୀ ପ୍ରତିମା କୁହଯାଏ ।

5)ଯେଉଁ ନାରୀ ର କଥା ମିଠା ଓ ଯାହା ର କଥା ଶୁଣିଲେ ମନ କୁ ତୃପ୍ତି ମିଳିଥାଏ ସେହି ଭଳି ନାରୀ ବିବାହ ପାଇଁ ଶ୍ରେଷ୍ଠ ବୋଲି ବିବେଚିତ ହୁଅନ୍ତି ।  

6) ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ନାରୀ ଭଲ ମାର୍ଗ ଦର୍ଶିକା ଓ ଅସୁବିଧା ବେଳେ ନିଜ ସ୍ଵାମୀ କୁ ଭଲ ମାର୍ଗ ଦେଖାଇଥାଏ ସେହି ଭଳି ନାରୀ କୁ ବିବାହ କରିବା ଦ୍ଵାରା ପୁରୁଷ ର ବୋଝ କମିଥାଏ ।

7) ଯେଉଁ ନାରୀ ନିଜ ଭାଇଭଉଣୀ ଙ୍କ ର ଠିକ ରୂପ ରେ ଧ୍ୟାନ ରଖିଥାଏ ଓ ସେ ପରିବାର ର ସମସ୍ତ ଙ୍କ ର ଧ୍ୟାନ ରଖିଥାଏ ଓ ପରିବାର ର ସମ୍ପର୍କୀୟ ଙ୍କ ସହ ଭଲ ସମ୍ପର୍କ ବଜାୟ ରଖିଥାଏ । ସେହି ଭଳି ନାରୀ ବିବାହ ପାଇଁ ଶ୍ରେଷ୍ଠ ଅଟେ ।

 

8) ଯେଉଁ ନାରୀ ନିଜର ଅଭିମାନ ବଜାୟ ରଖି ନିଜ ବଂଶ ର ହାନି ହବାକୁ ଦିଏ ନାହିଂ ସେ ଭଳି ସ୍ତ୍ରୀ କୁ ଶ୍ରେଷ୍ଠ ବୋଲି କୁହା ଯାଇଥାଏ ।

9) ଯେଉଁ ନାରୀ ମଧ୍ୟ ରେ ଅହଂକାର ନଥାଏ ତାକୁ ମଧ୍ୟ ଶ୍ରେଷ୍ଠ ସ୍ତ୍ରୀ ବୋଲି କୁହାଯାଏ । ଯେଉଁ ସ୍ତ୍ରୀ ନିଜଠୁ ଅଧିକ ଅନ୍ୟ ର ଖୁସି ରେ ମହତ ଦେଇଥାଏ । ସେହି ଭଳି ନାରୀ ପରିବାର କୁ ସର୍ବଦା ଖୁସି ରେ ରଖିଥାଏ ।

 

10) ଯେଉଁ ସ୍ତ୍ରୀ ଖରାପ ଅବସ୍ଥା ରେ ମଧ୍ୟ ନିଜ ପରିବାର କୁ ହାତ ଛଡା କରିନଥାଏ ଏବଂ ସମସ୍ତ ପ୍ରକାର ସମ୍ପର୍କ କୁ ବଜାୟ ରଖିଥାଏ ସେହି ଭଳି ସ୍ତ୍ରୀ ବିବାହ ପାଇଁ ବହୁତ ଶ୍ରେଷ୍ଠ ଅଟେ ।   ଯଦି ଆପଣମାନଙ୍କୁ ଆମ କଥା ଭଲ ଲାଗିଥାଏ ତେବେ ଆମକୁ କମେଣ୍ଟ ରେ ନିଶ୍ଚୟ କୁହନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *